Odisha News: ନିତ୍ୟ ସନ୍ଧ୍ୟା ଆଳତୀରେ ସାମିଲ ହେଲେ ଜଗଦଗୁରୁ ଶଙ୍କରାଚାର୍ଯ୍ୟ
ପୁରୀ: ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସଂଧ୍ୟା ଆଳତିର ୧୯ତମ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଜଗଦଗୁରୁ ଶଂକରାଚାର୍ଯ୍ଯ ନିଶ୍ଚଳାନନ୍ଦ ସରସ୍ୱତୀ ମହୋଦଧିଙ୍କ ଉଦ୍ଦେଶ୍ୟରେ ସର୍ବଶ୍ରେଷ୍ଠ ଆଳତୀ ସମର୍ପଣ କରିଛନ୍ତି। ବିଶ୍ୱର କଲ୍ଯାଣ ଉଦ୍ଦେଶ୍ୟରେ ଏହି ଦିବ୍ଯ ଆଳତୀ ପ୍ରତିବର୍ଷ ସମର୍ପଣ କରାଯାଉଛି। ତେବେ ଏହି ସମାରୋହରେ ମହୋଦଧିଙ୍କ
Odisha News: ପୁରୀ: ତୀର୍ଥରାଜ ଶ୍ରୀମହୋଦଧିଙ୍କ ନିତ୍ୟ ସଂଧ୍ୟା ଆଳତିର ୧୯ତମ ବାର୍ଷିକ ମହୋତ୍ସବ ମହାସମାରୋହରେ ଅନୁଷ୍ଠିତ ହୋଇଛି। ଜଗଦଗୁରୁ ଶଂକରାଚାର୍ଯ୍ଯ ନିଶ୍ଚଳାନନ୍ଦ ସରସ୍ୱତୀ ମହୋଦଧିଙ୍କ ଉଦ୍ଦେଶ୍ୟରେ ସର୍ବଶ୍ରେଷ୍ଠ ଆଳତୀ ସମର୍ପଣ କରିଛନ୍ତି। ବିଶ୍ୱର କଲ୍ଯାଣ ଉଦ୍ଦେଶ୍ୟରେ ଏହି ଦିବ୍ଯ ଆଳତୀ ପ୍ରତିବର୍ଷ ସମର୍ପଣ କରାଯାଉଛି। ତେବେ ଏହି ସମାରୋହରେ ମହୋଦଧିଙ୍କ ଉଦ୍ଦେଶ୍ୟରେ ଶଂକରାଚାର୍ଯ୍ଯ କେବଳ ଯେ ଆଳତୀ ସମର୍ପଣ କରନ୍ତି ତାହା ନୁହେଁ ନିଜ ହସ୍ତରେ ପ୍ରସାଦ ସମର୍ପଣ କରିଛନ୍ତି।
ଏହି ଆଧ୍ଯାତ୍ମିକ ପରିବେଶରେ ସାଧାରଣ ଲୋକଙ୍କ ଜୀବନ କଥା ମନେ ପକାଇଛନ୍ତି ସେ। ପେଟ ଓ ପରିବାରରେ ଜୀବନ ସୀମିତ ନରହୁ ବୋଲି ପରାମର୍ଶ ଦେଇଛନ୍ତି ଶଙ୍କରାଚାର୍ଯ୍ୟ। ଆମ ଜୀବନର ସମଗ୍ର ପରିଚୟ ହେଉଛି ଆମେ ସମସ୍ତଙ୍କ ହିତରେ ନିଜ ଜୀବନକୁ ଉତ୍ସର୍ଗ କରିବା। ଆମେ ଅନ୍ୟଠାରୁ ଯେଉଁଭଳି ବ୍ୟବହାର ଆଶା କରୁଛେ, ଅନ୍ୟକୁ ବି ସେଭଳି ବ୍ୟବହାର ଦେଖାଇବା ଜରୁରୀ। ଯଦି ଆମେ ଏହି ଭାବନାକୁ କ୍ରିୟାନ୍ବିତ କରିବା ଆମର ଜୀବନ ସମସ୍ତଙ୍କ ହିତ ପାଇଁ ପ୍ରୟୋଜନ ଓ ନିୟୋଜନ ହୋଇପାରିବା ସମସ୍ତଙ୍କ ଜୀବନରେ ଏହି ବିଚାରାଧାରା ଆସିବା ଜରୁରୀ। କେବଳ ପେଟ ଓ ପରିବାର ଭିତରେ ଜୀବନର ବିଚାରାଧାରା ସୀମିତ ନ ରହୁ ବୋଲି ଗୀତା ଆରାରରେ ଏହି ଉପଦେଶ ଦେଇଛନ୍ତି ଗୋବର୍ଦ୍ଧନ ପୀଠ ପୀଠାଧୀଶ ଜଗଦ୍ଗୁରୁ ନିଶ୍ଚଳାନନ୍ଦ ସରସ୍ବତୀ। ଏଥିରେ ଦେଶ ବିଦେଶରୁ ବହୁ ସଂଖ୍ୟାରେ ସାଧୁସନ୍ଥ, ରାଜନେତା, ଭକ୍ତ ଯୋଗ ଦେଇଥିଲେ।
ଭାରତ ବିଶ୍ଵର ହୃଦୟ ରାଜନୀତିର ପରିଭାଷା ବେଦ ଆଦି ଶାସ୍ତ୍ର ଅନୁସାରେ ନିର୍ଦ୍ଧାରିତ ଓ କ୍ରିୟାନ୍ବିତ ହେବା ଜରୁରୀ ।ମହୋଦଧି ଆଳତିର ୧୯ତମ ବାର୍ଷିକ ଉତ୍ସବ ସହ ଜଗଦ୍ଗୁରୁ ଶଙ୍କରାଚାର୍ଯ୍ୟ ସାଧୁସନ୍ଥଙ୍କ ଗହଣର ମହୋଦଧିଙ୍କୁ ଆଳତି ଅର୍ଘ୍ୟ ଅର୍ପଣ କରିଥିଲେ। ଏହି ଅବସରରେ ଶଙ୍କରାଚାର୍ଯ୍ୟ କହିଥିଲେ, ଆମେ କେବଳ ଖାଇବା ପାଇଁ ନ ବଞ୍ଚି ୨୪ ଘଣ୍ଟାରେ ଅତିକମ୍ରେ ୧୫ରୁ ୨୦ ମିନିଟ୍ ପର୍ଯ୍ୟନ୍ତ ପାଞ୍ଚ ଥର ମହାପ୍ରଭୁଙ୍କ ଭଜନ, ଜୀର୍ତନ କରିବା ଜରୁରୀ। ଆମଠାରେ ସଚ୍ଚିଦାନନ୍ଦ ସ୍ବରୂପ ସର୍ବେଶ୍ଵରଙ୍କ ବଳ ଥିଲେ ଆମ ଜୀବନରେ ଅଭୂତ ଶକ୍ତି ଓ ପ୍ରାଣଶକ୍ତିର ବିନିଯୋଗ ବିଶ୍ଵର ହିତରେ ଲାଗି ପାରିବ। ସୁସଂସ୍କୃତି, ସୁଶିକ୍ଷିତ, ସୁରକ୍ଷିତ ସଂପନ୍ନ ସେବା ପରାୟଣ ମନୋଭାବ ସହ ସୁସ୍ଥ ଓ ବ୍ୟକ୍ତିଙ୍କ ସଂରଚନା ବେଦାଦି ଶାସ୍ତ୍ର ଦ୍ବାରା ଗଠନ ହୋଇପାରିବ। ବେଦାଦି ଶାସ୍ତ୍ରକୁ ନ ମାନିଲେ ଜୀବନ ଦୁର୍ବିସହ ହୋଇପଡ଼ିବ। ରକେଟ୍, କମ୍ପ୍ୟୁଟର, ମୋବାଇଲ୍ ଯୁଗରେ ବି ସନାତନ ସିଦ୍ଧାନ୍ତକୁ ଅନୁସରଣ କରି କିଛି ବ୍ୟକ୍ତିବିଶେଷ ନିଜ ନିଜ ମାର୍ଗ ପ୍ରଶସ୍ତ କରିଛନ୍ତି ଯାହା ବେଦାଦି ଶାସ୍ତ୍ର ଆଧାରିତ ବୋଲି ଶଙ୍କରାଚାର୍ଯ୍ୟ କହିଛନ୍ତି। ସମସ୍ତଙ୍କ ପୂର୍ବଜ ସନାତନୀ ହିନ୍ଦୁ ବୋଲି ସିଦ୍ଧ ହୋଇ ଆସିଛି।
ମହମ୍ମଦ, ଇସା ମସିଙ୍କ ପୂର୍ବଜ କେଉଁମାନେ ଥିଲେ ତାର ବିଚାର କରିବା ପରେ ଏହା ସିଦ୍ଧ ହୋଇଛି କି ସମସ୍ତଙ୍କ ପୂର୍ବଜ ହେଉଛନ୍ତି ସନାତନୀ ହିନ୍ଦୁ ମରିଚି, କଶ୍ୟପ ଆଦିଙ୍କ ମହର୍ଷିଙ୍କ ଧର୍ମପତ୍ନୀଙ୍କଠାରୁ କେବଳ ଜନଜାତି ନୁହଁନ୍ତି, ଅନେକ ପ୍ରାଣୀ, ତରୁଲତା ଆଦି ସୃଷ୍ଟି ହୋଇଛନ୍ତି ଏଣୁ ନିଜ ଜୀବନକୁ ପରୋପକାର ଉଦ୍ଦେଶ୍ୟରେ ଲଗାଇ ସାର୍ଥକ କରନ୍ତୁ ବୋଲି ଶଙ୍କରାଚାର୍ଯ୍ୟ ପରାମର୍ଶ ଦେଇଥିଲେ। ତେବେ ଏହି କାର୍ଯ୍ଯକ୍ରମରେ ସ୍ବାମୀ ନିର୍ବିକଳ୍କାନନ୍ଦ, ସ୍ବାମୀ ଅସୀମାନନ୍ଦ, ସାଂସଦ ସମ୍ବିତ ପାତ୍ର, ଇଂ.ପ୍ରଶାନ୍ତ ଆଚାର୍ଯ୍ୟଙ୍କ ସମେତ ବହୁ ଜ୍ଞାନୀଗୁଣି, ସାଧୁସନ୍ଥ ଯୋଗ ଦେଇଥିଲେ।