ଭୁବନେଶ୍ୱର: ପୂର୍ବରୁ ନିଜର କଥାବାର୍ତ୍ତାରେ ନିୟନ୍ତ୍ରଣ ରହୁନଥିଲା ଆଉ ଏବେ ନିଜ ଶରୀର ଉପରେ ନିୟନ୍ତ୍ରଣ ହରାଇଛନ୍ତି ଓଡ଼ିଆ ସିନେମା ପ୍ରଯୋଜକ ବୋଲି ନିଜକୁ ପରିଚୟ ଦେଉଥିବା ସଞ୍ଜୟ ନାୟକ (ଟୁଟୁ ନାୟକ) । ଔଷଧ ବିକଳରେ ଟାଟିଆ କାମୁଡିବା ପରି ଅନ୍ୟ କାହା ଉପରେ ଥିବା ରାଗକୁ ଜଣେ କାର୍ଯ୍ୟରତ ମହିଳା ସାମ୍ୱାଦିକାଙ୍କ ଉପରେ ସୁଝାଇଛନ୍ତି । ଯାହାକୁ ନେଇ ଆଜି ସୋସିଆଲ ମିଡିଆରେ ଟୁଟୁ ନାୟକ (Tutu nayak)ଙ୍କୁ ଖୁବ୍ ନିନ୍ଦା କରାଯାଉଥିବା ଦେଖିବାକୁ ମିଳିଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, ଆଜି ଭୁବନେଶ୍ୱରରେ ଥିବା ଏକ ସିନେମା ହଲକୁ ଖବର ସଂଗ୍ରହ କରିବାକୁ ଯାଇଥିଲେ ଘରୋଇ ଟେଲିଭିଜନ ସାମ୍ୱାଦିକା ଦେବସ୍ମିତା ରାଉତ । ସିନେମା ସମ୍ପର୍କରେ ପ୍ରତିକ୍ରିୟା ଆଣିବା ସମୟରେ ଟୁଟୁ ନାୟକ ବିରକ୍ତ ପ୍ରକାଶ କରିବା ସହିତ ସାମ୍ୱାଦିକାଙ୍କୁ ଏକ ଚାପୁଡା ମାରିଥିଲେ ଫଳରେ ସାମ୍ୱାଦିକାଙ୍କ ହାତରୁ ବୁମ୍ ଖସି ତଳେ ପଡିଯାଇଥିଲା । ବୁମ୍ ଉଠାଇବା ତ ଦୂରର କଥା ତା ପରେ ମଧ୍ୟ କ୍ରୋଧରେ ବିଳିବିଳି ହୋଇ ସ୍ଥାନ ଛାଡି ଚାଲିଯାଇଥିଲେ ଟୁଟୁ ନାୟକ । ଅନ୍ୟପଟେ ଏ ସମ୍ପର୍କରେ ଥାନାରେ ଅଭିଯୋଗ କରିଛନ୍ତି ସାମ୍ୱାଦିକା ଦେବସ୍ମିତା ରାଉତ । ସେ ଅଭିଯୋଗରେ ଲେଖିଛନ୍ତି ଯେ, ମତେ କାହିଁକି ଟୁଟୁ ନାୟକ ମାଡ ମାରିଲେ ସେ ବିଷୟରେ ମୁଁ ଜାଣିନାହିଁ । ସର୍ବସାଧାରଣ ସ୍ଥାନରେ ମତେ ମାଡ ମରାଯାଇଥିବାରୁ ମୋର  ମର୍ଯ୍ୟାଦା ହାନୀ ହୋଇଛି ତେଣୁ ଏହା ଉପରେ ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଉ । ପୋଲିସ ଘଟଣାର ତଦନ୍ତ କରି ଅଭିଯୁକ୍ତ ଟୁଟୁ ନାୟକଙ୍କୁ ଗିରଫ କରୁ ବୋଲି ବରିଷ୍ଠ ସାମ୍ୱାଦିକ ମାନେ ଦାବି କରିଛନ୍ତି ।



 


ସୂଚନାଯୋଗ୍ୟ, ପୂର୍ବରୁ କାଷ୍ଟି କାଉଚ ଅଭିଯୋଗରେ ଛନ୍ଦି ହୋଇଥିଲେ ଅଭିଯୁକ୍ତ ଟୁଟୁ ନାୟକ । ପରେ ଅରିନ୍ଦମ ରୟଙ୍କ ସିନେମା 'ରାମ' ଏବଂ ମନୋଜ ମିଶ୍ରଙ୍କ ସିନେମା 'ମାଇଣ୍ଡ୍ ଗେମ୍'କୁ ନେଇ ଦେଇଥିବା ବୟାନ କାରଣରୁ ଅଧିକ ଚର୍ଚ୍ଚାକୁ ଆସିଥିଲେ ଟୁଟୁ । ମନୋଜ ମିଶ୍ରଙ୍କୁ ୨ ବର୍ଷ ପାଇଁ ଓଡ଼ିଆ ସିନେମାରୁ ବ୍ୟାନ କରାଯିବା ନେଇ ଗଣମାଧ୍ୟମରେ ମୁହଁ ଖୋଲିଥିଲେ ଯାହା ତାଙ୍କ ପାଇଁ ମହଙ୍ଗା ପଡିଥିଲା । ପଶ୍ଚିମ ଓଡ଼ିଶାର ଅନେକ କଳାକାର ଘଟଣାକୁ ନିନ୍ଦା କରିଥିଲେ ।


Also Read- ଭାରତରେ ପ୍ରଥମେ କେବେ ତିଆରି କରାଯାଇଥିଲା ଧନିଆ ଚଟଣି ? ଜାଣନ୍ତୁ ପୂରା କାହାଣୀ


Also Read- ଶାଗ ଭିତରେ ରାଜା ଏହି ଶାଗ, ପାଳଙ୍ଗ ଓ ସୋରିଷ ଠାରୁ ବି ହଜାରେ ଗୁଣ ଅଧିକ ଶକ୍ତିଶାଳୀ