Market Building Closed: ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ୟୁନିଟ୍‌ -୨ ମାର୍କେଟ୍‌ ବିଲ୍ଡିଂ
Advertisement

Market Building Closed: ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ୟୁନିଟ୍‌ -୨ ମାର୍କେଟ୍‌ ବିଲ୍ଡିଂ

Market Building Closed: ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମାର୍କେଟ ବିଲ୍ଡିଂ ବନ୍ଦ (Bhubaneswar Unit 2 Market Building Closed)। ସ୍ଥାୟୀ-ଅସ୍ଥାୟୀ ବ୍ୟବସାୟୀଙ୍କ ବିବାଦର ସମାଧାନ ହୋଇପାରିଲା ନାହିଁ। ଶେଷରେ ବ୍ୟବସାୟୀ ସଂଘ ପକ୍ଷରୁ ଆଜି ୟୁନିଟ-୨ ସ୍ଥିତ ମାର୍କେଟ ବିଲ୍ଡିଂକୁ ଅନିର୍ଦ୍ଦିଷ୍ଟକାଳ ଯାଏ ବନ୍ଦ କରିଦିଆଯାଇଛି । ପଢନ୍ତୁ ପୂରା ରିପୋର୍ଟ...

ସୌଜନ୍ୟ- ସୋସିଆଲ ମିଡ଼ିଆ

Market Building Closed: ଆଜିଠୁ ଅନିର୍ଦ୍ଦିଷ୍ଟ କାଳ ଯାଏ ମାର୍କେଟ ବିଲ୍ଡିଂ ବନ୍ଦ (Bhubaneswar Unit 2 Market Building Closed)। ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ଧାରଣାରେ ବସିବେ ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ । ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ବିବାଦର ସମାଧାନ ହୋଇ ନ ଥିବାରୁ ସଂଘର ୧୬୫ ବ୍ୟବସାୟୀ ମାର୍କେଟ ସମେତ ମେୟର୍‌ ଓ କମିଶନରଙ୍କ ଘର ଆଗରେ ଧାରଣା ଦେବେ ବୋଲି ଜଣାପଡିଛି । ଏନେଇ ମାର୍କେଟ ବିଲ୍ଡିଂ (Market Building) ଅନିର୍ଦ୍ଦିଷ୍ଟ କାଳ ଯାଏ ବନ୍ଦ ରହିବ। ଫଳରେ ଜନ ଜୀବନ ଉପରେ ପ୍ରଭାବ ପଡିବ। କାହିଁକିନା ଭୁବନେଶ୍ବରର ଛାତି ଉପରେ ଥିବା ଏହି ମାର୍କେଟ ବିଲ୍ଡିଂରେ (Market Building) ଜିନିଷ କିଣାକିଣି ପାଇଁ ପ୍ରତ୍ୟକ ଦିନ ପାଖାପାଖି ଦିନରେ ୧୦ ହଜାରରୁ ଅଧିକ ଲୋକେ ଏଠାକୁ ଆସିଥାଆନ୍ତି । ପ୍ରାୟତଃ ଅତ୍ୟାବଶ୍ୟକ ଜିନିଷ ଏଠାରେ ମିଳିଥାଏ । 

Also Read: Weather Update: ପାଣିପାଗ ବିଭାଗର ସତର୍କ ଘଣ୍ଟି, ଆଜି ଏହି ସବୁ ଜିଲ୍ଲାରେ ପ୍ରବଳ ଛେଚିବ ବର୍ଷା! ୧୫ ଜିଲ୍ଲାକୁ ୟେଲୋ ଆଲର୍ଟ

Also Read: Dhirendra Shastri Daily Diet: ଦିନରେ ଫଳ ଓ ରାତିରେ ...ଏ ହେଉଛି ଧିରେନ୍ଦ୍ର କୃଷ୍ଣ ଶାସ୍ତ୍ରୀଙ୍କ ଡାଏଟ୍ ପ୍ଲାନ୍

 

