Weather Update: ଆଜିଠୁ କମିବ ଶୀତ, କିଛି ସ୍ଥାନରେ ଘନ କୁହୁଡ଼ି ନେଇ ସତର୍କ କଲା ବିଭାଗ
Advertisement
Article Detail0/zeeodisha/odisha2025743

Weather Update: ଆଜିଠୁ କମିବ ଶୀତ, କିଛି ସ୍ଥାନରେ ଘନ କୁହୁଡ଼ି ନେଇ ସତର୍କ କଲା ବିଭାଗ

Weather Update: ଆସନ୍ତା ୨୪ ଘଣ୍ଟାରେ ରାଜ୍ୟର ବିଭିନ୍ନ ସ୍ଥାନରେ ରାତି ତାପମାତ୍ରା ୩ରୁ ୪ ଡିଗ୍ରୀ କମିପାରେ ବୋଲି ବିଭାଗ ପକ୍ଷରୁ ଆକଳନ କରାଯାଇଛି । ଯାହା ଫଳରେ ରାଜ୍ୟରେ ଶୀତର ପ୍ରକୋପ ଧିରେ ଧିରେ କମିବ । ଅନ୍ୟପଟେ ରବିବାର ସକାଳେ ବହୁ ସ୍ଥାନରେ ଘନ କୁହୁଡ଼ି ନେଇ ସମ୍ଭାବନା ରହିଛି ।

ସୌ(ସୋସିଆଲ ମିଡିଆ)

ସୂଚନାଯୋଗ୍ୟ, ବାୟୁମଣ୍ତଳ ଉପର ଭାଗରେ ନିମ୍ନ ଚାପରେଖା ଯୋଗୁଁ ବାୟୁ ଚଳାଚଳ ପ୍ରଭାବ ରହିବ । ଯାହା ଫଳକେ ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ପାଗ ମେଘୁଆ ରହିବ । ଏହା ପ୍ରଭାବରେ ଆଭ୍ୟନ୍ତରୀଣ ଓଡିଶାର ଅନେକ ସ୍ଥାନରେ ରାତି ତାପମାତ୍ରା ୨ରୁ ୩ ଡି଼ଗ୍ରୀ ବଢିବା ନେଇ ସମ୍ଭାବନା ରହିଛି । ଗତ ୨୪ ଘଣ୍ଟାରେ କନ୍ଧମାଳ ଜିଲ୍ଲାରେ ରାତି ତାପମାତ୍ରା ୫.୮ ଡିଗ୍ରୀ ରହିଥିବା ବେଳେ ଫୁଲବାଣୀରେ ୭, ସୁନ୍ଦରଗଡ଼ କିରେଇରେ ୭.୭, କୋରାପୁଟ ସେମିଳିଗୁଡ଼ାରେ ୮, ଦାରିଙ୍ଗବାଡ଼ିରେ ୮, କେନ୍ଦୁଝରରେ ୮.୮, ସୁନ୍ଦରଗଡ଼ରେ ୮.୯, ଅନୁଗୁଳ ଓ ନବରଙ୍ଗପୁରରେ ୯, ଭବାନୀପାଟଣାର ୯.୫ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି ।  

ସେହିପରି କିଛି ସ୍ଥାନରେ ତାପମାତ୍ରା ୧୦ ଡିଗ୍ରୀରୁ ସାମନ୍ୟ ଉପରେ ରହିଛି । ଯଥା, ବଲାଙ୍ଗୀରରେ ୧୦.୧, ସୋନପୁରରେ ୧୦.୫, ରାଉଲକେଲାରେ ୧୦.୯, ଦେବଗଡ଼ରେ ୧୦.୯, ଦେବଗଡ଼ରେ ୧୧.୨, ବୌଦ୍ଧରେ ୧୧.୫, ତାଳଚେରରେ ୧୨.୬ ଡିଗ୍ରୀ ତାପମାତ୍ରା ରେକର୍ଡ଼ କରାଯାଇଛି । ତେବେ ରବିବାର ଆଭ୍ୟନ୍ତରୀଣ ଓଡିଶାର କିଛି ସ୍ଥାନରେ ଘନ କୁହୁଡ଼ି ନେଇ ସମ୍ଭାବନା ଥିବାରୁ ବିଭାଗ ପକ୍ଷରୁ ସତର୍କ କରାଯାଇଛି ।

Also Read-Ex Governor MM Rajendran: ପୂର୍ବତନ ରାଜ୍ୟପାଳ ଏମଏମ ରାଜେନ୍ଦ୍ରନଙ୍କ ଦେହାନ୍ତ