ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ: ମୁଖ୍ୟମନ୍ତ୍ରୀ
Advertisement
Article Detail0/zeeodisha/odisha2575489

ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ: ମୁଖ୍ୟମନ୍ତ୍ରୀ

Collage election: ୨୦୧୮ରୁ ରାଜ୍ୟରେ ବନ୍ଧ ଥିଲା ଛାତ୍ର ସଂସଦ ନିର୍ବାଚନ। ସେହିପରି ABVP ଅଧିବେଶନରେ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ। ରାଷ୍ଟ୍ର ପୁନଃ ନିର୍ମାଣ ପାଇଁ ଛାତ୍ରଛାତ୍ରୀମାନେ ଏକାଠି ହୁଅନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ ଯୁବ ଶକ୍ତି ସଂଗଠିତ ହୁଅନ୍ତୁ। ଏଥିସହିତ ୨୦୩୬ ପାଇଁ ପ୍ରସ୍ତାବ ଲୋଡିଲେ ମୁଖ୍ୟମନ୍ତ୍ରୀ। 

ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ: ମୁଖ୍ୟମନ୍ତ୍ରୀ

ଭୁବନେଶ୍ବର: ଆସନ୍ତା ଶିକ୍ଷା ବର୍ଷରେ ହେବ କଲେଜ ଛାତ୍ର ସଂସଦ ନିର୍ବାଚନ। ଏବିଭିପି କାର୍ଯ୍ୟକ୍ରମରେ ଯୋଗଦେଇ ଆଜି ଏନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୂଚନା ଦେଇଛନ୍ତି। ପୂର୍ବ ସରକାର କଲେଜ ଛାତ୍ର ସଂସଦ ନିର୍ବାଚନ ବନ୍ଦ କରିଥିଲେ। 

ମୁଖ୍ୟମନ୍ତ୍ରୀ ଆହୁରି କହିଛନ୍ତି ଯେ, ‘ଛାତ୍ର ନିର୍ବାଚନ ନେଇ ପ୍ରକ୍ରିୟା ଆରମ୍ଭ ହୋଇଛି। ଛାତ୍ର ସଂସଦ ନିର୍ବାଚନ କେବେ ବନ୍ଦ ହେବ ନାହିଁ। କିଛି ହୀନ ଚକ୍ରାନ୍ତ କରି ଛାତ୍ର ନିର୍ବାଚନ ବନ୍ଦ କରିଥିଲେ ପୂର୍ବ ସରକାର। ୨୦୧୮ରୁ ରାଜ୍ୟରେ ବନ୍ଧ ଥିଲା ଛାତ୍ର ସଂସଦ ନିର୍ବାଚନ। ସେହିପରି ABVP ଅଧିବେଶନରେ ମଞ୍ଚରୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ। ରାଷ୍ଟ୍ର ପୁନଃ ନିର୍ମାଣ ପାଇଁ ଛାତ୍ରଛାତ୍ରୀମାନେ ଏକାଠି ହୁଅନ୍ତି। ବିକଶିତ ଓଡ଼ିଶା ଗଠନ ପାଇଁ ଯୁବ ଶକ୍ତି ସଂଗଠିତ ହୁଅନ୍ତୁ। ଏଥିସହିତ ୨୦୩୬ ପାଇଁ ପ୍ରସ୍ତାବ ଲୋଡିଲେ ମୁଖ୍ୟମନ୍ତ୍ରୀ।