Weather Update: କିଛି ଘଣ୍ଟାର ବିରତି ପରେ ରାଜ୍ୟକୁ ଆଜି ପୁଣି ଫେରିଲା ତାତି । ଆଜି ଦିନ ସମୟରେ ରାଜ୍ୟର ସର୍ବୋଚ୍ଚ ତାପମାତ୍ରା ୪୫ ଡିଗ୍ରୀ ରେକର୍ଡ ହୋଇଛି ଟିଟିଲାଗଡରେ । ଏଥିସହ ୫ଟି ସହରରେ ତାପମାତ୍ରା ୪୪ ଡିଗ୍ରୀ ବା ତାଠାରୁ ଅଧିକ ଥିବା ସମୟରେ ୨୬ଟି ସହରରେ ତାପମାତ୍ରା ୪୦ ଡିଗ୍ରୀ ବା ତାଠାରୁ ଅଧିକ ରେକର୍ଡ କରାଯାଇଛି । ଆଜି ବଲାଙ୍ଗୀର, ନୟାଗଡ, ନୂଆପଡା, ଗଞ୍ଜାମ, ମୟୁରଭଞ୍ଜ, କେନ୍ଦୁଝର ଏବଂ ବୌଦ୍ଧ ଜିଲ୍ଲାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହୋଇଛି ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।


COMMERCIAL BREAK
SCROLL TO CONTINUE READING

ଅନ୍ୟପଟେ ଆଜି ଟ୍ୱିନ ସିଟି ତାତି ୪୦ ଡ଼ିଗ୍ରୀ ତଳେ ରହିଥିବା ଜଣାପଡିଛି । ୧୫ ଅପ୍ରେଲରୁ ଆଜି ୫ ମଇ ୨୦୨୪, ଅର୍ଥାତ ଗତ ୨୧ ଦିନ ଧରି ରାଜ୍ୟରେ ଲଗାତାର ଭାବେ ଗ୍ରୀଷ୍ମ ପ୍ରବାହ ଲାଗିରହିଛି । ଆଜି ପାଣିପାଗ ବିଭାଗ ଜାରି କରିଥିବା ରିପୋର୍ଟ ଅନୁଯାୟୀ, ବୌଦ୍ଧରେ ୪୪.୬ ଡିଗ୍ରୀ, ନୂଆପଡାରେ ୪୪.୪ ଡିଗ୍ରୀ, ବଲାଙ୍ଗିରରେ ୪୪.୩ ଡିଗ୍ରୀ, ଭବାନୀପାଟଣା ଏବଂ ଝାରସୁଗୁଡାରେ ୪୪ ଡିଗ୍ରୀ, ବାରିପଦାରେ ୪୩.୮ ଡିଗ୍ରୀ, ସୋନପୁରରେ ୪୩.୫ ଡିଗ୍ରୀ, ସମ୍ୱଲପୁରରେ ୪୩.୪ ଡିଗ୍ରୀ,  ନୟାଗଡ ଏବଂ କେନ୍ଦୁଝରରେ ୪୩ ଡିଗ୍ରୀ, ଅନୁଗୁଳରେ ୪୨.୯ ଡିଗ୍ରୀ, ଫୁଲବାଣୀରେ ୪୨.୬ ଡିଗ୍ରୀ, ରାଉରକେଲାରେ ୪୨.୬ ଡିଗ୍ରୀ, ତାଳଚେରରେ ୪୨.୪ ଡିଗ୍ରୀ, ହୀରାକୁଦରେ ୪୨.୧ ଡିଗ୍ରୀ, ମାଲକାନଗିରିରେ ୪୨ ଡିଗ୍ରୀ, ବରଗଡରେ ୪୧.୬ ଡିଗ୍ରୀ, ଢେଙ୍କାନାଳରେ ୪୧.୫ ଡିଗ୍ରୀ, ଯାଜପୁରରେ ୪୧.୫ ଡିଗ୍ରୀ, ଖୋର୍ଦ୍ଧାରେ ୪୧ ଡିଗ୍ରୀ, ଭଦ୍ରକରେ ୪୦.୮ ଡିଗ୍ରୀ, ଚାନ୍ଦବାଲିରେ ୪୦.୪ ଡିଗ୍ରୀ, ଛତ୍ରପୁରରେ ୪୦.୨ ଡିଗ୍ରୀ, କେନ୍ଦ୍ରାପଡାରେ ୪୦ ଡିଗ୍ରୀ, ଭୁବନେଶ୍ୱରରେ ୩୯.୯ ଡିଗ୍ରୀ, ନବରଙ୍ଗପୁରରେ ୩୯.୮ ଡିଗ୍ରୀ, ଦେଓଗଡରେ ୩୯.୫ ଡିଗ୍ରୀ, ବାଲେଶ୍ୱରରେ ୩୯.୨ ଡିଗ୍ରୀ, ପାରଳାଖେମୁଣ୍ଡିରେ ୩୯.୧ ଡିଗ୍ରୀ, କଟକରେ ୩୮.୫ ଡିଗ୍ରୀ, ଦାରିଙ୍ଗବାଡିରେ ୩୮ ଡିଗ୍ରୀ, କୋରାପୁଟରେ ୩୭.୮ ଡିଗ୍ରୀ, ଜଗତସିଂହପୁରରେ ୩୭ ଡିଗ୍ରୀ, ପୁରୀରେ ୩୪.୨ ଡିଗ୍ରୀ, ପାରାଦ୍ୱୀପରେ ୩୩.୫ ଡିଗ୍ରୀ, ଗୋପାଳପୁରରେ ୩୩ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।



