Puri Jagannath Temple: ଏହି ଦିନ ମାର୍କଣ୍ଡେଶ୍ବର ପୁଷ୍କରିଣୀର ଜନ୍ମ ବେଦିରେ ତାଙ୍କର ମାଟି ତିଆରି ଶିଶୁ ମୂର୍ତ୍ତି ନିର୍ମାଣ କରାଯାଇ ସ୍ବତନ୍ତ୍ର ବିଧିରେ ଜନ୍ମୋତ୍ସବ ପାଳିତ ହୋଇଥାଏ । ଶ୍ରୀବଳଭଦ୍ରଙ୍କୁ କୃଷିର ଦେବତା ବୋଲି ମଧ୍ୟ କୁହାଯାଏ । ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ ଅଟେ। ସମ୍ଭବତଃ ଏଥିଲାଗି, ଏହିଦିନ ଶ୍ରୀମନ୍ଦିର ବାହାରେ ଓ ମାଟିର ମୂର୍ତ୍ତି ମାଧ୍ୟମରେ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ପାଳିତ ହୋଇଥାଏ ।
Trending Photos
Puri Jagannath Temple: ଶ୍ରାବଣ ପୂର୍ଣ୍ଣିମାକୁ (Shraavana Purnima) ବଡ଼ଠାକୁର ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ଭାବେ ପାଳନ କରାଯାଏ । ଏହି ଦିନ ମାର୍କଣ୍ଡେଶ୍ବର ପୁଷ୍କରିଣୀର ଜନ୍ମ ବେଦିରେ ତାଙ୍କର ମାଟି ତିଆରି ଶିଶୁ ମୂର୍ତ୍ତି ନିର୍ମାଣ କରାଯାଇ ସ୍ବତନ୍ତ୍ର ବିଧିରେ ଜନ୍ମୋତ୍ସବ ପାଳିତ ହୋଇଥାଏ । ଶ୍ରୀବଳଭଦ୍ରଙ୍କୁ କୃଷିର ଦେବତା ବୋଲି ମଧ୍ୟ କୁହାଯାଏ । ତାଙ୍କର ଗୋଟିଏ ଆୟୁଧ ହଳ ବା ଲଙ୍ଗଳ ଅଟେ। ସମ୍ଭବତଃ ଏଥିଲାଗି, ଏହିଦିନ ଶ୍ରୀମନ୍ଦିର ବାହାରେ ଓ ମାଟିର ମୂର୍ତ୍ତି ମାଧ୍ୟମରେ ଶ୍ରୀ ବଳଭଦ୍ରଙ୍କ ଜନ୍ମଦିନ ପାଳିତ ହୋଇଥାଏ ।
ସୂଚନା ଅନୁଯାୟୀ, ଆସୁଛି ସ୍ନେହ ଓ ବନ୍ଧନର ପର୍ବ ରାକ୍ଷୀ (Rakhi 2023) । ଜୀବନ ସାରା ନିଜର ସୁରକ୍ଷା ପାଇଁ ଭାଇ ହାତରେ ଭଉଣୀ ବାନ୍ଧିବ ସେହ୍ନର ଡ଼ୋରି । ସେପଟେ ରାକ୍ଷୀ ବାନ୍ଧି ଜୀବନସାରା ଭଉଣୀକୁ ସୁରକ୍ଷାର ପ୍ରତିଶ୍ରୃତି ଦେବ ଭାଇ । ଏନେଇ ସବୁଆଡ଼େ ଚାଲିଛି ଜୋରଦାର ପ୍ରସ୍ତୁତି। ମାନବୀୟ ଲୀଳାଖେଳା କରୁଥିବା ଠାକୁର ଜଗା- ବଳିଆ ବି ଗହ୍ମା ପୂର୍ଣ୍ଣିମା ଦିନ ପିନ୍ଧିବେ ରାକ୍ଷୀ । ଏନେଇ ଆସନ୍ତା ଗୁରୁବାର ଦିନ ଶ୍ରୀମନ୍ଦିରରେ ପାଳିତ ହେବ ରକ୍ଷାବନ୍ଧନ (raksha bandhan 2023) ଓ ବଳଭଦ୍ର ଜନ୍ମ । ବଡ଼ଭାଇ ବଳଭଦ୍ର ଓ ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କ ହାତରେ ରାକ୍ଷୀ ବାନ୍ଧିବେ ଉଉଣୀ ଦେବୀ ସୁଭଦ୍ରା । ଏନେଇ ଚାଲିଛି ଶ୍ରୀମନ୍ଦିରରେ ଚାଲିଛି ଜୋରଦାର ପ୍ରସ୍ତୁତି । ରାକ୍ଷୀ ତିଆରିରେ ବ୍ୟସ୍ତ ଅଛନ୍ତି ପାଟରା ବିଷୋୟୀ ସେବାୟତ । ତିଆରି ଚାଲିଛି ଚାରୋଟି ବଡ଼ ରାକ୍ଷୀ ସହ ଗୁଆମାଳ । ରଙ୍ଗବେରଙ୍ଗର ବାସୁଙ୍ଗା ପାଟରେ ପ୍ରସ୍ତୁତ ହେଉଛି ରାକ୍ଷୀ ।
Also Read-Dengue: ହୋଇଯାଆନ୍ତୁ ସତର୍କ! ଡେଙ୍ଗୁ ପରେ ଏବେ ଫାଇଲେରିଆ ଚିନ୍ତା..
ବଲଭଦ୍ରଙ୍କ ପାଇଁ ବାଇଗଣୀ-ନୀଳ ଓ ଜଗନ୍ନାଥଙ୍କ (Lord Jagannath) ପାଇଁ ହଳଦିଆ-ନାଲି ରଙ୍ଗର ୨ଟି ଲେଖାଏଁ ରାକ୍ଷୀ ପ୍ରସ୍ତୁତ କରାଯାଉଛି । ବେଶ ନିଷ୍ଠାର ସହ ରାକ୍ଷୀ ପ୍ରସ୍ତୁତିରେ ଲାଗିଛନ୍ତି କାରିଗର । ରାକ୍ଷୀ ସହ ମହାପ୍ରଭୁଙ୍କ ଲାଗି ତିଆରି ଚାଲିଛି ଗୁଆମାଳ । ରାକ୍ଷୀ ପୂର୍ଣ୍ଣିମା ଅବସରରେ ପ୍ରାୟ ୫୪ଟି ଗୁଆରେ ପ୍ରସ୍ତୁତ ଏହି ଗୁଳମାଳର ମଧ୍ଯ ରକ୍ଷାବନ୍ଧନ ଅବସରରେ ରହିଛି ସ୍ବତନ୍ତ୍ର ପରମ୍ପରା । ଏହାଛଡ଼ା ପାର୍ଶ୍ବ ଦେବାଦେବୀଙ୍କ ପାଇଁ ମଧ୍ଯ ରାକ୍ଷୀ ପ୍ରସ୍ତୁତି କରୁଛନ୍ତି ପାଟେରା ବିଷୋୟୀ ସେବାୟତ । ପୂର୍ଣ୍ଣିମା ଦିନ ପ୍ରସ୍ତୁତ ରାକ୍ଷୀ ଶ୍ରୀମନ୍ଦିର ଗାରଦରେ ଦିଆଯିବା ପରେ ସିଂହାରୀ ସେବାୟତ ମାନେ ଏହାକୁ ମହାପ୍ରଭୁଙ୍କ ବାହୁରେ ଲାଗି କରିଥାଆନ୍ତି । ପ୍ରକାଶ ଥାଉ କି, ଶ୍ରୀମନ୍ଦିରରେ (Puri Jagannath Temple) ବର୍ଷ ତମାମ ପାଳିତ ପର୍ବ ମଧ୍ୟରୁ ରକ୍ଷା ବନ୍ଧନର ବିଶେଷ ମହତ୍ବ ରହିଛି । ଗହ୍ମାପୂର୍ଣ୍ଣିମା (Gamha Purnima) ସହ ବଳଭଦ୍ର ଜନ୍ମୋତ୍ସବ ପାଇଁ ଏହି ଦିନ ଶ୍ରୀମନ୍ଦିରରେ ସ୍ବତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହୋଇଥାଏ ।