Weather Update: ରାଜ୍ୟରେ ଜାରି ରହିଛି ପ୍ରବଳ ଗ୍ରୀଷ୍ମ ପ୍ରବାହ (Heat Wave) । ଅସହ୍ୟ ଗୁଳୁଗୁଳି ଓ ଟାଣ ଖରାରେ କଲବଲ ହେଉଛନ୍ତି ଲୋକେ । ଗତ କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଜାରି ରହିଥିବା ବେଳେ ଡ଼ହଡ଼ହ ଖରାରେ ସନ୍ତୁଳି ହେଉଛି ସାରା ଓଡିଶା । ଅସହ୍ୟ ଖରା ସାଙ୍ଗକୁ ଗରମରେ ଆଉଟୁ ପାଉଟୁ ହେଉଛନ୍ତି ଲୋକେ । ସ୍ଥିତି ଏମିତି ହେଉଛି ଯେ, ଦିନ ୯ଟା ପରେ ଘରୁ ବାହାରିବା ମୁସ୍କକିଲ ହୋଇପଡୁଛି । ଖାଲି ଏତିକି ନୁହେଁ, ଦିନ ୧୨ଟା ବେଳକୁ ରାସ୍ତାଘାଟ ମଧ୍ଯ ଶୂନଶାନ୍ ହୋଇପଡୁଛି । ଅତି ଜରୁରୀ ନ ହେଲେ ଲୋକେ ଘରୁ ବାହାରିବା କଥା ଚିନ୍ତା ମଧ୍ୟ କରୁନାହାନ୍ତି । ତେବେ ଆଗକୁ ସ୍ଥିତି ଆହୁରି ସଙ୍ଗୀନ ହେବା ନେଇ ବିଭାଗ ପକ୍ଷରୁ (Bhubaneswar meteorological department) କୁହାଯାଇଛି । ଆହୁରି ୫ ଦିନ ଏପରି ସ୍ଥିତି ଲାଗି ରହିବା ବୋଲି ପୂର୍ବାନୁମାନ କରାଯାଇଛି । ସେପଟେ ରାଜ୍ୟରେ ବିଦ୍ୟୁତ୍ କାଟ ଲୋକଙ୍କୁ ଅଣନିଶ୍ବାସୀ କରିପାକଇଛି ।


COMMERCIAL BREAK
SCROLL TO CONTINUE READING

ସୂଚନାଯାଗ୍ୟ, ରଜ ପରେ ମୌସୁମୀ ( Monsoon) ଓଡ଼ିଶା ଛୁଇଁବା ନେଇ ଆଞ୍ଚଳିକ ପାଣିପାଗ ବିଭାଗ ପକ୍ଷରୁ ପୂର୍ବାନୁମାନ କରାଯାଇଛି । ତେଣୁ ରଜ ଯାଏଁ ଲୋକଙ୍କୁ ତାତିରୁ ନିସ୍ତାର ମିଳିବ ନାହିଁ ବୋଲି ବିଭାଗ କହିଛି । ସେପଟେ ଗତକାଲି ରାଜ୍ୟର ୨୦ ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଥିଲା । ଅନ୍ୟପଟେ ପଶ୍ଚିମ ଓଡ଼ିଶାର ୮ଟି ସହରର ତାପମାତ୍ରା ୪୪ ଡିଗ୍ରୀ ଉପରେ ରେର୍କଡ଼ କରାଯାଇଥିଲା । ତେବେ ଆଗାମୀ ୪ରୁ ୫ ଦିନ ରାଜ୍ୟରେ ଏଭିଳି ସ୍ଥିତି ଜାରି ରହିବା ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି । ଆଜି ସମ୍ବଲପୁର, ବରଗଡ଼, ସୁନ୍ଦରଗଡ଼, ଝାରସୁଗୁଡ଼ା, ସୋନପୁର, ବୌଦ୍ଧ, କେନ୍ଦୁଝର ଆଦି ଅଞ୍ଚଳରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେବା ନେଇ ପୂର୍ବାନୁମାନ କରାଯାଇଛି । ଆସନ୍ତା ୧୩ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ । ଏହାକୁ ଦୃଷ୍ଟିରେ ରଖି ୮ ଜିଲ୍ଲାକୁ ଅଂଶୁଘାତ ଲାଗି ଆଲର୍ଟ ଜାରି କରାଯାଇଛି । ଅନ୍ୟପଟେ ମୌସୁମୀ ( Monsoon) କେରଳ ଛୁଇଁସାରିଥିବା ବେଳେ ଆଜି ଏହା ଉତ୍ତରପୂର୍ବ ଭାରତର ଅଧିକାଂଶ ରାଜ୍ୟରେ ପ୍ରବେଶ କରିଛି ।