ମାର୍କେଟ ବିଲ୍ଡିଂ ପରିସରରେ ଥିବା ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ (vendors) ବିବାଦର ସମାଧାନ ହୋଇପାରିନାହିଁ । ସମସ୍ୟା ସମାଧାନ ଲାଗି ସେଣ୍ଟ୍ରାଲ ମାର୍କେଟ ବ୍ୟବସାୟୀ ସଂଘ ପକ୍ଷରୁ ବିଏମସିକୁ ତିନି ଦିନ ସମୟ ଦିଆଯାଇଥିଲା। ୩ ଦିନ ମଧ୍ୟରେ ସମସ୍ୟାର ସମାଧାନ ନ ହେଲେ କର୍ତ୍ତୃପକ୍ଷଙ୍କ ଦୃଷ୍ଟି ଆକର୍ଷଣ କରିବାକୁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଦୋକାନ ବନ୍ଦ କରିବାକୁ ନିଷ୍ପତ୍ତି ନେଇଥିଲେ। ଫଳରେ ପ୍ରତିଶ୍ରୁତି ମୁତାବକ, ଉଠାଦୋକାନୀମାନଙ୍କୁ ବିଏମସି ଉଠାଇପାରିନ ଥିବାରୁ ଆଜିଠୁ ମାର୍କେଟ ବିଲ୍ଡିଂ ବନ୍ଦ ରଖିଛି ବ୍ୟବସାୟୀ ସଂଘ। ସମସ୍ୟାର ସମାଧାନ ନ ହେବା ପର୍ଯ୍ୟନ୍ତ ମାର୍କେଟ ବନ୍ଦ ରହିବ ବୋଲି ସଂଘ ପକ୍ଷରୁ କୁହାଯାଇଛି। ଆସୋସିଏସନର ଯୁଗ୍ମ ସମ୍ପାଦକ ରଣଜିତ୍ କୁମାର ମହାନ୍ତି କହିଛନ୍ତି, ଦୋକାନୀ ଓ ସେମାନଙ୍କ ପରିବାର ଭୁବନେଶ୍ୱର ମେୟରଙ୍କ ବାସଭବନ ଆଗରେ ପ୍ରତିବାଦ କରିବେ। 

Also Read: Richest Women In India: ଜାଣନ୍ତୁ ଭାରତର ୭ ଧନୀ ମହିଳା କିଏ?

 

Also Read: Kedarnath Temple: କେଦାରନାଥକୁ ଫୋନ୍ ମନା, ଏଣିକି ପାରମ୍ପାରିକି ପୋଷାକ ପିନ୍ଧିଲେ ମନ୍ଦିରକୁ ମିଳିବ ଏଣ୍ଟ୍ରି

ବିଏମସି ମେୟରଙ୍କ ଘର ଆଗରେ ମଧ୍ୟ ପ୍ରତିବାଦ କରାଯିବ ବୋଲି ସେ କହିଛନ୍ତି। ବର୍ତ୍ତମାନ ୫୯ ଜଣ ହାଇକୋର୍ଟରୁ ରହିତାଦେଶ ଆଣିଛନ୍ତି। ତାଙ୍କୁ ଛାଡି ପ୍ରାୟ ୩୨୦ ରୁ ଅଧିକ ଉଠାଦୋକାନୀ ମାର୍କେଟ ବିଲ୍ଡିଂ ଭିତରେ ବସୁଛନ୍ତି। ଫଳରେ ଅନ୍ୟ ବ୍ୟବସୀୟମାନେ ଅସୁବିଧାର ସମ୍ମୁଖିନ ହେଉଥିବା ନେଇ ଅଭିଯୋଗ ହେଉଛି। ତେଣୁ ସେମାନଙ୍କୁ ତୁରନ୍ତ ହଟାଇବାକୁ ସଂଘ ଦାବି କରିଛି। ଏହି ଦାବି ଦିର୍ଘ ଦିନ ହେବ ହୋଇ ଆସୁଛି। ତେବେ, ଆସନ୍ତାକାଲି ସୁଦ୍ଧା ନ ହଟିଲେ ଆନ୍ଦୋଳନକୁ ବ୍ୟାପକ କରାଯିବ ବୋଲି ଧମକ ଦେଇଛି ସଂଘ । ଗତବର୍ଷ ମଧ୍ୟ ଉଠାଦୋକାନୀଙ୍କ ଉଚ୍ଛେଦ ଦାବିରେ ମାର୍କେଟ ବିଲ୍ଡିଂ ଗତ କିଛି ଦିନ ଧରି ବନ୍ଦ ରହିଥିଲା। ଗତ ବର୍ଷ ଜୁଲାଇରେ ମଧ୍ୟ ସ୍ଥାୟୀ ଓ ଅସ୍ଥାୟୀ ଦୋକାନୀଙ୍କ ମଧ୍ୟରେ ବିବାଦ ଦେଖାଦେଇଥିଲା । ପରିସ୍ଥିତି ଏପରି ହୋଇଥିଲା ଯେ, ମାର୍କେଟ୍ ବିଲ୍ଡିଂ ଭିତରେ ପୋଲିସ୍ ଫୋର୍ସ ମୃତୟନ ହୋଇଥିଲେ। ପରେ ବିଏମ୍‍ସି ଓ ସେଣ୍ଟ୍ରାଲ୍‍ ମାର୍କେଟ୍‍ ଆସୋସିଏସନର କର୍ମକର୍ତ୍ତାଙ୍କ ମଧ୍ୟରେ ଆଲୋଚନା ପରେ ମାର୍କେଟ୍‍ ବିଲ୍ଡିଂ ଅଗଷ୍ଟ ୪ରେ ଖୋଲିଥିଲା।