ଆପାର୍ଟମେଣ୍ଟରୁ ପୁଣି ଲୁଟ୍; ପାହାଳ ଡୁପ୍ଲେକ୍ସରୁ ୪୦ ଲକ୍ଷର ସୁନାଗହଣା ଲୁଟି ନେଲେ ଦୁର୍ବୃତ୍ତ
Loot case: ପାହାଳ ଥାନା ସିଟି ହୋମ୍ ଡୁପ୍ଲେକ୍ସରେ ଘରେ ପଶି ଦୁର୍ବୃତ୍ତଘରେ କଳା କନା ବୁଲାଇଛନ୍ତି। ଝିଅ ବାହାଘର ପାଇଁ ସୁନା ଗହଣା ରଖିଥିଲେ ପରିବାର ଲୋକେ। ସିସିଟିଭି ଭାଙ୍ଗି ୬ ଜଣ ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିବା ସହ ଡିଭିଆର୍ରୁ ଭିଡିଓ ସଂଗ୍ରହ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ ଏହି ଆପାର୍ଟମେଣ୍ଟରୁ ଲୁଟ୍ ଘଟଣାରେ ଏକ ଚୋର୍ ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡ଼ିଛି।
ଭୁବନେଶ୍ଵର: ଆପାର୍ଟମେଣ୍ଟରୁ ପୁଣି ଲୁଟ୍। ଗୋଟିଏ ରାତିରେ ଚାରୋଟି ଡୁପ୍ଲେକ୍ସରୁ ଲୁଟ୍ ହୋଇଛି। ଭୁବନେଶ୍ୱର ପାହାଳ ଥାନା ସିଟି ହୋମ୍ର ଡୁପ୍ଲେକ୍ସରୁ ଲୁଟ୍ ହୋଇଛି । ଚାରୋଟି ଡୁପ୍ଲେକ୍ସରୁ ପ୍ରାୟ ୨୦ ଲକ୍ଷରୁ ଅଧିକ ଟଙ୍କାର ସୁନା ଓ ହୀରା ଅଳଙ୍କାର ଚୋରି ହୋଇଛି। ପାହାଳ ଥାନାରେ ଅଭିଯୋଗ ପରେ ପୁଲିସ ତଦନ୍ତ ଆରମ୍ଭ କରିଛି।
ସୂଚନାଯୋଗ୍ୟ ଯେ, କିଛି ଦିନ ତଳେ ମଦନପୁର ସ୍ଥିତ ଏକ ଆପାର୍ଟମେଣ୍ଟରୁ ଚୋରି ହୋଇଥିବା ବେଳେ ଏବେ ପାହାଳ ସ୍ଥିତ ଏକ ଆପାର୍ଟମେଣ୍ଟରୁ ହୋଇଛି ଲୁଟ୍। ପାହାଳ ଥାନା ସିଟି ହୋମ୍ ଡୁପ୍ଲେକ୍ସରେ ଘରେ ପଶି ଦୁର୍ବୃତ୍ତଘରେ କଳା କନା ବୁଲାଇଛନ୍ତି। ଝିଅ ବାହାଘର ପାଇଁ ସୁନା ଗହଣା ରଖିଥିଲେ ପରିବାର ଲୋକେ। ସିସିଟିଭି ଭାଙ୍ଗି ୬ ଜଣ ଲୁଟ୍ କରିଥିବା ଥାନାରେ ଅଭିଯୋଗ ହୋଇଛି। ଅଭିଯୋଗକୁ ଭିତ୍ତି କରି ପୁଲିସ ମାମଲା ରୁଜୁ କରିବା ସହ ଡିଭିଆର୍ରୁ ଭିଡିଓ ସଂଗ୍ରହ କରି ଘଟଣାର ତଦନ୍ତ ଆରମ୍ଭ କରିଛି ପୁଲିସ। ତେବେ ଏହି ଆପାର୍ଟମେଣ୍ଟରୁ ଲୁଟ୍ ଘଟଣାରେ ଏକ ଚୋର୍ ଗ୍ୟାଙ୍ଗ ସକ୍ରିୟ ଥିବା ଜଣାପଡ଼ିଛି।