Odisha Vigilance: ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସ.ପି, ୨୪ଟି ଡି.ଏସ.ପି ପଦବୀ ଓ ୧୬ଟି ସବ୍ ଇନ୍ସପେକ୍ଟର ପଦବୀ ସୃଷ୍ଟି
Odisha Vigilance Jobs: ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସ.ପି (Additional SP), ୨୪ଟି ଡି.ଏସ.ପି ପଦବୀ (DSP) ଓ ୧୬ ଟି ପୋଲିସ ସବ୍ ଇନ୍ସପେକ୍ଟର (Sub Inspector of Police) ପଦବୀ ସୃଷ୍ଟି କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।
ଭୁବନେଶ୍ୱର: ମୁଖ୍ୟମନ୍ତ୍ରୀ ଶ୍ରୀ ମୋହନ ଚରଣ ମାଝୀ ଦୁର୍ନୀତି ଉପରେ ଆରମ୍ଭରୁ କଡ଼ା ଆଭିମୁଖ୍ୟ ନେଇ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଆସିଛନ୍ତି। ବିଶେଷ କରି ଉଚ୍ଚ ସ୍ତରରେ ଦୁର୍ନୀତି ଉପରେ କଠୋର ଆଭିମୁଖ୍ୟ ଗ୍ରହଣ କରାଯାଉଛି। ଏଥିପାଇଁ ରାଜ୍ୟ ଦୁର୍ନୀତି ନିବାରଣ ସଂସ୍ଥାର ଶକ୍ତି ବୃଦ୍ଧିର ଆବଶ୍ୟକତା କୁ ଦୃଷ୍ଟିରେ ରଖି ଏହାର ବିଭିନ୍ନ ପଦବୀ ସଂଖ୍ୟା ବୃଦ୍ଧି କରାଯାଇ ନୂଆ ପଦବୀ ସୃଷ୍ଟି କରାଯାଇଛି।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଅନୁଯାୟୀ ରାଜ୍ୟ ଭିଜିଲାନ୍ସରେ ୮ଟି ଅତିରିକ୍ତ ଏସ.ପି (Additional SP), ୨୪ଟି ଡି.ଏସ.ପି ପଦବୀ (DSP) ଓ ୧୬ ଟି ପୋଲିସ ସବ୍ ଇନ୍ସପେକ୍ଟର (Sub Inspector of Police) ପଦବୀ ସୃଷ୍ଟି କରାଯାଇଛି। ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ମୁଖ୍ୟମନ୍ତ୍ରୀ ଅନୁମୋଦନ ଦେଇଛନ୍ତି।
ଏହା ସମେତ ଆଜି ଇଂରାଜୀ ନବବର୍ଷର ପ୍ରଥମ ଦିନରେ ରାଜ୍ୟରେ ସରକାରୀ ବିଭାଗ ଗୁଡିକରେ ଖାଲି ଥିବା ପଦବୀ ପୂରଣ ପାଇଁ ରାଜ୍ୟ ସରକାରଙ୍କର ବିଭିନ୍ନ ନିଯୁକ୍ତି ଆୟୋଗର ଅଧ୍ୟକ୍ଷ ମାନଙ୍କ ସହିତ ଏକ ବୈଠକ ମୁଖ୍ୟମନ୍ତ୍ରୀଙ୍କ ଅଧ୍ୟକ୍ଷତାରେ ଆୟୋଜିତ ହୋଇଥିଲା। ନିଯୁକ୍ତି ପ୍ରକ୍ରିୟାକୁ ତ୍ରୁଟିଶୂନ୍ୟ, ନିରପେକ୍ଷ ଓ ତ୍ୱରାନ୍ୱିତ ଭାବେ କରିବା ଉପରେ ମୁଖ୍ୟମନ୍ତ୍ରୀ ଗୁରୁତ୍ୱ ଆରୋପ କରିଥିଲେ।
ଆଗାମୀ ୫ ବର୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ସରକାରୀ ସ୍ତରରେ ଦେଢ ଲକ୍ଷ ନିଯୁକ୍ତି ପାଇଁ ଲକ୍ଷ୍ୟ ରଖାଯାଇଛି। ଦୁଇ ବର୍ଷ ମଧ୍ୟରେ ୬୫ ହଜାର ସରକାରୀ ପଦବୀରେ ନିଯୁକ୍ତି ପାଇଁ ସ୍ଥିରୀକୃତ ହୋଇଛି।