(କୋରାପୁଟ୍, ନିରୋଜ୍ ଶତପଥୀ) Laxmi Bus Scheme: ଏଣିକି ସହଜ ଆହୁରି ସହଜ ହେବ ଯାତ୍ରା। ଆଉ ଗାଁରୁ ଯୋଡ଼ି ହେବ ରାଜଧାନୀ ଭୁବନେଶ୍ବର। ଆରାମ ଦାୟକ ଯାତ୍ରାର ଆନନ୍ଦ ପାଇବେ ଯାତ୍ରୀ । କାହିଁକିନା ଆଜି ରାଜ୍ୟ ସରକାର 'ଲକ୍ଷ୍ମୀ' ଯୋଜନାର (Laxmi Scheme) ଶୁଭାରମ୍ଭ କରିବେ।  ଖାସ୍ କରି ପ୍ରାଥମିକ ପର୍ଯ୍ୟାୟରେ ମାଲକାନଗିରି ସମେତ ୪ ଜିଲ୍ଲାରୁ ଆରମ୍ଭ ହେବ ଲକ୍ଷ୍ମୀ ବସ୍ ସେବା (Laxmi Bus Service)।  ମାଲକାନଗିରି ଜିଲ୍ଲାରୁ ଗଡିବ ଏକାସାଙ୍ଗରେ ୩୬ଟି ବସ୍। ଯାହାକି ଯାତ୍ରୀଙ୍କୁ ନିଜ ଗନ୍ତବ୍ୟସ୍ଥଳରେ ପହଞ୍ଚିବାରେ ସାହାର୍ଯ୍ୟ କରିବ।  ଗାଁରୁ ବ୍ଲକ ହେଡ୍‌କ୍ୱାର୍ଟରକୁ ଯାତ୍ରୀ ପରିବହନ ସୁଗମ କରିବା ଲକ୍ଷ୍ୟରେ ରାଜ୍ୟ ସରକାର (Government Of Odisha) ‘ଲକ୍ଷ୍ମୀ ’ବସ୍ ଯୋଜନା ଆରମ୍ଭ କରିବାକୁ ଯାଉଛନ୍ତି । ଏହି ଯୋଜନା ଆରମ୍ଭ ହେଲେ ଦୁର୍ଗମ ଅଞ୍ଚଳର ଲୋକେ ଖାସ୍ କରି ଉପକୃତ ହେବେ। 


COMMERCIAL BREAK
SCROLL TO CONTINUE READING

Also Read: Lady ASI Death Case: ମହିଳା ASI ଆଲିଶାଙ୍କୁ ମାରିଲା କିଏ ?


'ଲକ୍ଷ୍ମୀ' ଯୋଜନାରେ ପଞ୍ଚାୟତରୁ ରାଜଧାନୀକୁ ବସ୍ ସେବା ହେବ ସୁନିଶ୍ଚିତ। ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ₹୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ… pic.twitter.com/MgFyyPaWPp



