Khordha News: ଖୋର୍ଦ୍ଧା (ସୂର୍ଯ୍ୟ ନାରାୟଣ ମହାନ୍ତି): ଗ୍ରାମାଞ୍ଚଳର ବିକାଶ ପାଇଁ କେନ୍ଦ୍ର ଓ ରାଜ୍ୟ ସରକାର କୋଟି କୋଟି ଟଙ୍କା ଖର୍ଚ୍ଚ କରୁଛନ୍ତି । ହେଲେ ଓଡ଼ିଶାର ଏକ ନମ୍ବର ଜିଲ୍ଲା କୁହାଯାଉଥିବା ଖୋର୍ଦ୍ଧା (Khordha)ଜିଲ୍ଲାର ବାଣପୁର ବ୍ଲକ ଦାମିଆବରବରା ପଞ୍ଚାୟତର ତାଳବୋରେଇ ଗାଁର ବାସ୍ତବ ଚିତ୍ର ଦେଖିଲେ ଯେ, ଆପଣ ଆଶ୍ଚର୍ଯ୍ୟ ହେବେ । ନାଁ ଗାଁକୁ ଭଲ ରାସ୍ତାଟିଏ ଅଛି, ନାଁ ପାନୀୟ ଜଳର (water problem)ସୁବିଧା । ଏପରିକି ପ୍ରଧାନମନ୍ତ୍ରୀ ଅବାସ ଯୋଜନାରେ(Awas Yojana) କାର୍ଯ୍ୟଦେଶ ଆସିଥିଲେ ସୁଧା ଏ-ପର୍ଯ୍ୟନ୍ତ ଟଙ୍କା ନ ମିଳିଥିବାରୁ ଗାଁ ଲୋକେ ଘରଟିଏ ବି କରିପାରୁନାହାନ୍ତି । 


COMMERCIAL BREAK
SCROLL TO CONTINUE READING

Also Read: Salaar Cast Payment: ଫିଲ୍ମ 'ସାଲାର' ପାଇଁ କିଏ ନେଉଛି କେତେ ଫିସ୍ ?


Also Read: Market Building Closed: ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ୟୁନିଟ୍‌ -୨ ମାର୍କେଟ୍‌ ବିଲ୍ଡିଂ


ଖୋର୍ଦ୍ଧା ଜିଲ୍ଲାର ସବୁଠାରୁ ପଛୁଆ ପଞ୍ଚାୟତ ହେଉଛି ବାଣପୁର ବ୍ଲକର ଦାମିଆବରବରା । ୧୨ଟି ଗାଁକୁ ନେଇ ଗଠିତ ଏହି ପଂଚାୟତର ଅନେକ ଗାଁକୁ ଭଲ ରାସ୍ତାଟିଏ ନାହିଁ ।  କାଦୁଅ ରାସ୍ତା ଦେଇ ଅନେକ ଯାତାୟତ ଏବେବି କରୁଛନ୍ତି । ବଣ ପାହାଡ଼ ଘେରରେ ଥିବା ଏହି ପଂଚାୟତର ଗୋଟିଏ ଗାଁ ହେଉଛି ତାଳବୋରେଇ । ଗାଁରେ ରହିଛି ଅନେକ ସମସ୍ୟା । ୬୦ରୁ ଉର୍ଦ୍ଧ ପରିବାର ବାସ କରୁଥିବା ଏହି ଗାଁରେ ୯୦ଭାଗ ଲୋକେ ଚାଳଘରେ ବସବାସ କରନ୍ତି । ଆଦିବାସୀ ଶ୍ରେଣୀର ଏହି ଲୋକମାନେ ଦୀର୍ଘ ଦିନ ଧରି ଆବାସ ଯୋଜନାରେ ଘର ଖଣ୍ଡିଏ ପାଇଁ ବାରମ୍ବାର ବ୍ଲକ ପ୍ରଶାସନ ଠାରୁ ଆରମ୍ଭ କରି ସରପଂଚ ଓ ୱାଡ଼ମେମ୍ବରଙ୍କୁ ଜଣାଇଲେ ମଧ୍ୟ କୌଣସି ସୁଫଳ ମିଳୁନଥିବା ଅଭିଯୋଗ କରିଛନ୍ତି । ଏପରିକି ଗ୍ରାମର କିଛି ଲୋକ ଦୀର୍ଘ ଦିନ ତଳୁ ପ୍ରଧାନମନ୍ତ୍ରୀ ଆବସ ଯୋଜନାରେ ଗୃହନିର୍ମାଣର କାର୍ଯ୍ୟାଦେଶ ପାଇଥିଲେ ମଧ୍ୟ ତାହାର ଟଙ୍କା ମିଳିନଥିବାରୁ ଘରକାମ ଆରମ୍ଭ କରି ପାରିନାହାନ୍ତି । ବିଭିନ୍ନ ସମୟରେ ବ୍ଲକ ଓ ପଂଚାୟତର ଅଧିକାରୀମାନେ ଆସି ଠକିକରି ସେମାନଙ୍କ ଠାରୁ ଟଙ୍କା ନେଉଥିବା ମଧ୍ୟ ଅଭିଯୋଗ କରିଛନ୍ତି । 


