Flight Service: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। କୋଲକାତା-ଭୁବନେଶ୍ବର-ଝାରସୁଗୁଡା ମଧ୍ୟରେ ଇଣ୍ତିଗୋର ବିମାନସେବା ପରୀକ୍ଷାମୂଳକ ଭାବେ ଆରମ୍ଭ ହୋଇଛି।  ଭୁବନେଶ୍ବରରୁ ସକାଳ ୧୦ଟା ୪୫ ମିନିଟରେ ଉଡି଼ବା ପରେ ଝାରସୁଗୁଡାରେ ୧୧ଟା ୪୦ ମିନିଟ୍ ରେ ପହଞ୍ଚିବା ସହ  ୫୫ ମିନିଟ୍ ରହଣୀ ପରେ ପୁଣି ଝାରସୁଗୁଡାରୁ  ୧୨ଟା ୧୦ ମିନିଟ୍ ସମୟରେ ଉଡାଣ ଭରି କୋଲକାତାରେ ୧ଟା ୨୫ ମିନିଟରେ ପହଞ୍ଚିବା ଲାଗି ସମୟ ଧାର୍ଯ୍ୟ ହୋଇଛି। (ଶନିବାର) ଠାରୁ  ଏହି ପରୀକ୍ଷାମୂଳକ ବିମାନ ସେବା ଇଣ୍ତିଗୋ ଆରମ୍ଭ କରି ପ୍ରଥମ ଦିନରେ ବିମାନ ବିଳମ୍ବରେ ଚାଲିଥିଲା।  ଏହି ପରୀକ୍ଷା ମୂଳକ ଉଡା଼ଣ ସେବା ଆସନ୍ତା ୧୭ ତାରିଖ ପର୍ଯ୍ୟନ୍ତ ଚାଲିବ। 


COMMERCIAL BREAK
SCROLL TO CONTINUE READING

ଏହାବି ପଢନ୍ତୁ : Guru Margi Rajyog 2024: ଏହି ୪ ରାଶିଙ୍କ ଭାଗ୍ୟ ବଦଳାଇବେ ବୃହସ୍ପତି, ହେବ ଧନର ବର୍ଷା


ଆସନ୍ତା ୧୯ ଫେବୃଆରୀରୁ କୋଲକାତାରୁ ଝାରସୁଗୁଡା, ଭୁବନେଶ୍ବର ଓ କୋଲକାତା  ମଧ୍ୟରେ ଭିନ୍ନ ସମୟରେ  ବିମାନ ଚଳାଚଳ ଲାଗି ଧାର୍ଯ୍ୟ ହୋଇଛି। ସେହି ପରୀକ୍ଷାମୂଳକ ବିମାନ ସେବା ଇଣ୍ତିଗୋ ପକ୍ଷରୁ ୨୬ ପର୍ଯ୍ୟନ୍ତ ଜାରି ରହିବ। କୋଲକାତାରୁ ସକାଳ ୭ଟା ୧୫ ମିନିଟ୍ ସମୟରେ ବିମାନ ଉଡିବା ପରେ ଝାରସୁଗୁଡା  ଠାରେ ସକାଳ ୮ଟା ୩୦ ମିନିଟ୍ ରେ ପହଞ୍ଚିବ। ସେହିପରି, ଝାରସୁଗୁଡାରୁ ସକାଳ ୯ଟା  ରେ ବିମାନ ଉଡାଣ ଭରିବା ପରେ ଭୁବନେଶ୍ବରରେ ୯ଟା ୫୫ ମିନିଟରେ ପହଞ୍ଚିବ। ଏହି ପରକ୍ଷାମୂଳକ ବିମାନ ସେବା ସଫଳ ହେଲେ ଆଗକୁ ଇଣ୍ତିଗୋ  ପକ୍ଷରୁ ଏହି ସେକ୍ଟରରେ ନିୟମିତ ବିମାନ ସେବା ଜାରି ରହିବ ବୋଲି କୁହାଯାଇଛି।