Maa Samalei : ଆସନ୍ତା ୨୭ ତାରିଖରେ ଲୋକାର୍ପଣ ହେବ ପଶ୍ଚିମ ଓଡ଼ିଶାର ଇଷ୍ଟ ଦେବୀ ମାଆ ସମଲେଇ(Maa Samalei) ପ୍ରକଳ୍ପ। ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ(CM Naveen Pattnaik)। ସେଥିପାଇଁ ସମ୍ବଲପୁର(Sambalpur) ଜିଲ୍ଲା ପ୍ରଶାସନ ତରଫରୁ ଏକ ସ୍ୱତନ୍ତ୍ର ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି। ଉତ୍ତରାଞ୍ଚଳ ରାଜସ୍ବ କମିଶନର ଡକ୍ଟର ସୁରେଶ ଚନ୍ଦ୍ର ଦଳେଇଙ୍କ ଅଧ୍ୟକ୍ଷତାରେ ଆୟୋଜିତ ଏହି ବୈଠକରେ ବିଭିନ୍ନ ବିଭାଗର ଅଧିକାରୀ ମାନେ ଯୋଗ ଦେଇଥିଲେ। ମୁଖ୍ୟମନ୍ତ୍ରୀଙ୍କ ଗସ୍ତକୁ ନେଇ ଚଳ ଚଞ୍ଚଳ ହୋଇ ଉଠିଛି ଜିଲ୍ଲା ପ୍ରଶାସନ। ଅତିଥିଙ୍କର ସମାଗମ ହେଉଥିବା କାରଣରୁ ସମସ୍ତ କାର୍ଯ୍ୟ ତ୍ୱରାନ୍ୱିତ କରାଯାଉଛି।


COMMERCIAL BREAK
SCROLL TO CONTINUE READING

ଏଥି ସହ କଣ୍ଟ୍ରୋଲ ରୁମ, ସିସି ଟିଭି ସେଟ ଅପ ପାସ ପ୍ରଦାନ ପୁଲିସ କଣ୍ଟ୍ରୋଲ ରୁମ ଆମ୍ବୁଲାନ୍ସ ଓ ଡକ୍ତର, ହେଲ୍ପ ଡେସ୍କ ଗଣମାଧ୍ୟମ ପରିଚାଳନା ଇତ୍ୟାଦିଙ୍କୁ ମଧ୍ୟ ଗୁରୁତ୍ୱ ଦିଆଯାଇଛି।ମୁଖ୍ୟମନ୍ତ୍ରୀ ଙ୍କ ଡ୍ରିମ ପ୍ରୋଜେକ୍ଟ ହୋଇଥିବା କାରଣରୁ ସେ ନିଜେ ଆସି ଏହି ପ୍ରକଳ୍ପର ଲୋକାର୍ପଣ କରିବେ ବୋଲି ସୂଚନା ରହିଛି| ଉତ୍ତରାଞ୍ଚଳ ଆଇଜି (IG) ଜିଲ୍ଲାପାଳ ଅତିରିକ୍ତ ଜିଲ୍ଲାପାଳଙ୍କ ସହ ଟ୍ରଷ୍ଟ ସଭାପତି ମଧ୍ୟ ଏହି ବୈଠକରେ ଉପସ୍ଥିତ ରହି ଥିଲେ।


Also Read: Odisha News: ଓଡ଼ିଶାର ଏହି ସ୍ଥାନରେ ମିଳିବନି ମଦ, ଜଗନ୍ନାଥ ଓ ଶ୍ରୀରାମଙ୍କ ପାଇଁ ବନ୍ଦ ହେଲା ମଦ ବିକ୍ରି