ଯାଜପୁର, ବିଜେପିରୁ ବହିଷ୍କାର ହେଲେ ହିମାଂଶୁ ଶେଖର ସାହୁ। ଯାଜପୁର ଜିଲ୍ଲା ଧର୍ମଶାଳା ନିର୍ବାଚନମଣ୍ଡଳୀର ଯୁବ ନେତା ତଥା ସ୍ବାଧୀନ ବିଧାୟକ ପ୍ରାର୍ଥୀ ହିମାଂଶୁ ଶେଖର ସାହୁଙ୍କୁ ଦଳ ଆଜି ବହିଷ୍କାର କରିଛି। ଦଳ ବିରୋଧୀ ଓ  ଅନୁଶାସନ ଭଙ୍ଗ ପାଇଁ ରାଜ୍ୟ ବିଜେପି ସଭାପତି ମନମୋହନ ସାମଲଙ୍କ ନିର୍ଦ୍ଦେଶ ଅନୁସାରେ ଦଳରୁ ଶ୍ରୀ ସାହୁଙ୍କୁ ବହିଷ୍କାର କରାଯାଇଛି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ ଯେ, ଧର୍ମଶାଳା ନିର୍ବାଚନମଣ୍ଡଳୀରେ ଜଣାଶୁଣା ଯୁବନେତା ହିମାଂଶୁ ଶେଖର ସାହୁ। ବିଜେପିରୁ ହିମାଂଶୁ ଧର୍ମଶାଳାରୁ ଟିକେଟ ପାଇବା ପାଇଁ ଆଶାୟୀ ଥିଲେ। ହେଲେ ତାଙ୍କୁ ଟିକେଟ ମିଳି ନଥିଲା। ଏନେଇ ହିମାଂଶୁ ଅସନ୍ତୋଷ ଥିଲେ। ଦଳ ପକ୍ଷରୁ ତାଙ୍କୁ ବହୁ ସୁଝାସୁଝା କରାଯାଇଥିଲା। ତା’ ପରେ ବି ଧର୍ମଶାଳା ବିଧାନସଭା ଆସନରୁ  ସ୍ୱାଧୀନ ଭାବେ ନାମାଙ୍କନ ଦାଖଲ କରିଥିଲେ। ଏହା ସହିତ ଦଳ ବିରୋଧରେ ଯାଇ ପ୍ରଚାର ମଧ୍ୟ କରୁଥିଲେ ହିମାଂଶୁ। ଅନ୍ୟପଟେ ଧର୍ମଶାଳାରେ ରାଜନୈତିକ ପ୍ରଚାରକୁ ନେଇ ରାଜନୈତିକ ହିଂସା ଦେଖାଦେଇ ଥିଲା। ହିଂସାରେ ହିମାଂଶୁ ଓ ତାଙ୍କ ସମର୍ଥକକ ମାନେ ସାମିଲ ଥିବା ଅଭିଯୋଗ ମଧ୍ୟ ହୋଇଥିଲା। ଯାହାଫଳରେ ହିମାଂଶୁଙ୍କୁ ବିଜେପି ବହିଷ୍କୃତ କରିଛି।


Also Read- ଏସସିବି ବଡ଼ ଡାକ୍ତରଖାନାରେ ରୋଗୀଙ୍କ ଖାଦ୍ୟରେ ଯୋଡିହେବ ଅଣ୍ଡା ଓ ମାଛ ତରକାରୀ