Top 10 News Headlines: ଅପରାହ୍ନର ୧୦ ବଡ଼ ଖବର
Advertisement
Article Detail0/zeeodisha/odisha2097314

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର ପଢ଼ିନିଅନ୍ତୁ ସଂକ୍ଷେପରେ...

Top 10 News Headlines: ଅପରାହ୍ନର ୧୦ ବଡ଼ ଖବର

Top 10 News Headlines:

1- ପରୀ ହତ୍ୟାକାରୀକୁ ୨୦ ବର୍ଷ ଜେଲ: ନୟାଗଡ଼ର ବହୁ ଚର୍ଚ୍ଚିତ ପରୀ ହତ୍ୟା ମାମଲାର ଶୁଣାଣି କରି ଦଣ୍ଡବିଧାନ ଘୋଷଣା କରିଛନ୍ତି ନୟାଗଡ଼ ଜିଲ୍ଲା ଚିଲଡ୍ରେନ କୋର୍ଟ। ଶୁଣାଣିରେ ଦୋଷୀକୁ ୨୦ ବର୍ଷ ସଶ୍ରମ କାରାଦଣ୍ଡାଦେଶ ଦେଇଛନ୍ତି କୋର୍ଟ। ପରୀ ମାମଲାକୁ ନେଇ ୨୦୨୦ ମସିହାରେ ରାଜ୍ୟରେ ହଇଚଇ ସୃଷ୍ଟି ହୋଇଥିଲା। ଘର ସାମ୍ନାରେ ଖେଳୁଥିବା ୫ ବର୍ଷର ଝିଅ ପରୀ ନିଖୋଜ ହୋଇଯାଇଥିଲା। ନିଖୋଜର ୧୦ ଦିନ ପରେ ପରୀର ଗଳିତ ଦେହାବଶେଷ ମିଳିଥିଲା। ଏକ ଅଖା ବସ୍ତାରୁ ଦେହାବଶେଷ ଓ ହାଡ଼ ଉଦ୍ଧାର କରାଯାଇଥିଲା। କ୍ରାଇମବ୍ରାଞ୍ଚ ଘଟଣାର ତଦନ୍ତ କରି ଅଭିଯୁକ୍ତକୁ ଗିରଫ କରିଥିଲା।

2- ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ: ମଧ୍ୟପ୍ରଦେଶର ଏକ ବାଣ ଫ୍ୟାକ୍ଟ୍ରିରେ ବିସ୍ଫୋରଣ ଘଟି ୬ଜଣଙ୍କର ମୃତ୍ୟୁ ହୋଇଛି । ହାର୍ଦା ଜିଲ୍ଲାରେ ବାଣ ଫ୍ୟାକ୍ଟ୍ରିରେ ଅଗ୍ନିକାଣ୍ଡ ପରେ ବିସ୍ଫୋରଣ ଘଟିଛି। ଏଥିରେ ୬୦ରୁ ଅଧିକ ଆହତ ହୋଇଛନ୍ତି । ଆହତଙ୍କୁ ହସ୍ପିଟାଲରେ ଭର୍ତ୍ତି, ମୃତ୍ୟୁସଂଖ୍ୟା ବଢ଼ିବା ନେଇ ଆଶଙ୍କା ଜାରି ରହିଛି।

