Pari Case: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ଶୁଣାଣି କରି ଦଣ୍ଡବିଧାନ ଘୋଷଣା କରିଛନ୍ତି ନୟାଗଡ଼ ଜିଲ୍ଲା ଚିଲଡ୍ରେନ କୋର୍ଟ। ଶୁଣାଣିରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଘର ସାମ୍ନାରେ ଖେଳୁଥିବା ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।


COMMERCIAL BREAK
SCROLL TO CONTINUE READING

ସୂଚନାଯୋଗ୍ୟ, ୫ ବର୍ଷର ନାବାଳିକା ପରୀ ଘର ସାମ୍ନାରେ ଖେଳୁଥିବା ସମୟରେ ନିଖୋଜ ହୋଇଥିଲା । ପରେ ପରିବାର ଲୋକେ ଅନେକ ଖୋଜାଖୋଜି କରିଥିଲେ ମଧ୍ୟ କୌଣସି ସନ୍ଧାନ ମିଳିନଥିଲା । ଶେଷରେ ଏନେଇ ଥାନାରେ ଲିଖିତ ଅଭିଯୋଗ କରିଥିଲେ ପରିବାର ଲୋକେ । ରାଜନୈତିକ ଲିଙ୍କ୍ ଥିବାରୁ ଏହି ମାମଲାକୁ ପୋଲିସ ଚାପି ଦେବାକୁ ଉଦ୍ୟମ କରୁଥିବା ଅଭିଯୋଗ ଆସିଥିଲା । କିନ୍ତୁ ଗଣମାଧ୍ୟମରେ ଖବର ପ୍ରସାରିତ ହେବାପରେ ଏହି ମାମଲା ରାଜ୍ୟରେ ହଟଚମଟ ସୃଷ୍ଟି କରିଥିଲା । ଫଳରେ ମୁଖ୍ୟମନ୍ତ୍ରୀ ପରୀ ମାମଲାର ତଦନ୍ତ ପାଇଁ ଏକ ଏସଆଇଟି ଟିମ୍ ଗଠନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ଯାହାର ଦାୟିତ୍ୱ ହସ୍ତାନ୍ତର କରାଯାଇଥିଲା ବରିଷ୍ଠ ଆଇପିଏସ ଅଫିସର ଅରୁଣ ବୋଥ୍ରାଙ୍କୁ । ପରେ ପରୀ ଘଟଣାଲ ତଦନ୍ତ ସମୟରେ ମାମଲା ବିଭିନ୍ନ ମୋଡ ନେଇଥିଲା । ସ୍ଥାନିୟ ଏକ ପୋଖରୀକୁ ଶୁଖାଯାଇଥିଲା ।  ଏକ ଅଖା ବସ୍ତା ମଧ୍ୟରୁ ମୃତ ଶରୀରକୁ ଜବତ କରାଯାଇଥିଲା ।


Also Read- Top 10 News Headlines: ଅପରାହ୍ନର ୧୦ ବଡ଼ ଖବର


Also Read- Shani-Guru Gochar 2024: ଶନି ଏବଂ ବୃହସ୍ପତିଙ୍କ ଚଳନ ଫିଟାଇବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