ନକ୍ସଲ ସଙ୍ଗଠନକୁ ଶକ୍ତ ଝଟକା, ଆତ୍ମସମର୍ପଣ କଲେ ୩୫ ମାଓବାଦୀ
Advertisement
Article Detail0/zeeodisha/odisha2235887

ନକ୍ସଲ ସଙ୍ଗଠନକୁ ଶକ୍ତ ଝଟକା, ଆତ୍ମସମର୍ପଣ କଲେ ୩୫ ମାଓବାଦୀ

Naxalites Surrendered: ଦାନ୍ତେୱାଡା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩୫ ଜଣ ମାଓବାଦୀ । ସଙ୍ଗଠନ ଛାଡି ମୁଖ୍ୟସ୍ତ୍ରୋତରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରି ଆଜି ସମସ୍ତେ ଏହି ପଦକ୍ଷପ ନେଇଛନ୍ତି । ଦାନ୍ତେୱାଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ନକ୍ସଲ ସଙ୍ଗଠନକୁ ଶକ୍ତ ଝଟକା, ଆତ୍ମସମର୍ପଣ କଲେ ୩୫ ମାଓବାଦୀ

ମାଲକାନଗିରି: ଆଜି ମାଓ ସଙ୍ଗଠନକୁ ଶକ୍ତ ଝଟକା ଲାଗିଛି । କାରଣ ଦାନ୍ତେୱାଡା ପୋଲିସ ନିକଟରେ ଆତ୍ମସମର୍ପଣ କରିଛନ୍ତି ୩୫ ଜଣ ମାଓବାଦୀ । ସଙ୍ଗଠନ ଛାଡି ମୁଖ୍ୟସ୍ତ୍ରୋତରେ ସାମିଲ ହେବାକୁ ଇଚ୍ଛା ପ୍ରକାଶ କରି ଆଜି ସମସ୍ତେ ଏହି ପଦକ୍ଷପ ନେଇଛନ୍ତି । ଦାନ୍ତେୱାଡା ଜିଲ୍ଲା ପୋଲିସ କାର୍ଯ୍ୟାଳୟରେ ଆୟୋଜିତ ସ୍ବତନ୍ତ୍ର କାର୍ଯ୍ୟକ୍ରମରେ ଏପରି ଦୃଶ୍ୟ ଦେଖିବାକୁ ମିଳିଛି ।

ଆତ୍ମସମର୍ପଣ କରୁଥିବା ମାଓବାଦୀମାନେ ସୁକମା, ଦାନ୍ତେୱାଡା ଏବଂ ବିଜାପୁର ଜିଲ୍ଲାରେ ସକ୍ରିୟ ଭାବେ କାର୍ଯ୍ୟ କରୁଥିଲେ । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ଉପସ୍ଥିତିରେ ଗଣମାଧ୍ୟମକୁ ସମ୍ବୋଧିତ କରି ପୋଲିସ ଅଧୀକ୍ଷକ ଗୌରବ ରାୟ କହିଛନ୍ତି ଯେ, ଆତ୍ମସମର୍ପଣ କରିଥିବା ମାଓବାଦୀମାନେ ସେମାନଙ୍କର ଭୁଲ୍ ବୁଝିଛନ୍ତି ।  ଯେଉଁମାନେ ନକ୍ସଲ ସଂଗଠନ ଛାଡିଛନ୍ତି ସେମାନେ ସରକାରଙ୍କ ପୁନର୍ବାସ ନୀତିର ସମ୍ପୂର୍ଣ୍ଣ ଲାଭ ପାଇବେ ବୋଲି ଶ୍ରୀଯୁକ୍ତ ରାୟ କହିଛନ୍ତି । ଆତ୍ମସମର୍ପଣ କରିଥିବା ମାଓବାଦୀଙ୍କ ମଧ୍ୟରୁ ୩ ଜଣ ମୋଷ୍ଟ ୱାଣ୍ଟେଡ୍ ଥିଲେ । ସେମାନଙ୍କ ନାମରେ ୧ ଲକ୍ଷ ଟଙ୍କା ଲେଖାଏଁ ପୁରସ୍କାର ଘୋଷଣା କରାଯାଇଥିଲା ବୋଲି ସୂଚନା ମିଳିଛି । ଅନ୍ୟପଟେ ଆତ୍ମସମର୍ପଣ କରିଥିବା ସମସ୍ତ ନକ୍ସଲଙ୍କୁ ସରକାରଙ୍କ ପକ୍ଷରୁ ୨୫ ହଜାର ଟଙ୍କା ଲେଖାଏଁ ଦିଆଯାଇଛି । ଏଥିସହ ସେମାନେ କିପରି ଆତ୍ମନିର୍ଭରଶୀଳ ହେବାସହ ସମାଜର ମୁଖ୍ୟ ସ୍ତ୍ରୋତରେ ସାମିଲ୍ ହୋଇପାରିବେ ସେଥିପ୍ରତି ମଧ୍ୟ ଉଦ୍ୟମ କରାଯିବ । ହିଂସା ଛାଡି ଅଂହିସା ମାର୍ଗକୁ ଆସିଥିବାରୁ ସମସ୍ତ ମାଓବାଦୀଙ୍କୁ ସ୍ୱାଗତ କରାଯାଇଛି । ସୂଚନା ମିଳିଛି ଯେ, ଯବାନମାନଙ୍କ ବାରମ୍ୱାର କମ୍ୱିଂ ଅପରେସନ କାରଣରୁ ଉକ୍ତ ମାଓବାଦୀମାନେ ଆତଙ୍କିତ ଅବସ୍ଥାରେ ଥିଲେ । 

Also Read- Surya Gochar 2024: ୯ ଦିନ ପରେ ଚମକିବ ୬ଟି ରାଶିର ଭାଗ୍ୟ, ମିଳିବ ଧନ ଓ ସମ୍ମାନ

Also Read- ପୁଣି ଆନ୍ଧ୍ରରୁ ଟଙ୍କା ଜବତ, ୪ଟି ଟ୍ରକରୁ ମିଳିଲା ୨ ହଜାର କୋଟି