CRUT: ଯାତ୍ରୀଙ୍କ ପାଇଁ ଖୁସି ଖବର । ଏଣିକି ଯାତ୍ରୀମାନେ ବସରେ ଲିପ୍ଟର ସୁବିଧା ପାଇବେ (lift system in bus) । ଦୂର ଯାତ୍ରା କଲାବେଳେ ଆଉ ସମସ୍ୟାର ସମ୍ମୁଖିନ ହେବେନି ଯାତ୍ରୀ ।ବାହାର ରାଜ୍ୟ ଭଳି ଏଣିକି ଓଡ଼ିଶାରେ ସ୍ଵତନ୍ତ୍ର ଲିଫ୍ ବ୍ୟବସ୍ଥା ଥିବା ଲୋ ସ୍କୋର୍‌ ବସ୍ ଚଳାଚଳ କରିବାକୁ ଯାଉଛି । ଦିବ୍ୟାଙ୍ଗଙ୍କ (lift system for Handicapt) ପାଇଁ କ୍ୟାପିଟାଲ୍ ରିଜିଅନ୍ ଅର୍ବାନ୍ ଟ୍ରାନ୍ସପୋର୍ଟ କ୍ରୁଟ୍ ପକ୍ଷରୁ ଏକ ଅଭିନବ ଯୋଜନା କାର୍ଯ୍ୟକାରୀ କରିବାକୁ ଯାଉଛି Capital Region Urban Transport (CRUT) ବୋଲି କୁଟ୍ର ଅପରେସନ୍ ହେଡ୍ ସଞ୍ଜୟ ବିଶ୍ଵାଳ ସୂଚନା ଦେଇଛନ୍ତି। ସେ କହିଛନ୍ତି ଯେ, ଏହି ଯୋଜନାରେ ଭୁବନେଶ୍ୱର ସହରରେ ଭିନ୍ନକ୍ଷମଙ୍କ ପାଇଁ ସ୍ଵତନ୍ତ୍ର ବ୍ୟବସ୍ଥା ରହିଥିବା ନୂତନ ଇଲେକ୍ଟ୍ରିକ୍ ବସ ଚଳାଚଳ କରିବ। ଏଥିରେ ସାଧାରଣ ଯାତ୍ରୀ ବି ଯାତାୟାତ କରିବା ବ୍ୟବସ୍ଥା କରାଯିବ। ଖାସ୍ କରି ଏହି ବସରେ ଦିବ୍ୟାଙ୍ଗଙ୍କ ପାଇଁ  ସ୍ବତନ୍ତ୍ର ସିଟ୍ ରହିଥିବା ବେଳେ ସେମାନଙ୍କ ପାଇଁ ଚଢିବା ଓ ଓଲ୍ଲାଇବା ପାଇଁ ସ୍ବତନ୍ତ୍ର ଲିପ୍ଟର ବ୍ୟବସ୍ଥା କରାଯିବ ବୋଲି ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING


ସେ କହିଛନ୍ତି ଯେ,  ଅନ୍ୟ ରାଜ୍ୟ ଭଳି ଓଡି଼ଶାରେ ମଧ୍ୟ ଏହି ସେବା ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ।  ଜଣେ ଦିବ୍ୟାଙ୍ଗ ବିନା ସାହାରାରେ ସିଧାସଳଖ ଭାବେ ବସରେ ଚଢ଼ିପାରିବେ ଏବଂ ଓହ୍ଲାଇ ପାରିବେ।  ଯଦିଓ ମୋ ବସରେ ( mo bus) ଦିବ୍ୟାଙ୍ଗଙ୍କ ପାଇଁ ଟିକେଟରେ ରିହାତି ଓ ସିଟି ପାଇଁ ସ୍ବତନ୍ତ୍ର ବ୍ୟବସ୍ଥା ଥିଲା କିନ୍ତୁ ତାହା ଶତ ପ୍ରତିଶତ ସଫଳ ହେଉ ନଥିଲା।  କିନ୍ତୁ ଏହି ଯୋଜନା ମାଧ୍ୟମରେ ଦିବ୍ୟାଙ୍ଗ ଯାତ୍ରୀମାନେ ସହଜରେ ବସରେ ଚଢି ପାରିବେ। ତାହା ପୁଣି ବିନା କାହା ସାହାର୍ଯ୍ୟରେ । 



