World First Odia Language Conference: ଭୁବନେଶ୍ୱରରରେ ଚାଲିଥିବା ବିଶ୍ୱ ଓଡ଼ିଆ ଭାଷା ସମ୍ମିଳନୀର ଆଜି ହେଉଛି ଉଦ୍‍ଯାପନୀ ଦିବସ।  ତିନିଦିନିଆ ମହାଉତ୍ସବର ଶେଷ ଦିନରେ ଅନେକ ଗୁରୁତ୍ବପୂର୍ଣ୍ଣ ଅଧିବେଶନ ରହିଛି । ଆଦିକବି ଶାରଳା ଦାସ କକ୍ଷରେ ଆଜି ୨୦୩୬ରେ ଓଡ଼ିଶା ନବଦିଗନ୍ତର ସମ୍ଭାବନା ପ୍ରସଙ୍ଗରେ ଆଲୋଚନା ହେବ । ସେହିପରି ଅତିବଡ଼ି ଜଗନ୍ନାଥ ଦାସ କକ୍ଷରେ ସୂଚନା ଓ ପ୍ରଯୁକ୍ତି ବିଦ୍ୟା ଯୁଗରେ ଓଡ଼ିଆ ଭାଷା, ଆହ୍ବାନ ଏବଂ ଭବିଷ୍ୟତ ସମ୍ପର୍କରେ ଆଲୋଚନା କରାଯିବ । ଏପରିକି କବିସମ୍ରାଟ ଉପେନ୍ଦ୍ର ଭଞ୍ଜ କକ୍ଷରେ ସଂସ୍କୃତି ଏବଂ ଐତିହ୍ୟ, ରାଜ୍ୟର ସୁକ୍ଷ୍ମଶକ୍ତି, ବ୍ଯାସକବି ଫକୀରମୋହନ ସେନାପତି କକ୍ଷରେ ଅନୁବାଦ, ଓଡ଼ିଆରୁ ଏବଂ ଓଡ଼ିଆକୁ ଏବଂ ପ୍ରକୃତି କବି ଗଙ୍ଗାଧର ମେହେର ସମ୍ବର୍ଦ୍ଧନା କକ୍ଷରେ ବିଜ୍ଞାନର ଭାଷା ଭାବେ ଓଡ଼ିଆ ପ୍ରସଙ୍ଗରେ ସାରଗର୍ଭ ଆଲୋଚନା କରାଯିବ । ଆଜି ରାଜ୍ୟ ସରକାରଙ୍କ ପରାମର୍ଶଦାତା ସୁବ୍ରତ ବାଗ୍‍ଚୀ ମଞ୍ଚ ଉପରେ ୫ଟି ଅଧ୍ୟକ୍ଷଙ୍କୁ ପ୍ରଶ୍ନ ପଚାରିବେ। ରାଜ୍ୟ ବିକାଶ ସ୍ୱପ୍ନକୁ ଏଥିରେ ପ୍ରକାଶିତ କରାଯିବ। ଏହାସହ ମୁଖ୍ୟମନ୍ତ୍ରୀ ସଭାରେ ବିଶିଷ୍ଟ ବ୍ୟକ୍ତିଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିବାକ କାର୍ଯ୍ୟକ୍ରମ ରହିଛି। 


COMMERCIAL BREAK
SCROLL TO CONTINUE READING

ତେବେ, ଏଠାରେ ଆମେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଜନତା ମଇଦାନରେ ତିନି ବ୍ୟାପୀ ଚାଲିଥିବା ଏହି ସମ୍ମିଳନୀରେ ୫ ଜଣ ବିଦେଶୀ ଅତିଥିଙ୍କ ସହ ରାଜ୍ୟ ବାହାରର ଶତାଧିକ ଭାଷାବିତ୍ , ଗବେଷକ, ସାହିତ୍ୟିକ, ବୁଦ୍ଧିଜୀବୀ ଯୋଗଦେଇଛନ୍ତି । ଏଥିରେ ୧୩ ଲକ୍ଷରୁ ଅଧିକ ପ୍ରବାସୀ ଓଡିଆ ଯୋଡ଼ି ହୋଇଛନ୍ତି । ଏହି ସମ୍ମିଳନୀରେ ଓଡିଶାର ଗୌରବମୟ ଅତୀତ ଓ ପରିବର୍ତ୍ତନଶୀଳ ବର୍ତମାନ ଏବଂ ପ୍ରେରଣାଦାୟୀ ଭବିଷ୍ୟତକୁ ପ୍ରଦର୍ଶିତ କରାଯାଇପାରିଛି । ଏହି ପ୍ରଦର୍ଶନୀ ତିନୋଟି ବିସ୍ତୃତ ବିଷୟ ଏବଂ ସମୟସୀମା ଉପରେ ଆୟୋଜିତ ହୋଇଛି ଯଥା- ପ୍ରାଚୀନ, ମଧ୍ୟ ଓ ଆଧୁନିକ । ଓଡିଆ ଭାଷା ଏବଂ ଲିପିର ଉତ୍ପତି ଓ ବିବର୍ତନ, ପ୍ରାଚୀନ ପ୍ରସ୍ତର ଅଭିଲେଖ, ତାମ୍ରଫଳକ, ତାଳପତ୍ର, ପୋଥି,କଳିଙ୍ଗଶୈଳୀର ମନ୍ଦିର ସ୍ଥାପତ୍ୟ, ଓଡିଶାର ନୌବାଣିଜ୍ୟ ସମ୍ପର୍କିତ କଳାକୃତି ଗୁଡିକ ସୁଦୃଶ୍ୟ ଚିତ୍ରପଟ୍ଟ ମାଧ୍ୟମରେ ପ୍ରଦର୍ଶିତ ହୋଇଛି । ମଧ୍ୟ ଯୁଗୀୟ ଓଡିଆ ସାହିତ୍ୟର ନବଜାଗରଣ ପ୍ରଦର୍ଶିତ ହୋଇଛି । ଓଡିଶାର କଳା ଏବଂ ଭାସ୍କର୍ଯ୍ୟ, ନୃତ୍ୟ ଏବଂ ସଂଗୀତ ପରମ୍ପରାଗୁଡିକ ପ୍ରଦର୍ଶିତ ହୋଇଛି । ଛାପାଖାନାର ଆଗମନ ଏବଂ ଓଡିଆ ଭାଷାର ପ୍ରସାରରେ ଏହାର ପ୍ରଭାବ ଉପଯୁକ୍ତ କଳାକୃତି ଫଟୋ ସହିତ ପ୍ରଦର୍ଶିତ ହୋଇଛି । ସମସାମୟିକ ସମ୍ବାଦପତ୍ର, ପତ୍ରପତ୍ରିକା ଏବଂ ଆଧୁନିକ ଚିନ୍ତାନାୟକମାନଙ୍କର ଭାବଧାରା ପ୍ରଦର୍ଶିତ କରାଯାଇଛି ।