3- ଦିଲ୍ଲୀ ରେଳ ଷ୍ଟେସନରେ ଲସ୍କର ଆତଙ୍କୀ:  ଦିଲ୍ଲୀ ପୋଲିସ ଏବଂ ଆରପିଏଫ ସହଯୋଗରେ ଏକ ବଡ଼ ସଫଳତା ମିଳିଛି । ଲସ୍କାର ଆତଙ୍କବାଦୀ  ରିଆଜ୍ ଅହମ୍ମଦକୁ ଏଗ୍‌ଜିଟ୍‌ ଗେଟ୍ ନମ୍ବର-୧ରୁ ଦିଲ୍ଲୀ ରେଲଓ୍ୱେ ପୋଲିସ କାବୁ କରିଛି । ତା ନିକଟରୁ ଏକାଧିକ ସିମ୍ କାର୍ଡ ସହ ମୋବାଇଲକୁ ଜବତ କରାଯାଇଛି । ରିଆଜ୍ ଜମ୍ମୁକଶ୍ମୀର କୁପଓ୍ୱାଡାର ବାସିନ୍ଦା । ଅନେକ ଆତଙ୍କୀ ଘଟଣାରେ ରିଆଜ୍ ସାମିଲ୍ ଥିବା ନେଇ ଦିଲ୍ଲୀ ପୋଲିସ ସୂଚନା ଦେଇଛି ।

4- ଭୁବନେଶ୍ୱରରୁ ଅଯୋଧ୍ୟା ଅଭିମୁଖେ ଗଲା ଆସ୍ଥା ସ୍ପେଶାଲ୍‌ ଟ୍ରେନ୍‌: ଆଜି ଆସ୍ଥା ସ୍ପେଶାଲ ଟ୍ରେନ୍ ରେ ଆଯୋଧ୍ଯା ଗଲେ ୧୪ ଶହ ଭକ୍ତ । ରାଜଧାନୀ ଭୁବନେଶ୍ବରରୁ ସିଧାସଳଖ ଏହି ଟ୍ରେନ୍ ଅଯୋଧ୍ଯା ଯାଉଛି । ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ ପତାକା ଦେଖାଇ ଏହି ଟ୍ରେନ୍ ର ଶୁଭାରମ୍ଭ କରିଛନ୍ତି ।  ଖବର ଥାଉ କି, ଆସ୍ଥା ସ୍ପେଶାଲ ଟ୍ରେନ୍ ରେ ୨୦ଟି ସ୍ଲିପର କୋଚ୍ ରହିଛି । ପ୍ରତି କୋଚରେ ୭୨ଟି ସିଟ୍ ରହିଛି । ଏଥିରେ ୧୪ ଶହରୁ ଅଧିକ ଯାତ୍ରା ଏକା ସହ ଯାତ୍ରା କରିବା ନେଇ ବ୍ୟବସ୍ଥା ରହିଛି । ଆଜି ଆସ୍ଥା ସ୍ପେଶାଲ ଟ୍ରେନରେ ଭୁବନେଶ୍ୱର ଓ ପୁରୀ ସଂସଦୀୟ କ୍ଷେତ୍ରର ଯାତ୍ରୀମାନେ ଯିବାର କାର୍ଯ୍ୟକ୍ରମ ରହିଛି । ସେହିପରି ୯ ତାରିଖରେ କଟକ ସଂସଦୀୟ କ୍ଷେତ୍ରରୁ ରାମଭକ୍ତ ଅଯୋଧ୍ୟା ଯିବେ ।

