State Election 2024: ବାଜି ସାରିଛି ନିର୍ବାଚନୀ ବିଗୁଲ। ଆରମ୍ଭ ହୋଇଛି ରାଜନୈତିକ ଉଷ୍ମତା। ଏହା ମଧ୍ୟରେ ନବୀନ ନିବାସରେ ବିଜେଡି ପକ୍ଷରୁ ପ୍ରଥମେ ପୁରୀ ସଂସଦୀୟ କ୍ଷେତ୍ରରୁ ତର୍ଜମା ଆରମ୍ଭ ହୋଇଛି। ତେବେ ଚଳିତ ନିର୍ବାଚନରେ କୋଟିକୋଟି ଟଙ୍କା ବ୍ଯୟରେ ନିର୍ମାଣ ହୋଇଥିବା ଶ୍ରୀମନ୍ଦିର ପରିକ୍ରମା ମାର୍ଗକୁ ସର୍ବାଗ୍ରେ ଗୁରୁତ୍ୱ ଦେବ ଦଳ। ସେପଟେ ବିଜେପି ଓ ବିଜେଡି ମେଣ୍ଟକୁ ନେଇ ଏବେବି ଆସିନାହିଁ ସ୍ପଷ୍ଟ ଚିତ୍ର। ସେପଟେ ମେଣ୍ଟ ହେଲେ ଆସନ ହରାଇବା ଆଶଙ୍କାରେ ନେତା ଓ ବିଧାୟକ। ସେପଟେ ପୁରୀ ସଂସଦୀୟ କ୍ଷେତ୍ରରୁ ପିନାକୀ ମିଶ୍ରଙ୍କୁ ଏଥର ମିଳିନପାରେ ଟିକେଟ। ତାଙ୍କ ବଦଳରେ ବିଜେଡିରୁ ଅରୁପ ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ନିସ୍ପତି ହୋଇଥିବା ଏକ ନିର୍ଭର ଯୋଗ୍ଯ ସୂତ୍ରରୁ ମିଳିଛି ସୂଚନା। ସେପଟେ ସତ୍ଯବାଦୀରୁ ସଂଜୟ ଓ ବ୍ରହ୍ମଗିରିରୁ ଉମା ହେବା ନେଇ ସୂଚନା ମିଳିଛି।


COMMERCIAL BREAK
SCROLL TO CONTINUE READING

ପୁଣି ରାଜଧାନୀରେ ମେଣ୍ଟ ଚର୍ଚ୍ଚା। ଏନେଇ ପାଟି ଫିଟାଉ ନାହାଁନ୍ତି ବିଜେପି ଓ ବିଜେଡିର ନେତା ଓ ମନ୍ତ୍ରୀ।ଯଦିଓ ପୂର୍ବରୁ ବିଜେପି ରାଜ୍ୟ ସଭାପତି ଖଣ୍ଡନ କରିଥିଲେ ଆଉ ବିଜେଡି ଏହି ପ୍ରସଙ୍ଗରେ ଥିଲା ନିରବ। କିନ୍ତୁ କିଛି ଦିନର ନିରବତା ପରେ ପୁଣି ଏହି ପ୍ରସଙ୍ଗକୁ ନେଇ ରାଜଧାନୀରେ ଉଷ୍ମତା ଲାଗିରହିଛି। ସେପଟେ ନିର୍ବାଚନର ବିଗୁଲ ବାଜିବା ପରେ ବିଜେଡି ପୁରୀ ସଂସଦୀୟ କ୍ଷେତ୍ରରୁ ଆରମ୍ଭ କରିଛି ନିର୍ବାଚନୀ ସମିକ୍ଷା। ପୁରୀ ସଂସଦୀୟ କ୍ଷେତ୍ରରେ ଥିବା ବିଧାୟକ, ପୂର୍ବତନ ବିଧାୟକ , ନେତା ଓ ମନ୍ତ୍ରୀ ମାନଙ୍କୁ ନବୀନ ନିବାସ ଡକାଯାଇ ଟିକନିକ ସମିକ୍ଷା କରାଯାଇଛି। ତେବେ ୧୯୯୮ରୁ ୨୦୨୪ ପର୍ଯ୍ୟନ୍ତ ପୁରୀ ସଂସଦୀୟ କ୍ଷେତ୍ର ବିଜେଡି ହାତରେ ରହିଛି।ସେପଟେ ପୁରୀ ସଂସଦୀୟ କ୍ଷେତ୍ରରୁ ପିନାକୀ ମିଶ୍ରଙ୍କୁ ଏଥର ମିଳିନପାରେ ଟିକେଟ। ତାଙ୍କ ବଦଳରେ ବିଜେଡିରୁ ଅରୁପ ପଟ୍ଟନାୟକ ପ୍ରାର୍ଥୀ ହେବେ ବୋଲି ନିସ୍ପତି ହୋଇଥିବା ହେଉଛି ଚର୍ଚ୍ଚା। ମାତ୍ର ୨୦୧୯ ନିର୍ବାଚନରେ ବିଜେଡି ଏହି ଲୋକସଭା କ୍ଷେତ୍ରରୁ ଦୁଇଟି ବିଧାନସଭା ଆସନ ହରାଇଛନ୍ତି। ତେବେ ବ୍ରହ୍ମଗିରି ବିଧାନସଭା ଆସନରେ ପୂର୍ବତନ ମନ୍ତ୍ରୀ ତଥା ବିଜେଡିର ବରିଷ୍ଠ ନେତା ସଂଜୟ ଦାସବର୍ମାଙ୍କୁ ହରାଇ ବିଜେପି ଏହି ଆସନକୁ ଅକ୍ତିଆର କରିଥିଲା। ସେହିପରି ପୁରୀ ବିଧାନସଭା ଆସନରୁ ମାତ୍ର ତିନିହଜାର ଭୋଟରେ ବିଜେପି ପ୍ରାର୍ଥୀ ଜୟନ୍ତ ଷଡଙ୍ଗୀ ଙ୍କ ଠାରୁ ହାରିଯାଇଥିଲେ ପୂର୍ବତନ ବାଚସ୍ପତି ସ୍ୱର୍ଗତ ମହେଶ୍ୱର ମହାନ୍ତି। ତେବେ ବିଜେଡି କିଭଳି ପୁରୀ ସଂସଦୀୟ କ୍ଷେତ୍ରରେ ଅଭୁତପୂର୍ବ ସଫଳତା ପାଇବ ତାକୁ ନେଇ ଚାଲିଛି ରଣନୀତି। ଛଅଟି ଯାକ ନିର୍ବାଚନ ମଣ୍ଡଳୀ ଅର୍ଥାତ ପୁରୀ ସଦର, ବ୍ରହ୍ମଗିରି, ପିପିଲି, ସତ୍ଯବାଦୀ, ଚିଲିକା ଓ ରଣପୁର ବିଧାନସଭା ଆସନରେ ବିଜେଡିର ସ୍ଥିତି ମଜବୁତ କରାଯିବ। ତେବେ ଆଗାମୀ ନିର୍ବାଚନରେ ପୁରୀ ଲୋକସଭା ଆସନ ସହ ସମସ୍ତ ଛଅଟି ଯାକ ବିଧାନସଭା ଆସନରେ ବିଜେଡି ଅପୂର୍ବ ସଫଳତା ପାଇବ ବୋଲି କହିଛନ୍ତି ପୁରୀ ଜିଲ୍ଲା ବିଜେଡି ସଭାପତି।


