ଗୁଣୁପୁର: ପାରଳାଖେମୁଣ୍ଡିରୁ ନବରଙ୍ଗପୁର ଯାଉଥିବା ଶ୍ରୀଜଗନ୍ନାଥ ନାମକ ଘରୋଇ ବସ୍‌ରେ ଜଣେ ଗର୍ଭବତୀ ପ୍ରସବ କରିଛନ୍ତି। ମହିଳା ଜଣକ ଗୁଣପୁର ଅଭିମୁଖେ ଏକାକୀ ଯାତ୍ରା କରୁଥିଲେ। ବସ୍‌ଟି ଗଜପତି ଜିଲ୍ଲା କାଶୀନଗରଠାରେ ହୋଇଥିବା ବେଳେ ମହିଳାଙ୍କର ପ୍ରସବ ବେଦନା ଆରମ୍ଭ ହୋଇଥିଲା। ମାତ୍ର ମେଡିକାଲ ଦୂରରେ ଥିବାରୁ ଯନ୍ତ୍ରଣାରେ ଛଟପଟ ହେଉଥିଲେ ଗର୍ଭବତୀଜଣକ। ଚଳନ୍ତା ବସରେ ଗୋଟିଏ ନବଜାତ ଶିଶୁ କନ୍ୟା ଜନ୍ମ ହୋଇଥିବା ଜଣାପଡିଛି ଯାହା ଏବେ ବେଶ ଚର୍ଚ୍ଚାର ବିଷୟ ପାଲଟିଛି । ତେବେ ମାନବିକତା ଦୃଷ୍ଟି କୋଣରୁ ବସ ରେ ଥିବା କର୍ମଚାରୀ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ଭର୍ତ୍ତି କରାଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ଯ ଯେ, ବସରେ ଜଣେ ଗର୍ଭବତୀ ଗୁଣପୁର ଅଭିମୁଖେ ଆସୁଥିବା ବେଳେ ଗଜପତି ଜିଲ୍ଲା କାଶୀନଗର ଠାରେ ବସରେ ହିଁ ପ୍ରସୂତି ହୋଇଥିଲା। ଆଉ କନ୍ୟା ସନ୍ତାନ ଜନ୍ମ ନେଇଥିବା ସୂଚନା ମିଳିଛି। ଘଟଣାକ୍ରମରେ ଏହି ବସରେ ବସିଥିବା ଡାକ୍ତର ଅରୁଣ ନାୟକ ଓ ଡାକ୍ତର ସୁନିତା ମଲିକଙ୍କ ସହାୟତାରେ ଏହି ପ୍ରସୂତି ପ୍ରକ୍ରିୟା ସୁରକ୍ଷିତ ଭାବେ ବସ୍ ରେ ହୋଇଥିଲା। ତେବେ ବସ କର୍ମଚାରୀ ଅତି ସତର୍କତାର ସହ ଗୁଣପୁର ଉପଖଣ୍ଡ ଚିକିତ୍ସାଳୟରେ ପ୍ରସୂତିଙ୍କୁ ମେଡ଼ିକାଲ ରେ ଭର୍ତ୍ତି କରାଇଥିଲେ। ଏବେ ଉଭୟ ମାଆ ଆଉ ଛୁଆ ସୁସ୍ଥଥିବା ମେଡ଼ିକାଲ କତ୍ତୃପକ୍ଷ ସୂଚନା ପ୍ରଦାନ କରିଛନ୍ତି । ତେବେ ପ୍ରସୂତୀଙ୍କ ନିକଟରେ ତାଙ୍କର କୌଣସି ପରିଚିତ ଲୋକ ନଥିବା ବେଳେ ପ୍ରସୂତି ଜଣକ କିଏ ସେନେଇ କିଛି ସୂଚନା ମିଳିପାରି ନାହିଁ।