Anubhav Barsha Family Dispute: ଦୀର୍ଘ ଦିନର ବାଦ ବିବାଦ ପରେ ବିବାହ ବିଚ୍ଛେଦ ନେଇ ମିଳିଲା ହାଇକୋର୍ଟଙ୍କ (High Court) ଅନୁମତି। ସ୍ତ୍ରୀ ବର୍ଷାଙ୍କଠାରୁ ଅଲଗା ହେବା ନେଇ ରାୟ ଆସିବା ପରେ ପ୍ରଥମ ଥର ମୁହଁ ଖୋଲିଛନ୍ତି ସାସଂଦ ଅନୁଭବ ମହାନ୍ତି (MP Anubhav Mohanty) ।


COMMERCIAL BREAK
SCROLL TO CONTINUE READING

ବିବାହ ବିଚ୍ଛେଦ ନେଇ ହାଇକୋର୍ଟଙ୍କ ରାୟ ଆସି ପରେ ଶନିବାର ପ୍ରତିକ୍ରିୟା ଦେଇ ଅଭିନେତା ଅନୁଭବ ମହାନ୍ତି କହିଛନ୍ତି, ‘ଦୀର୍ଘ ଦିନ ଧରି ଯେଉଁ ଅପେକ୍ଷା ଥିଲା, ତାହା ଏବେ ପୂରଣ ହୋଇଛି । ପୂର୍ବ ଅପେକ୍ଷା ଏବେ ଟିକିଏ ରିଲାକ୍ସ ଲାଗୁଛି’ । ସେ ଆଉ ମଧ୍ଯ କହିଛନ୍ତି, ବିଳମ୍ବରେ ହେଉ ପଛେ ମୋତେ ନ୍ୟାୟ ମିଳିଛି । ହାଇକୋର୍ଟ ଓ ମୋ ଓକିଲ ମାନଙ୍କ ପାଖରେ ମୁଁ ଋଣି । ନ୍ୟାୟ ସଠିକ୍ ସମୟରେ ମିଳିବା ବେଶ ଗୁରୁତ୍ୱପୂର୍ଣ୍ଣ । ବିଳମ୍ବ ହେଲା କିନ୍ତୁ ସେଥିପାଇଁ କାହାକୁ ଦୋଷ ଦେବି ନାହିଁ। ନ୍ୟାୟର ସବୁବେଳେ ସବୁ କ୍ଷେତ୍ରରେ ଜୟ ହେଉ। ଦ୍ୱିତୀୟ ବିବାହ କଥା ଚିନ୍ତା କରିନଥିବା କହିଛନ୍ତି । ବାପାଙ୍କ ଦେହ ଅସୁସ୍ଥ ଅଛି । ତେଣୁ ବାପା ସୁସ୍ଥ ହେବା ପରେ ପରିବାର ଲୋକେ ଯାହା ନିଷ୍ପତ୍ତି ନେବେ, ତାହା କରିବେ । ଏପରିକି ବିବାଦ ପଛରେ କିଛି ରାଜନୈତିକ ଷଡଯନ୍ତ୍ରର ଗନ୍ଧ ବାରିବା ସହ ଆଗକୁ ନ୍ୟାୟିକ ପ୍ରକ୍ରିୟାର ସାମ୍ନାକୁ କରିବାକୁ ପ୍ରସ୍ତୁତ ବୋଲି କହିଛନ୍ତି ସାଂସଦ । ନିଜ ରାଜନୀତି କ୍ୟାରିୟର ଉପରେ ମନ୍ତବ୍ୟ ଦେଇ ସେ କହିଛନ୍ତି,’ ଯଦି ଲୋକେ ଚାହିଁବେ ତେବେ ଆଗକୁ ରାଜନୀତି ମାଧ୍ୟମରେ ସେବା କରିବି’। ସୂଚନା ଅନୁଯାୟୀ, ପୂର୍ବରୁ ବିବାହ ବିଚ୍ଛେଦ ଆବେଦନକୁ ଅଗ୍ରାହ୍ୟ କରିଥିଲେ ପରିବାର ଅଦାଲତ । ତେବେ ପରିବାର ଅଦାଲତ ରାୟକୁ ଖାରଜ କରିବା ସହ ଗତ ୨୧ ତାରିଖରେ ଅନୁଭବଙ୍କ ଆବେଦନ ଆଧାରରେ ହାଇକୋର୍ଟ ବିବାହ ବିଚ୍ଛେଦ ପାଇଁ ଅନୁମତି ଦେଇଥିଲେ ।


Also Read-Weather Update: ଆଜିଠୁ କମିବ ଶୀତ, କିଛି ସ୍ଥାନରେ ଘନ କୁହୁଡ଼ି ନେଇ ସତର୍କ କଲା ବିଭାଗ


ପ୍ରକାଶ ଥାଉ କି, ବର୍ଷା ଓ ଅନୁଭବ (Anubhav Mohanty & Varsha Priyadarshini) ୨୦୧୪ ମସିହାରେ ବିବାହ କରିଥିଲେ। ବିବାହର ଦୀର୍ଘ ବର୍ଷ ଯାଏଁ ସବୁକିଛି ଠିକ ଠାକ୍ ଚାଲିଥିଲା। କିନ୍ତୁ ପରେ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥିଲା। ୨୦୨୦ ମସିହାରେ ବର୍ଷାଙ୍କୁ ଛାଡପତ୍ର ଦେବା ପାଇଁ ଅନୁଭବ ଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ଆବେଦନ କରିଥିଲେ । ପରେ ଏହି ମାମଲା କଟକର ସ୍ୱତନ୍ତ୍ର ପରିବାର ଅଦାଲତକୁ ସ୍ଥାନାନ୍ତର ହୋଇଥିଲା।