Lady ASI Death Case: ମହିଳା ASI ଆଲିଶାଙ୍କୁ ମାରିଲା କିଏ ?
Advertisement
Article Detail0/zeeodisha/odisha1896742

Lady ASI Death Case: ମହିଳା ASI ଆଲିଶାଙ୍କୁ ମାରିଲା କିଏ ?

Lady ASI Death Case: ରାଉରକେଲା ଉଦିତନଗର ଥାନାର ମହିଳା ଏଏସ୍‌ଆଇ ଆଲିଶା ନର୍‌ମି ଲୁଗୁନଙ୍କ ( lady ASI Alisa Narmi Lugun of Uditnagar police station ) ମୃତ୍ୟୁକୁ ନେଇ ସସପେନ୍ସ ବଢିବାରେ ଲାଗିଛି । ତାଙ୍କର ଅକାଳ ମୃତ୍ୟୁ ହୋଇଛି ନା ତାଙ୍କୁ କିଏ ହତ୍ୟା କରିଛି । ସେନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ପୋଲିସ୍ ହାତରେ ମିଳିନାହିଁ । ସେପଟେ, ମହିଳା ଏଏସ୍‌ଆଇ ଆଲିଶା ନର୍‌ମି ଲୁଗୁନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ବାମୀ । 

ସୌଜନ୍ୟ- ସୋସିଆଲ ମିଡି଼ଆ

Lady ASI Death Case: ରାଉରକେଲା ଉଦିତନଗର ଥାନାର ମହିଳା ଏଏସ୍‌ଆଇ ଆଲିଶା ନର୍‌ମି ଲୁଗୁନଙ୍କ ( lady ASI Alisa Narmi Lugun of Uditnagar police station ) ମୃତ୍ୟୁକୁ ନେଇ ସସପେନ୍ସ ବଢିବାରେ ଲାଗିଛି । ତାଙ୍କର ଅକାଳ ମୃତ୍ୟୁ ହୋଇଛି ନା ତାଙ୍କୁ କିଏ ହତ୍ୟା କରିଛି । ସେନେଇ ଏପର୍ଯ୍ୟନ୍ତ କୌଣସି ଠୋସ୍ ପ୍ରମାଣ ପୋଲିସ୍ ହାତରେ ମିଳିନାହିଁ । ଏପରିକି କିଭଳି ସ୍ଥିତିରେ ମହିଳା ଏଏସ୍ଆଇଙ୍କ ମୃତ୍ୟୁ ଘଟିଲା ତାହାର କାରଣ ବର୍ତ୍ତମାନ ସୁଧା ଜଣାପଡିନାହିଁ। ପୋଲିସ୍ ବି ଏହି ଘଟଣା ନେଇ ମୁହଁ ଖୋଲୁ ନାହିଁ । ସେପଟେ, ମହିଳା ଏଏସ୍‌ଆଇ ଆଲିଶା ନର୍‌ମି ଲୁଗୁନଙ୍କୁ ହତ୍ୟା କରାଯାଇଥିବା ଅଭିଯୋଗ ଆଣିଛନ୍ତି ତାଙ୍କ ସ୍ବାମୀ ।  ସେ କହିଛନ୍ତି ତାଙ୍କୁ ନ୍ୟାୟ ନ ମିଳିବା ପର୍ଯ୍ୟନ୍ତ ଆଲିଶାଙ୍କ ଶବ ବ୍ୟବଚ୍ଛେଦ କରାଯିବନି । ସେପଟେ, ମହିଳା ଏଏସଆଇଙ୍କ ମୃତ୍ୟୁରେ ମୃତ ମହିଳା ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ ଲିଙ୍କ୍ ଥିବା  ନେଇ ଚର୍ଚ୍ଚା ହେଉଛି।  

Also Read: DA Hike: ମୋଦି ସରକାର ଦେବେ ଖୁସି ଖବର; ସରକାରୀ କର୍ମଚାରୀଙ୍କୁ ମିଳିବ ବମ୍ପର ଅଫର, ବଢିବ ମହଙ୍ଗା ଭତ୍ତା!

ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ମହିଳା ଏଏସ୍‌ଆଇ ଆଲିଶା ନର୍‌ମି ଲୁଗୁନ ମହିଳା ଆସିଷ୍ଟାଂଟ କଲେକ୍ଟର ସୁସ୍ମିତା ମିଞ୍ଜଙ୍କ (Rourkela Assistant Collector Sushmita Minz) ସୁରକ୍ଷା ଦାୟିତ୍ୱରେ ଗତ କିଛି ଦିନ ହେବ ଥିଲେ। କିନ୍ତ ଦୁର୍ଭାଗ୍ୟର ବଷୟ,  ସୁସ୍ମିତା ମିଞ୍ଜଙ୍କର କିଛି ଦିନ ତଳେ ମୃତ୍ୟୁ ହୋଇଛି । ଏନେଇ  ସୁସ୍ମିତା ମିଞ୍ଜଙ୍କ ଭାଇ (Sushmita’s brother ) ଥାନାରେ ଏତଲା ଦେଇଥିଲେ। ଏତଲାରେ ମହିଳା ଏଏସ୍‌ଆଇ ଆଲିଶା ନର୍‌ମି ଲୁଗୁନ ନାଁ ସହ ଆଉ କେତେ ଜଣଙ୍କ ନାଁ ବି ସାମିଲ୍ ଅଛି ।  ଏହି ଘଟଣାର ପର୍ଦ୍ଦାଫାସ ହୋଇ ନଥିବା ବେଳେ ହଠାତ୍ ମହିଳା ଏଏସ୍ଆଇଙ୍କ ମୃତ୍ୟୁ  ଅନେକ ପ୍ରଶ୍ନବାଚୀ ସୃଷ୍ଟି କରିଛି। 

ସୂଚନା ଅନୁସାରେ, ଗତକାଲି ( ରବିବାର) ଦିନ  ରାଉରକେଲା ରିଙ୍ଗ୍ ରୋଡ ଠାରେ ଏକ ସଡକ ଦୁର୍ଘଟଣା ଘଟିଥିଲା। ଦୁର୍ଘଟଣା ପରେ ସେଠାରେ ଉତ୍ତେଜନା ପ୍ରକାଶ ପାଇଥିଲା। ଖବର ପାଇ ଘଟଣାସ୍ଥଳରେ ମହିଳା ଏଏସ୍‌ଆଇ ଆଲିଶା ନର୍‌ମି ଲୁଗୁନ ପହଞ୍ଚି ଥିଲେ।  ଏବଂ ପରିସ୍ଥିତିକୁ ନିୟନ୍ତ୍ରଣ କରିବା ସମୟରେ ସେ ହଠାତ୍ ଅସୁସ୍ଥ ହୋଇପଡିଥିଲେ। ପରେ ତାଙ୍କୁ ଉଦ୍ଧାର କରାଯାଇ ମେଡିକାଲରେ ଭର୍ତ୍ତି କରାଯାଇଥିଲା। କିନ୍ତୁ ଡାକ୍ତର ସେଠାରେ ତାଙ୍କୁ ମୃତ ଘୋଷଣା କରିଥିଲେ। କିନ୍ତୁ କେଉଁ ପରିସ୍ଥିତିରେ ତାଙ୍କର ମୃତ୍ୟୁ ଘଟିଲା ତାହାର ପ୍ରକୃତ କାରଣ ଏପର୍ଯ୍ୟନ୍ତ ଜଣାପଡି ନାହିଁ। ମୃତ୍ୟୁ ସମୟରେ କାହିଁକି ତାଙ୍କ ମୁହଁରୁ ଫେଣ ବାହାରିଲା , ତାହାର କାରଣ ଜଣାପଡି ନାହିଁ। ସେପଟେ ଘଟଣାସ୍ଥଳକୁ ମହିଳା ଏଏସଆଇଙ୍କ ସହ ଯାଇଥିବା ହାବିଲଦାର ବି ଏନେଇ ମୁହଁ ଖୋଲୁ ନାହାଁନ୍ତି । ଏଠାରେ ପ୍ରଶ୍ନ ଉଠୁଛି, ସେଠି ତାଙ୍କୁ ହତ୍ୟା କରିବା ପାଇଁ କୌଣସି ଯୋଜନା ରଚା ଯାଇଥିଲା କି ?  ପୂର୍ବରୁ କୌଣସି ପ୍ରକାର ଷଡଯନ୍ତ୍ରର ସେଠାର ହୋଇଥିଲା କି ଏଭଳି ଅନେକ ପ୍ରଶ୍ନର ଉତ୍ତର ଖୋଜୁଛି ପୋଲିସ୍।