5- ଆପ୍ ନେତାଙ୍କ ସାଙ୍ଘାତିକ୍ ବୟାନ: ଅବକାରୀ ଦୁର୍ନୀତି ମାମଲାରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ(ଇଡି) ବାରମ୍ବାର ସମନ  ଏବେ ଚିନ୍ତା ବଢ଼ାଇଛି। ଦିଲ୍ଲୀରେ ଆମ୍ ଆଦମି ପାର୍ଟି (AAP) ର ସାମ୍ବାଦିକ ସମ୍ମିଳନୀ ପୂର୍ବରୁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ED) ପ୍ରମୁଖ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛି। ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ବ୍ୟକ୍ତିଗତ ସଚିବ ବିଭବ କୁମାର ଏବଂ AAP ସହ ଜଡିତ କିଛି ନେତାଙ୍କ ଅର୍ଥ ହେରଫେର ମାମଲାର ଛାନଭିନ୍ କରିଛି ଇଡି। ଇଡି ଅଧିକାରୀମାନେ ବିଭବ କୁମାର ଏବଂ ଦିଲ୍ଲୀର ଜଳ ବୋର୍ଡର ପୂର୍ବତନ ସଦସ୍ୟ ଶାଲାବ କୁମାର, ଆପ୍ ରାଜ୍ୟସଭା ସଦସ୍ୟ ତଥା ଜାତୀୟ କୋଷାଧ୍ୟକ୍ଷ ଏନ.ଡି ଗୁପ୍ତାଙ୍କ କାର୍ଯ୍ୟାଳୟ ଉପରେ ଚଢ଼ାଉ କରାଯାଇଛି। ଇଡି ନେତାଙ୍କ ୧୨ଟି ସ୍ଥାନ ଉପରେ ଚଢ଼ାଉ କରିଛି। ତେବେ ମନି ଲଣ୍ଡ୍ରିଂ କିମ୍ବା କିଛି ନୂଆ ମାମଲା ପାଇଁ ଏହି ଛାନଭିନ୍ ଚାଲିଛି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ। ତେବେ ଏହି ଛାନଭିନ୍ ସେତେବେଳେ ଆରମ୍ଭ ହୋଇଥିଲା ଯେତେବେଳେ ଆପ୍ ନେତା ତଥା ଦିଲ୍ଲୀ କ୍ୟାବିନେଟ ମନ୍ତ୍ରୀ ଆତିଶ୍ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟର ଖୁଲାସା କରିବା ନେଇ କହିଥିଲେ।

6- ଚମ୍ପୁଆ ରେଞ୍ଜରେ ନବଜାତ ହାତୀ ଶାବକର ମୃତ୍ୟୁ: କେନ୍ଦୁଝର ବନଖଣ୍ଡ ଅଞ୍ଚଳରେ ଥମୁନି ହାତୀ ମୃତ୍ୟୁ । ପୁଣି ଥରେ ଚମ୍ପୁଆ ରେଞ୍ଜରେ ଏକ ନବଜାତ ହାତୀ ଶାବକର ମୃତ୍ୟୁ ହୋଇଛି । ଯୋଡା ବିଟ୍ ଡଡୁଆଁ ଗାଁ ନିକଟରେ ଏକ ହାତୀ ଶାବକକୁ ଜନ୍ମ ଦେବା ପରେ ଶାବକଟିର ମୃତ୍ୟୁ ଘଟିଥିବା ନେଇ ବନ ବିଭାଗ ସୂଚନା ଦେଇଛି । ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବା ପରେ ମୃତ୍ୟୁ ପଛର ପ୍ରକୃତ କାରଣ ଜଣାପଡ଼ିବ ବୋଲି ଏସିଏଫ୍ କହିଛନ୍ତି ।

7- ଗୁମ୍ମାଝରଣ ଜଳପ୍ରପାତରେ ଭାସିଗଲେ ୨ଯୁବତୀ: ରିଲ୍ସ ବନେଇବା ନିଶାରେ ଜଳପ୍ରପାତକୁ ପଶିଥିବା ସମୟରେ ଅସାବଧାନତା କାରଣରୁ ଦୁଇ ଯୁବତୀ ଜଳସ୍ରୋତରେ ଭାସିଗଲେ । ମାଲକାନଗିରି କୁଡୁମୁଲୁଗୁମ୍ମାର ଗୁମ୍ମାଝରଣ ଜଳପ୍ରପାତରେ ଏପରି ଅଘଟଣ ଘଟିଛି । ଅଘଟଣ ପରେ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ କରୁଛି । ଅନ୍ୟପଟେ ସ୍ଥାନିୟ ଲୋକମାନେ ସେଠାରେ ସୁରକ୍ଷା ବ୍ୟବସ୍ଥା କରିବା ପାଇଁ ଦାବି କରିଛନ୍ତି ।