ଆଗାମୀ ମଇ ୬ ରୁ ୮ ତାରିଖ ମଧ୍ୟରେ ଉତ୍ତର ଉପକୂଳ ଓଡିଶା-ପାର୍ଶ୍ଵବର୍ତ୍ତୀ ପଶ୍ଚିମବଙ୍ଗ ଉପକୂଳ ଅଞ୍ଚଳରେ ପବନର ବେଗ ୪୦ ରୁ ୫୦ କିମି ବେଗରେ ରହିବାର ସମ୍ଭାବନା ଥିବାରୁ ସାମୁଦ୍ରିକ ସ୍ତିତି ଅଶାନ୍ତରୁ ଅତ୍ୟଧିକ ଅଶାନ୍ତ ରହିବାର ସମ୍ଭାବନା ରହିଛି । ଏହି ସମ୍ଭାବ୍ୟ ପରିସ୍ଥିତିକୁ ନଜରରେ ରଖି  ୬ ରୁ ୮ ତାରିଖ ଯାଏଁ ମତ୍ସ୍ୟଜୀବୀମାନଙ୍କୁ ସମୁଦ୍ର ମଧ୍ୟସ୍ଥ ଉତ୍ତର-ଉପକୂଳ ଓଡ଼ିଶାର  ଆଖ ପାଖ ଅଞ୍ଚଳକୁ ସମ୍ପୂର୍ଣ୍ଣ ବାରଣ କରାଯାଇଛି ବୋଲି ପାଣିପାଗ କାର୍ଯ୍ୟାଳୟ ପକ୍ଷରୁ କୁହାଯାଇଛି ।


Also Read- ପ୍ରଭୁ ଶ୍ରୀରାମଙ୍କ ଆଶୀର୍ବାଦ ନେଇ ଅଯୋଧ୍ୟାରେ ରୋଡ ସୋ କଲେ ପ୍ରଧାନମନ୍ତ୍ରୀ


Also Read- ନକ୍ସଲ ସଙ୍ଗଠନକୁ ଶକ୍ତ ଝଟକା, ଆତ୍ମସମର୍ପଣ କଲେ ୩୫ ମାଓବାଦୀ