ନିକଟରେ,  ଜୁଲାଇ ୧ ତାରୁଖରୁ କ୍ୟାପିଟାଲ ରିଜିଅନ ଅର୍ବାନ ଟ୍ରାନ୍ସପୋର୍ଟ( କ୍ରୁଟ) ପକ୍ଷରୁ ‘ମୋ ବସ’ ୧୩ଟି ନୂଆ ରୁଟରେ ସେବା ପ୍ରଦାନ କରିଛି । ଏହି ରୁଟରେ ସରକାରୀ ବସ ଚଳାଚଳ ନେଇ ଦୀର୍ଘ ଦିନରୁ ଦାବି ହୋଇଆସୁଥିଲା । ଲୋକଙ୍କ ଦାବି ଓ ଯାତ୍ରୀଙ୍କ ସୁବିଧାକୁ ଦୃଷ୍ଟିରେ ରଖି ଏହି ୧୩ଟି ରୁଟରେ ବସ୍ ଚଳାଚଳ ନେଇ କ୍ରୁଟ (CRUT) ପକ୍ଷରୁ କୁହାଯାଇଛି । ସୂଚନାଯୋଗ୍ୟ, ଏହି ନୂଆ ରୁଟ୍ ସବୁ ଭୁବନେଶ୍ବର, କଟକ ଓ ପୁରୀ ସହରାଞ୍ଚଳ ପରିବହନ କ୍ଷେତ୍ରରେ ଉପଲବ୍ଧ ହୋଇଛି । ପ୍ରଥମ ଥର ପାଇଁ ଏହି ବ୍ୟବସ୍ଥାରେ କାକଟପୁର, ସାତପଡ଼ା ଓ ଡ଼େଲାଙ୍ଗ ଯୋଡ଼ି ହୋଇଛି । ଏହି ନୂଆ ରୁଟ୍ ଗୁଡ଼ିକରେ ‘ମୋ ବସ’(MO BUS) ସେବା ଦ୍ବାରା ରାଜଧାନୀ ତଥା ଅନ୍ୟ ସବୁ ଅଞ୍ଚଳର ସାଧାରଣ ପରିବହନ ବ୍ୟବସ୍ଥାରେ ବ୍ୟାପକ ପରିବର୍ତ୍ତନ ଆସିଛି । ଏହି ସେବା ଦ୍ବାରା ସ୍ଥାନୀୟ ଲୋକଙ୍କ ସହ ପର୍ଯ୍ୟଟକମାନେ ମଧ୍ଯ ବିଶେଷ ଉପକୃତ ହୋଇଛନ୍ତି । ଏହି ସବୁ ଅଞ୍ଚଳର ପ୍ରମୁଖ ହବ ଗୁଡ଼ିକୁ ସଂଯୋଗ କରୁଥିବା ଏହି ରୁଟ୍ ସବୁ ନିରନ୍ତର ସାଧାରଣ ପରିବହନ ସେବା ସୁନିଶ୍ଚିତ କରିବ ବୋଲି କ୍ରୁଟ ପକ୍ଷରୁ କୁହାଯାଇଛି । ପ୍ରକାଶ ଥାଉ କି, ଗତ ମଇ ମାସରେ ବ୍ଲକରୁ ପଞ୍ଚାୟତକୁ ମୋ ବସ୍ ଗଡ଼ିବା ନେଇ ନିଷ୍ପତ୍ତି ନିଆଯାଇଥିଲା । ଲକ୍ଷ୍ମୀ ସ୍କିମ୍ ରେ ଗ୍ରାମଞ୍ଚଳରେ ପରିବହନ ସୁବିଧା ପାଇଁ ମୋ ବସ ଚଳାଚଳ ନେଇ ପରିବହନ ବିଭାଗ (Transport department of odisha) ପକ୍ଷରୁ ନିଷ୍ପତ୍ତି ନିଆଯାଇଥିଲା । ପ୍ରଥମ ପର୍ଯ୍ୟାୟରେ ପାଇଲଟ୍ ପ୍ରୋଜେକ୍ଟ ଭାବେ ରାଜ୍ୟର ୬ଟି ଜିଲ୍ଲାକୁ ହାତ ନିଆଯାଇଥିଲା । କୋରାପୁଟ, ନବରଙ୍ଗପୁର, ରାୟଗଡ଼ା, ମାଲକାନଗିରି, କଳାହାଣ୍ତି ଓ ଗଜପତି ଜିଲ୍ଲାକୁ ପ୍ରଥମ ପର୍ଯ୍ୟାୟରେ ସାମିଲ କରାଯାଇଥିଲା । ଏହା ପରେ ପରିବର୍ତ୍ତୀ ସମୟରେ ରାଜ୍ୟର ଅନ୍ୟ ସମସ୍ତ ପଞ୍ଚାୟତକୁ ମୋ ବସ ଚାଲିବ ବୋଲି ବିଭାଗ ପକ୍ଷରୁ ସୂଚନା ଦିଆଯାଇଥିଲା ।