8- ରାଉରକେଲାରେ ‘ନ୍ୟାୟ ଯାତ୍ରା’: ଆଜି କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ଭାରତ ଯୋଡ ନ୍ୟାୟ ଯାତ୍ରା ରାଉରକେଲାରେ ପହଞ୍ଚିବ । ରାହୁଲଙ୍କ ନ୍ୟାୟ ଯାତ୍ରାକୁ ସ୍ୱାଗତ କରିବା ପାଇଁ ବୀରମିତ୍ରପୁରରେ ଏକାଠି ହୋଇଛନ୍ତି କଂଗ୍ରେସ ନେତା ଓ କର୍ମୀ । ଏନେଇ ପିସିସି ସଭାପତି ଶରତ ପଟ୍ଟନାୟକ ପୂର୍ବରୁ ଗଣମାଧ୍ୟମକୁ ସୂଚନା ଦେଇଥିଲେ । 

9-  ବାଇକ ଉପରେ ଚଢିଗଲା ଟ୍ୟାଙ୍କର: ପାରାଦୀପ ଜିରୋ ପଏଣ୍ଟ ନିକଟରେ ମର୍ମନ୍ତୁଦ ସଡକ ଦୁର୍ଘଟଣା। ବାଇକ ଉପରେ ଚଢିଗଲା ଗ୍ୟାସ ଟ୍ୟାଙ୍କର ଗାଡି। ଘଟଣା ସ୍ଥଳରେ ବାଇକ୍ ଆରୋହୀ ମୃତ। ମୃତକ ହେଲେ କେନ୍ଦ୍ରାପଡା ଜିଲ୍ଲା ଗରଜ ଗାଁର ପ୍ରଭାତ ପାତ୍ର ବୋଲି ଜଣାପଡିଛି। ପ୍ରଭାତ ସକାଳୁ ପାରାଦୀପ ରିଫାଇନାରୀ ପାଇପଲାଇନକୁ କାମ କରିବା ପାଇଁ ମୋଟର ସାଇକେଲରେ ଆସୁଥିବା ବେଳେ ଗ୍ୟାସ ଟ୍ୟାଙ୍କର ଗାଡି ଟି ବାଇକ୍ ପଛରେ ଧକ୍କା ଦେବା ସହ ବାଇକ୍ ଉପରେ ଚଢି ଯାଇଥିଲା। ଫଳରେ ଘଟଣା ସ୍ଥଳରେ ବାଇକ୍ ଆରୋହୀ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ଉତ୍ତେଜନା ଦେଖା ଦେଇଥିଲା। ଘଟଣାସ୍ଥଳରେ ଲକଥାନା ପୋଲିସ ପହଞ୍ଚି ଗ୍ୟାସ ଟ୍ୟାଙ୍କର ଗାଡିକୁ ଜବତ କରିବା ସହିତ ସ୍ଥାନୀୟ ଲୋକଙ୍କୁ ବୁଝାସୁଝା କରି ଘଟଣାର ତଦନ୍ତ ଚଳାଇଛି।

10- କମିଲା ଶୀତ ! ସାରା ରାଜ୍ୟରେ ବର୍ତ୍ତମାନ ପାଗରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଶୀତ କମିବା ସହ ଖରା ବଢିବାରେ ଲାଗିଲାଣି । ଉପକୂଳ ସମେତ ଆଭ୍ୟନ୍ତରୀଣ ଓଡ଼ିଶାରେ ତାପମାତ୍ରା ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ତେବେ ଆସନ୍ତା ୩ ଦିନ ପର୍ଯ୍ୟନ୍ତ ରାଜ୍ୟର ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବନାହିଁ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛି ।

Also Read- Shani-Guru Gochar 2024: ଶନି ଏବଂ ବୃହସ୍ପତିଙ୍କ ଚଳନ ଫିଟାଇବ ଏହି ରାଶି ବ୍ୟକ୍ତିଙ୍କ ଭାଗ୍ୟ

Also Read- Garlic prices: ରସୁଣ କେଜି ଟପିଲା ୫୦୦, ଜାଣନ୍ତୁ କାରଣ କଣ