ସମ୍ୱଲପୁର: ରବିବାର ଦିନ ବୁର୍ଲା ଭୀମସାରରେ ୨ ଡାକ୍ତରୀ ଛାତ୍ର ଗୋଷ୍ଠୀ ମଧ୍ୟରେ ସଂଘର୍ଷ ହେବା କାରଣରୁ ୩ ଜଣ ଆହତ ହୋଇଛନ୍ତି । ଗତକାଲି ୟୁଜି ଛାତ୍ର ସଂଘର ବାର୍ଷିକ ଉତ୍ସବ ଚାଲିଥିବା ସମୟରେ ପିଜି ଛାତ୍ର ଏବଂ ହାଉସ ସର୍ଜନଙ୍କ ମଧ୍ୟରେ କଥା କଟାକଟି ହୋଇ ଝଗଡା ଆରମ୍ଭ ହୋଇଥିଲା । 


COMMERCIAL BREAK
SCROLL TO CONTINUE READING

ଝିମିଟି ଖେଳରୁ ମହାଭାରତ ପରି କଥା କଟା କଟିରୁ ଘଟଣା ଉଗ୍ର ରୂପ ନେବା ସହ ମାରପିଟ୍ ଲାଗିଥିଲେ ୨ ଛାତ୍ର ଗୋଷ୍ଠୀ । ଫଳରେ ୩ଜଣ ଡାକ୍ତରୀ ଛାତ୍ର ଆହତ ହୋଇଥିଲେ । ସେମାନଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଘଟଣା ସ୍ଥଳରେ ଭୀମସାର ନିର୍ଦ୍ଦେଶକ, ବୁର୍ଲା ଥାନା ଆଇଆଇସି ଏବଂ ଏସଡିପିଓ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିଥିଲେ ମଧ୍ୟ ଘଟଣାର ସମାଧାନ ହୋଇପାରିନାହିଁ । ଏହି ଆକ୍ରମଣ ପ୍ରତିବାଦ କରିବାକୁ ଯାଇ କାର୍ଯ୍ୟ ବନ୍ଦ ଆନ୍ଦୋଳନ ନିଷ୍ପତ୍ତି ନେଇଛନ୍ତି ହାଉସ ସର୍ଜନମାନେ । ଭୀମସାର ଭାରପ୍ରାପ୍ତ ନିର୍ଦ୍ଦେଶକ ଭାବଗ୍ରାହୀ ରଥ ଛାତ୍ରଛାତ୍ରୀମାନଙ୍କୁ ବୁଝାସୁଝା କରୁଥିବା ସୂଚନା ମିଳିଛି ।


Also Read- ଭାରତରେ ମାଳଦ୍ୱୀପ ରାଷ୍ଟ୍ରପତି ମହମ୍ମଦ ମୁଇଜୁ, ଆଜି ପ୍ରଧାନମନ୍ତ୍ରୀଙ୍କ ସହ ସାକ୍ଷାତ


Also Read- ଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ମୋହନ ମାଝୀ, ଆଜି ହେବ ବଡ଼ ବୈଠକ