Odisha Police Recruitment: ଓଡ଼ିଶାରେ ସରକାରୀ ଚାକିରି କରିବାକୁ ଚାହୁଁଥିବା ଆଶାୟୀଙ୍କ ପାଇଁ ଖୁସି ଖବର। ପୋଲିସରେ ଭର୍ତ୍ତି ହେବାକୁ ଚାହୁଁଥିବା ଯୁବପିଢ଼ୀଙ୍କ ପାଇଁ ସୂବର୍ଣ୍ଣ ସୁଯୋଗ। ଓଡିଶା ପୋଲିସ୍ ନିଯୁକ୍ତି ବୋର୍ଡ (OPRB) ଏକ ବିଜ୍ଞପ୍ତି ପ୍ରକାଶ କରିଛି। ଉଭୟ ପୁରୁଷ ଓ ମହିଳା ଆବେଦନ କରିପାରିବେ। ଏହି ନିଯୁକ୍ତି ପ୍ରକ୍ରିୟା ମାଧ୍ୟମରେ ୯୦୦ରୁ ଅଧିକ ପଦବୀ ପୂରଣ ହେବ।
ଆବେଦନ ତାରିଖ:
ଅନ୍ଲାଇନ୍ ଆବେଦନ ପ୍ରକ୍ରିୟା ଖୁବ୍ ଶିଘ୍ର ଆରମ୍ଭ ହେବାକୁ ଯାଉଛି। ଏହାର ତାରିଖ ଏ ଯାଏଁ ଘୋଷଣା କରାଯାଇନାହିଁ।
ଖାଲି ପଦବୀ:
OPRB ରେ ପୋଲିସ୍, ଷ୍ଟେସନ୍ ଅଫିସର ଏବଂ ଆସିଷ୍ଟାଣ୍ଟ ଜେଲରଙ୍କ ସମେତ ବିଭିନ୍ନ ଭୂମିକାରେ ସବ୍-ଇନ୍ସପେକ୍ଟର ପଦବୀ ପାଇଁ ମୋଟ୍ ୯୩୩ ଟି ପୋଷ୍ଟ୍ ଖାଲି ପଡ଼ିଛି।
ଶିକ୍ଷାଗତ ଯୋଗ୍ୟତା:
ପ୍ରାର୍ଥୀ ସ୍ୱୀକୃତିପ୍ରାପ୍ତ ବିଶ୍ୱବିଦ୍ୟାଳୟ କିମ୍ବା ଅନୁଷ୍ଠାନରୁ ପ୍ରାର୍ଥୀ ପ୍ରାସଙ୍ଗିକ ବିଷୟରେ ସ୍ନାତକ ଡିଗ୍ରୀ ହାସଲ କରିବା ଜରୁରୀ
ଆବେଦନ ବୟସ ସୀମା:
ଆବେଦନ ପାଇଁ ସର୍ବନିମ୍ନ ବୟସସୀମା ୨୧ ବର୍ଷ ଧାର୍ଯ୍ୟ ହୋଇଥିବା ବେଳେ ସର୍ବାଧିକ ବୟସସୀମା ୨୫ ବର୍ଷ ହୋଇଥିବା ଆବଶ୍ୟକ।
ମାସିକ ଦରମା:
ସର୍ବନିମ୍ନ ମାସିକ ଦରମା ୩୫,୪୦୦ ଟଙ୍କା ହୋଇଥିବା ବେଳେ ସର୍ବାଧିକ ଦରମା ୧,୧୨,୪୦୦ ଟଙ୍କା ରଖାଯାଇଛି।
ଆବେଦନ ଶୁଳ୍କ:
SC, STଙ୍କ ପାଇଁ ଦେୟମୁକ୍ତ ରହିଥିବା ବେଳେ, ସାଧାରଣ ବର୍ଗ/ OBC/ SEBCଙ୍କ ପାଇଁ ୨୮୫ ଟଙ୍କା ଆବେଦନ ଶୁଳ୍କ ରଖାଯାଇଛି।