ମାଲକାନଗିରି: ରାଜ୍ୟରେ ବିଭିନ୍ନ ସ୍ଥାନରେ ଗଞ୍ଜେଇ ଚାଷକୁ ପୋଲିସ ନଷ୍ଟ କରିଦେଉଥିବା ଖବର ଆପଣ ପଢିଥିବେ କିନ୍ତୁ ଏବେ ଯେଉଁ ଚିତ୍ର ସାମ୍ନାକୁ ଆସିଛି ତାହା ଆଶ୍ଚର୍ଯ୍ୟକରିବା ପରି । ପୋଲିସ୍ ଅଧିକାରୀମାନେ ଗଞ୍ଜେଇ ଚାଷ ସମ୍ପର୍କରେ ଖବର ପାଇ ତାହାକୁ ନଷ୍ଟ କରିବାକୁ ଯାଇଥିବା ସମୟରେ ହଟ୍ଟହଟ୍ଟା ହୋଇଛନ୍ତି ।


COMMERCIAL BREAK
SCROLL TO CONTINUE READING

ସୂଚନା ମୁତାବକ, କୋରୁକୋଣ୍ଡା ବ୍ଲକ ଅନ୍ତର୍ଗତ ନାକାମାମୁଡ଼ି ପଞ୍ଚାୟତର ବାୟାପଡା ଘାଟି ଅଞ୍ଚଳରେ ଗଞ୍ଜେଇ ଚାଷ ହୋଇଥିବା ଖବର ପାଇଥିଲା ପୋଲିସ । ପରେ ଓର୍କେଲ ଥାନା ପୋଲିସ ସମେତ ଯବାନମାନେ ଗଞ୍ଜେଇ ଗଛ ନଷ୍ଟ କରିବାକୁ ଘାଟିରେ ପହଞ୍ଚିଥିଲେ । ପୋଲିସ ଗଛ ନଷ୍ଟ କରିଦେବ ଖବର ନିମିଷକେ ଅଞ୍ଚଳରେ ବ୍ୟାପିଯିବା ପରେ ଆଦିବାସୀମାନେ ଏକତ୍ର ହୋଇ ନିଜ ପାରମ୍ପାରିକ ଅସ୍ତ୍ରଶସ୍ତ୍ର ଧରି ହାଜର୍ ହୋଇଥିଲେ । ଘଟଣାସ୍ଥଳରେ ଉତ୍ତେଜନା ପରିସ୍ଥିତି ମଧ୍ୟ ଦେଖିବାକୁ ମିଳିଥିଲା । ପୋଲିସ ଅଧିକାରୀଙ୍କୁ ଆଦିବାସୀ କହିଥିଲେ ଯେ, ଆମର ଚାଷ ଜମି ନଥିବାରୁ ଆମେ ଏଠାରେ ଚାଷ କରୁଛୁ । ଆମକୁ ସରକାରୀ ସହାୟତାରେ ଚାଷ ଜମି ଯୋଗାଇ ଦିଆଗଲେ ଆମେ ଗଞ୍ଜେଇ ଚାଷରୁ ନିବୃତ୍ତ ରହିବୁ । ଆଦିବାସୀଙ୍କ ସହ କଥାବାର୍ତ୍ତା ପରେ ପୋଲିସ ଘଟଣାସ୍ଥଳରୁ ଫେରି ଆସିଥିବା ସୂଚନା ମିଳିଛି ।


Also Read- Agniveer Recruitment 2024: ଅଗ୍ନିବୀର ନିଯୁକ୍ତି ପାଇଁ ତୁରନ୍ତ କରନ୍ତୁ ଆବେଦନ, ପଢ଼ନ୍ତୁ ପୂରା ଖବର


Also Read- Pakistan Election Results: ପାକିସ୍ତାନରେ ଅବକି ବାର୍ ଇମ୍ରାନ ସରକାର !