କଳାହାଣ୍ଡି: ସଦର ଥାନା ମନସ୍କା ନିକଟ ଘଞ୍ଚ ଜଙ୍ଗଲରେ ନକ୍ସଲ କ୍ୟାମ୍ପ ହେଉଥିବା ସମୟରେ କୌଣସି ସୁତ୍ରରୁ ଖବର ପାଇ ଚଢାଉ କରିଥିଲେ ଯବାନ । ଚଢାଉ ହେବା ସମ୍ପର୍କରେ ଖବର ପାଇବା ପରେ ଛତ୍ରଭଙ୍ଗ ଦେଇଥିଲେ ନକ୍ସଲମାନେ । ନକ୍ସଲ ଖସିଯିବାରେ ସଫଳ ହୋଇଥିଲେ ମଧ୍ୟ ସେମାନଙ୍କ କ୍ୟାମ୍ପରୁ ବ୍ୟାପକ ପରିମାଣରେ ମାରଣାସ୍ତ୍ର ଜବତ କରାଯାଇଛି । ଏକ ଆକ୍ରମଣ ପାଇଁ ନକ୍ସଲମାନେ ଯୋଜନା କରୁଥିବାର ଅନୁମାନ କରାଯାଉଛି ।


COMMERCIAL BREAK
SCROLL TO CONTINUE READING

ନକ୍ସଲ କ୍ୟାମ୍ପ କରୁଥିବା ଖବର ବିଶେଷ ସୁତ୍ରରୁ ଏସ୍‌ପି ଅଭିଳାଷ ଜିଙ୍କୁ ଖବର ମିଳିଥିଲା । ଘଟଣାସ୍ଥଳକୁ  ଯବାନଙ୍କୁ ପଠାଇ କମ୍ୱିଂ ଅପରେସନ ଆରମ୍ଭ କରାଯାଇଥିଲା । ନକ୍ସଲ କ୍ୟାମ୍ପ ନିକଟରୁ ନକ୍ସଲ ବ୍ୟବହାର କରୁଥିବା ୟୁନିଫର୍ମ ସହ ବ୍ୟାଗ, ୫୮ ରାଉଣ୍ଡ ଗୁଳି, ୧୦ଟି ଡେଟୋନେଟର, ଗନ ପାଉଡର, ଇଲେକ୍ଟ୍ରି ତାର, କୁରାଢ଼ି, ନକ୍ସଲ ବେଲ୍‌ଟ, ପଲିଥିନ ସିଟ, ସୋଲଡିଂ ଆଇରନ୍‌, ଜୋତା, ଜେଲେଟିନ ଷ୍ଟିକ ଆଦି ଜବତ କରାଯାଇଛି । ଏଥିସହ ଘଟଣାସ୍ଥଳରୁ ଏକ ମାଓ ପୋଷ୍ଟର ମଧ୍ୟ ମିଳିଛି । ପୂର୍ବରୁ ଟାପରଙ୍ଗ ଜଙ୍ଗଲରେ ୩ ନକ୍ସଲ ପୋଲିସ ଗୁଳିରେ ମରିବା କାରଣରୁ ବଦଲା ନିଆଯିବ ବୋଲି ମାଓ ପୋଷ୍ଟରରେ ଉଲ୍ଲେଖ ରହିଥିବା ସୂଚନା ମିଳିଛି ।


Also Read- Petrol Price: ଲାକ୍ଷାଦ୍ୱୀପ ଏଣ୍ଡ୍ରାଟ ଏବଂ କଳାପାଣି ଦ୍ୱୀପରେ ପେଟ୍ରୋଲ ୧୫ଟଙ୍କା ହ୍ରାସ


Also Read- Odisha Election 2024: ବିଜେଡିରେ କିଏ ଦିଏ ଟିକେଟ୍, ସାଂସଦଙ୍କ ପୋଷ୍ଟ ଖୋଲିଲା ଗୁମର !