Weather forecast: ସାରା ରାଜ୍ୟରେ ଜାରି ରହିଛି ଗ୍ରୀଷ୍ମ ପ୍ରବାହ (Heat Wave) । ଅସହ୍ୟ ଗରମ ସାଙ୍ଗକୁ ଗୁଳୁଗୁଳି ଓ ଟାଣ ଖରାରେ ଛଟପଟ ହେଉଛନ୍ତି ଲୋକେ । ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମ ଓ ଗୁଳୁଗୁଳିରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୯ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ, ଦିନ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବା ନେଇ ବିଭାଗ ପକ୍ଷରୁ (Bhubaneswar meteorological department) କୁହାଯାଇଛି । ଆହୁରି ୫ ଦିନ ଏପରି ସ୍ଥିତି ଲାଗି ରହିବା ବୋଲି ପୂର୍ବାନୁମାନ କରାଯାଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯାଗ୍ୟ, ଶନିବାର ଦିନ ସକାଳ ୫ଟା ବେଳକୁ ରେର୍କଡ଼ କରିଛି ତାପମାତ୍ରା (Temperature) । ଭୋର ୫ଟାରେ ରାଜଧାନୀ ତାପମାତ୍ରା ୩୦.୨ ଡିଗ୍ରୀ ରହିଥିବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି ସକାଳ ସାଢେ ୮ଟା ସୁଦ୍ଧା ସମ୍ବଲପୁରରେ ୩୬ ଡିଗ୍ରୀ, ଝାରସୁଗୁଡ଼ାରେ ୩୫. ୪, ହୀରାକୁଦରେ ୩୫.୨ ଡିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଛି । ତେବେ ଆଗକୁ ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲାରେ ଅଧିକ ଗରମ ଅନୁଭୂତ ହେବ ବୋଲି ବିଭାବ ପକ୍ଷରୁ କୁହାଯାଇଛି । ଆକାଶ ମେଘାଚ୍ଛନ୍ନ ସହ ଉଚ୍ଚ ଆଦ୍ରତା ଯୋଗୁଁ ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଥିବା ବିଭାଗ କହିଛି । ଭୁବନେଶ୍ବରରେ ତାପମାତ୍ରା ୩୨.୨ ଡ଼ିଗ୍ରୀ ଥିବାବେଳେ ଆର୍ଦ୍ରତା ରହିଛି ୭୯ ପ୍ରତିଶତ ରହିଛି । ସେହିପରି କଟକରେ ୭୬, ଗୋପଳପୁରରେ ୭୫, ପୁରୀରେ ୮୬, ବାଲେଶ୍ବର ଓ ଚାନ୍ଦବାଲିରେ ଆର୍ଦ୍ରତା ପ୍ରାୟ ୬୫ ପ୍ରତିଶତ ରହିଛି । ଏହି କାରଣରୁ ରାଜ୍ୟରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଆଗାମୀ ୨୪ ଘଣ୍ଟାରେ ଝାରସୁଗୁଡ଼ା, ବରଗଡ଼, ସୋନପୁର, ସୁନ୍ଦରଗଡ଼, ବଲାଙ୍ଗୀର, ବୌଦ୍ଧ, ମୟୂରଭଞ୍ଜ, କେନ୍ଦୁଝର, ସମ୍ବଲପୁର ଆଦି ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ (Heat Wave) ସମ୍ଭାବନା ରହିଛି । ତେବେ ଆଗାମୀ ୫ ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ।


 



ପ୍ରକାଶ ଥାଉ, ଶୁକ୍ରବାର ଦିନ ଝାରସୁଗୁଡ଼ା ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ରହିଥିବା ବେଳେ ଏଠାରେ ସ୍ବାଭାବିକଠାରୁ ୬ ଡ଼ିଗ୍ରୀ ଅଧିକ ତାପମାତ୍ରା ରେର୍କଡ଼ କରାଯାଇଥିଲା । ସେପଟେ ୪୨ ଡ଼ିଗ୍ରୀ ଉପରେ ରହିଥିଲା ୧୬ଟି ସହରର ତାପମାତ୍ରା । ଗୁଣ୍ତିଚା ପରେ ରାଜ୍ୟରେ ମୌସୁମୀ ଆସିପାରେ ବୋଲି ପୂର୍ବାନୁମାନ କରାଯାଇଛି । ସେତେ ଦିନ ଯାଏଁ ରାଜ୍ୟରେ ଏହିପରି ଗୁଳୁଗୁଳି ଓ ତାତି ଅନୁଭୂତ ହେବ । ୧୭ରୁ ୨୦ ତାରିଖ ଭିତରେ ଦକ୍ଷିଣ ଓଡ଼ିଶାରେ ମୌସୁମୀ ପହଁଞ୍ଚବା ପରେ ଜୁଲାଇ ୧୪ ତାରିଖରୁ ପ୍ରାକ୍ ମୌସୁମୀ (Monsoon) ବର୍ଷା ହେବା ନେଇ ଆକଳନ କରାଯାଉଛି ।


Also Read- Train catches fire: ପିଛା ଛାଡୁନି ଅଘଟଣ, ପୁଣି ଦୁଇଟି ଟ୍ରେନରେ ଲାଗିଲା ନିଆଁ