ପ୍ରକାଶ ଥାଉ କି, ଶନିବାର ଦିନ ଭୋର ୫ଟାରେ ରାଜଧାନୀର ତାପମାତ୍ରା ୩୦.୨ ଡିଗ୍ରୀ ରହିଥିଲା । ସେହିପରି ସକାଳ ସାଢେ ୮ଟା ସୁଦ୍ଧା ସମ୍ବଲପୁରରେ ୩୬ ଡିଗ୍ରୀ, ଝାରସୁଗୁଡ଼ାରେ ୩୫. ୪, ହୀରାକୁଦରେ ୩୫.୨ ଡିଗ୍ରୀ ତାପମାତ୍ରା ରେର୍କଡ଼ କରାଯାଇଥିଲେ। ତେବେ ଆଗକୁ ପଶ୍ଚିମ ଓଡ଼ିଶାର ୩ଟି ଜିଲ୍ଲାରେ ଅଧିକ ଗରମ ଅନୁଭୂତ ହେବ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ଆକାଶ ମେଘାଚ୍ଛନ୍ନ ସହ ଉଚ୍ଚ ଆଦ୍ରତା ଯୋଗୁଁ ଉପକୂଳ ଓଡ଼ିଶାରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଥିବା ବିଭାଗ କହିଛି । ଭୁବନେଶ୍ବରରେ ତାପମାତ୍ରା ୩୨.୨ ଡ଼ିଗ୍ରୀ ଥିବାବେଳେ ଆର୍ଦ୍ରତା ରହିଛି ୭୯ ପ୍ରତିଶତ ରହିଛି । ସେହିପରି କଟକରେ ୭୬, ଗୋପଳପୁରରେ ୭୫, ପୁରୀରେ ୮୬, ବାଲେଶ୍ବର ଓ ଚାନ୍ଦବାଲିରେ ଆର୍ଦ୍ରତା ପ୍ରାୟ ୬୫ ପ୍ରତିଶତ ରହିଛି । ଏହି କାରଣରୁ ରାଜ୍ୟରେ ଅଧିକ ଗୁଳୁଗୁଳି ଅନୁଭୂତ ହେଉଛି । ତେବେ ଆଗାମୀ ୫ ଦିନ ଯାଏଁ ପାଗରେ କୌଣସି ପରିବର୍ତ୍ତନ ହେବ ନାହିଁ ବୋଲି ବିଭାଗ ପକ୍ଷରୁ କୁହାଯାଇଛି । ସେହିପରି କିଛି ସ୍ଥାନରେ ତାପମାତ୍ରା ସ୍ବାଭାବିକଠାରୁ ୩ରୁ ୫ ଡିଗ୍ରୀ ଅଧିକ ରହିବ।


Also Read-ସାବାସ ପୁଅ! ପ୍ରେମିକା ନୁହେଁ ମାଆଙ୍କ ଲାଗି ତାଜମହଲ ତିଆରି କଲେ ଏହି ବ୍ୟକ୍ତି, ଦେଖନ୍ତୁ ଫଟୋ