'ଲକ୍ଷ୍ମୀ' ଯୋଜନାରେ  ଅର୍ଥାତ୍ ଲକ୍ଷ୍ମୀ ବସ୍ ସେବା ଆରମ୍ଭ ହେଲେ ଯାତ୍ରୀମାନେ ସହଜରେ ନିଜ ଗାଁରୁ ପଞ୍ଚାୟତ , ପଞ୍ଚାୟତରୁ ବ୍ଲକ, ଏବଂ ବ୍ଲକରୁ ଜିଲ୍ଲା ହେଡ୍ କ୍ବଟରକୁ ସିଧାସଳଖ ଯାତ୍ରା କରିପାରିବେ।  କେବଳ ସେତିକି ନୁହେଁ,  ଜଗନ୍ନାଥ ଏକ୍ସପ୍ରେସ ମାଧ୍ୟମରେ ଜିଲ୍ଲା ମୁଖ୍ୟାଳୟରୁ ଭୁବନେଶ୍ବର ଓ ପୁରୀକୁ ଯୋଗାଯୋଗ ସୁବିଧା ଯୋଗାଇ ଦିଆଯିବ ବୋଲି ଜଣାପଡିଛି।  କମ୍ ଭଡା ଦେଇ ଗ୍ରାମାଞ୍ଚଳରୁ ସହରକୁ ଏସି ବସରେ ଆରାମଦାୟକ ଯାତ୍ରା କରିପାରିବେ ଯାତ୍ରୀ। ତେବେ, ଏହି ବସ୍ ସେବାରେ ମହିଳାଙ୍କୁ ପ୍ରାଥମିକତା ଦିଆଯାଇଛି। ମହିଳା ଯାତ୍ରୀଙ୍କ ପାଇଁ ଟିକେଟରେ ବିଶେଷ ରିହାତି ରହିଛି ବୋଲି କୁହାଯାଉଛି । କିନ୍ତୁ ସେ ସବୁ ବର୍ତ୍ତମାନ ସୁଦ୍ଧା ସ୍ପଷ୍ଟ କରି ନାହାନ୍ତି ରାଜ୍ୟ ସରକାର । ଲୋକଙ୍କ ଦୈନନ୍ଦିନ ଗମନାଗମନ ସୁବିଧା ପାଇଁ  ଆଗାମୀ ଦିନରେ ୧,୦୦୦ରୁ ଅଧିକ ବସ୍ ନିୟୋଜିତ ହେବାକୁ ଯାଉଛି। ଏଥିପାଇଁ ରାଜ୍ୟ ସରକାର ୨୦୨୩-୨୬ ବର୍ଷ ମଧ୍ୟରେ ୩,୧୭୮ କୋଟି ଖର୍ଚ୍ଚ କରିବାକୁ ଯାଉଛନ୍ତି। ଏହି ସାର୍ବଜନୀନ ପରିବହନ ବ୍ୟବସ୍ଥା ଲୋକଙ୍କ ସାମାଜିକ ଓ ଅର୍ଥନୈତିକ ଅଭିବୃଦ୍ଧିରେ ବ୍ୟାପକ ପରିବର୍ତ୍ତନ ଆଣିବ। 


ସେପଟେ ରାଜ୍ୟ ସରକାରଙ୍କ ଏହି ‘ଲକ୍ଷ୍ମୀ’ ବସ୍  ଯୋଜନାକୁ ବିରୋଧ କରିଛି ମାଲକାନଗିରି ଘରୋଇ ବସ୍‍ ମାଲିକ ସଂଘ ।  ଏନେଇ ଆଜି ଶାନ୍ତିପୂର୍ଣ୍ଣ ବିକ୍ଷୋଭ କରୁଛି। କେବେଳ ସେତିକି ନୁହେଁ ‘ଲକ୍ଷ୍ମୀ’ ବସ୍   ଚଳାଚଳକୁ ବି  କୋରାପୁଟରେ ବିରୋଧ କରାଯାଇଛି।  କୋରାପୁଟ ଜିଲ୍ଲା ସମେତ ମାଲକାନଗିରି, ନବରଙ୍ଗପୁର ଓ ରାୟଗଡ଼ା ଜିଲ୍ଲାରେ ୨୪ ଘଣ୍ଟିଆ ଘୋରୋଇ ବସ୍ ବନ୍ଦ କରିଛନ୍ତି ଘରୋଇ ବସ୍ ମାଲିକ ସଂଘ। ଫଳରେ ଯାତ୍ରୀ ମାନେ ବହୁ ଅସୁବିଧାର ସମ୍ମୁଖିନ ହେଉଛନ୍ତି। ରାଜ୍ୟ ସରକାର ଦାବି ଗୁଡ଼ିକ ଉପରେ ଆବଶ୍ୟକ ପଦକ୍ଷେପ ଗ୍ରହଣ ନ କଲେ ଆଗାମୀ ଦିନରେ ଅନିର୍ଦ୍ଦିଷ୍ଟ କାଳ ଯାଏଁ ଆନ୍ଦୋଳନ କରିବେ ବୋଲି କୋରାପୁଟ ଘରୋଇ ବସ୍ ମାଲିକ ସଂଘ କହିଛି।