Lingaraj Temple: ଅନେକ ସମୟରେ ପୂଜାପଣ୍ଡା ଓ ସେବାୟତଙ୍କ ମଧ୍ୟରେ ବିବାଦ କାରଣରୁ ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଦେଖାଦେଇଥାଏ । ପ୍ରଶାସନ ପକ୍ଷରୁ ଏନେଇ ବାରମ୍ବାର ସମାଧାନ କରିଥିଲେ ମଧ୍ୟ ପ୍ରତିବର୍ଷ କିଛି ନା କିଛି ସମସ୍ୟାକୁ ନେଇ ଅଖିଆ ଅପୂଜା ରୁହନ୍ତି ପ୍ରଭୁ ଶ୍ରୀ ଲିଙ୍ଗରାଜ। ଏହି ବିବାଦ ଏବେ ନୂଆ ନୁହେଁ ବରଂ ଅନେକ ସମୟରେ ସେବାୟତ ପ୍ରଶାସନ ନଚେତ୍ ପୂଜାପଣ୍ଡା ସେବାୟତଙ୍କ ମଧ୍ୟରେ ବାଦ ବିବାଦ କାରଣରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିରେ ବିଭ୍ରାଟ ଦେଖିବାକୁ ମିଳିଥାଏ। ତେବେ ଏପରି ହେବା ଭକ୍ତଙ୍କ ଭାବାବେଗକୁ ବହୁତ କୁଠାରଘାତ କରିଛି । ପ୍ରଶାସନ ଯଥାଶୀଘ୍ର ଏହି ସମସ୍ୟାର ସମାଧାନ କରି ପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତି ଆରମ୍ଭ କରିବା ନେଇ ଭକ୍ତଙ୍କ ମହଲରେ ଆଶା କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ସେବାୟତଙ୍କ ବିବାଦ କାରଣରୁ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କ ନୀତିକାନ୍ତିରେ ବିଭ୍ରାଟ ଦେଖାଦେଇଛି । ଦୁଇ ସେବାୟତ ଗୋଷ୍ଠୀଙ୍କ ମଧ୍ଯରେ ଟଣାଓଟଣା ଯୋଗୁଁ ଓପାସରେ ଅଛନ୍ତି ମହାପ୍ରଭୁ । ଗତକାଲି ସନ୍ଧ୍ୟା ଧୂପ ପରଠାରୁ ଠାକୁରଙ୍କ ନୀତି ବନ୍ଦ ଥିବା ଜଣାପଡ଼ିଛି । ଶ୍ରାବଣ ମାସ ଶେଷ ସୋମବାରରେ ମହାପ୍ରଭୁ ଶ୍ରୀ ଲିଙ୍ଗରାଜଙ୍କୁ ପଇତା ଲାଗି କରିବାକୁ ନେଇ ଦୁଇ ସେବାୟତଙ୍କ ମଧ୍ୟରେ ଟଣାଓଟରା ହୋଇଥିଲା । ପୂଜାପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପରେ ଲିଙ୍ଗରାଜ ମନ୍ଦିରର ନୀତିକାନ୍ତି ବନ୍ଦ ରହିଛି । ତେବେ ଏହି ବିବାଦ ୨୦୨୦ ମସିହାରୁ ଲାଗି ରହିଥିବା ବେଳେ ଏଯାବତ ଏହାର ସମାଧାନ ହୋଇପାରୁନାହିଁ । ମହାପ୍ରଭୁଙ୍କ ନୀତି ବନ୍ଦ ହେବା ଘଟଣା ଓ ମହାପ୍ରଭୁ ଶ୍ରୀ ଲିଙ୍ଗରାଜ ଓପାସରେ ରହିବା ନେଇ ଉଦବେଗ ପ୍ରକାଶ କରିଛନ୍ତି ଭକ୍ତ ।


Also Read-Bhubaneswar: ରେଳବାଇ ପକ୍ଷରୁ ସୂଚନା, ଏହି ଦିନଠାରୁ ଭୁବନେଶ୍ବରରେ ସ୍ବାଭାବିକ ହେବା ଟ୍ରେନ୍ ଚଳାଚଳ


Also Read-Puri Jagannath Temple: ଗହ୍ମା ପୂର୍ଣ୍ଣିମା ନେଇ ଚଳଞ୍ଚଳ ଶ୍ରୀକ୍ଷେତ୍ର, ରାକ୍ଷୀ ପ୍ରସ୍ତୁତିରେ ବ୍ୟସ୍ତ ସେବାୟତ