Also Read: Horoscope Today 17 July 2023: ଦୂର ସ୍ଥାନକୁ ଯାତ୍ରାବେଳେ ଏହି ସବୁ ରାଶିର ଲୋକେ ରୁହନ୍ତୁ ସାବଧାନ୍! ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ସୋମବାର?


ସେହିପରି ପାନୀୟ ଜଳ କଥା ନକହିବା ଭଲ । ବସୁଧା ଯୋଜନାରେ ଅନେକ ଗ୍ରାମକୁ ପାଣିର ବ୍ୟବସ୍ଥା କରାଯାଇଛି । ହେଲେ ତାଳବୋରେଇ ଗ୍ରାମକୁ ସାବତ ପୁଅ ଭଳି ଅଣଦେଖା କରାଯାଇଥିବା ଅଭିଯୋଗ କରିଛନ୍ତି ଗ୍ରାମବାସୀ । ଗାଁରେ ଆଦିବାସୀ ଆଶ୍ରମ ସ୍କୁଲଟିଏ ଥିଲେ ମଧ୍ୟ ଅଧିକାଂଶ ସମୟରେ ଶିକ୍ଷକ ଏହି ଗାଁକୁ ଆସନ୍ତି ନାହିଁ । ସେହିପରି ଉପାନ୍ତ ଅଂଚଳରେ ଥିବାରୁ ଶିକ୍ଷା, ସ୍ୱାସ୍ଥ୍ୟ ଓ ଗମନାଗମନ କ୍ଷେତ୍ରରେ ସପୂର୍ଣ୍ଣ ପଛୁଆ ରହିଯାଇଛି ତାଳବୋରେଇ ଗାଁ । ଏ-ନେଇ ବ୍ଲକ ଓ ଜିଲ୍ଳା ଗ୍ରାମ୍ୟ ଉନ୍ନୟନ ବିଭାଗ ସହ ଯୋଗଯୋଗ କରିବାରୁ ସେ କହିଥିଲେ ଏବେ ଆମେ ପ୍ରତ୍ୟେକ ଘରକୁ ଘର ଯାଇ ସର୍ଭେ କରୁଛୁ, ଯେଉଁମାନଙ୍କର କଚା ଘର ଅଛି କିମ୍ବା ଯାହାର ଘରକାମ ଅଧା ଅଛି, ସେମାନଙ୍କ ଘର ପକା କରିବା ପାଇଁ ସରକାରଙ୍କୁ ଜଣାଇବୁ । ତେବେ ତାଳବୋରେଇ ଗାଁର ବିକାଶର ପାଦଚିହ୍ନ କେବେ ପଡ଼ିବ ଓ ଲୋକେ ସରକାରୀ ଯୋଜନାର କିଭଳି ସୁଫଳ ପାଇବେ, ତାହାକୁ ଚାତକ ଭଳି ଅନାଇ ବସିଛନ୍ତି ଗ୍ରାମବାସୀ ।