ସେପଟେ ପୁରୀ ଲୋକସଭା ଆସନରେ ଭୋଟରଙ୍କ ସଂଖ୍ୟା ପ୍ରାୟ ୧୩ଲକ୍ଷ ୯୧ହଜାର। ତେବେ ଆଗାମୀ ନିର୍ବାଚନରେ ପୁରୀ ଲୋକସଭା ଆସନରୁ ବିଜେପିରୁ ବିଜେପି ରାଷ୍ଟ୍ରୀୟ ପ୍ରବକ୍ତା ସମ୍ବିତ ପାତ୍ର ପୁନର୍ବାର ପ୍ରାର୍ଥୀ ହେବେ ବୋଲି ଚର୍ଚ୍ଚା ହେଉଛି। ୨୦୧୯ ନିର୍ବାଚନରେ ପିନାକୀ ମିଶ୍ରଙ୍କ ଠାରୁ ପ୍ରାୟ ୧୨,୭୧୪ଖଣ୍ଡ ଭୋଟରେ ପରାସ୍ତ ହୋଇଥିଲେ। ତେବେ ଏଥର ବିଜେଡିରୁ ପ୍ରାର୍ଥୀ ହୋଇନପାରନ୍ତି ପିନାକୀ। ସେପଟେ ଉଭୟ ଲୋକସଭା ଓ ବିଧାନସଭା ଆସନରେ ମେଣ୍ଟ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ପୁରୀ ବ୍ରହ୍ମଗିରି, ନିମାପଡା ନିର୍ବାଚନ ମଣ୍ଡଳୀ ବିଜେପି ହାତକୁ ଯାଉଥିବା ଚର୍ଚ୍ଚା ହେଉଥିବା ବେଳେ ପୁରୀ ବିଧାନସଭା ଆସନ ବିଜେଡି ହାତକୁ ଯିବ ବୋଲି ଶୁଣିବାକୁ ମିଳୁଛି। ସେପଟେ ବିଜେଡିର ବରିଷ୍ଠ ନେତା ତଥା ବ୍ରହ୍ମଗିରିର ପୂର୍ବତନ ବିଧାୟକ ସଂଜୟ ଦାସବର୍ମା ସତ୍ଯବାଦୀ ନିର୍ବାଚନ ମଣ୍ଡଳୀରୁ ଓ ସତ୍ଯବାଦୀରୁ ଜିତିଥିବା ଉମା ସାମନ୍ତରାୟ ବ୍ରହ୍ମଗିରିରୁ ବିଜେଡି ପ୍ରାର୍ଥୀ ହେବେ ବୋଲି ବିଜେଡି ନିସ୍ପତି ନେଇଛି। ସେପଟେ ଦୁଇମାସ ପରେ ଏହି ଦୁଇଟି ଆସନର ଚୁଡାନ୍ତ ସମିକ୍ଷା ହେବା ପରେ ପୁଣି ଆସନର ହୋଇପାରେ ଅଦଳବଦଳ। ସେପଟେ ମେଣ୍ଟ ହେଲେ ଏହି ଆସନ ବିଜେଡି ହାତକୁ ଯିବା ଚର୍ଚ୍ଚା ହେଉଛି। ତେବେ ସେ ବିଧାୟକ ଅଛନ୍ତି ଲୋକଙ୍କ ସହ ସବୁବେଳେ ରହିଛନ୍ତି, ଦଳପକ୍ଷରୁ କିଛି ନିସ୍ପତି ନିଆଯାଇନାହିଁ। ତାପରେ ନିସ୍ପତି ନେବେ ବୋଲି କହିଛନ୍ତି ବିଧାୟକ।