Odisha Accident: ବାଲେଶ୍ବର ଜିଲ୍ଲା ଜଳେଶ୍ବର ଅଞ୍ଚଳରେ ଘଟିଛି ଏକ ହୃଦୟ ବିଦାରକ ଘଟଣା। ଘର ସାମ୍ନା ରାସ୍ତା ପାଖରେ ବସି ଥିବା ବେଳେ ଓଲଟିଲା ପଡୋଶୀଙ୍କ ମାଟି କାନ୍ଥ, ମାଟି ଭିତରେ ଚାପି ହୋଇ ଘଟଣା ସ୍ଥଳରେ ପୁଅର ମୃତ୍ଯୁ ହୋଇଥିବା ବେଳେ ବାପାଙ୍କର ହସ୍ପିଟାଲରେ ମୃତ୍ୟୁ ଘଟିଛି। ସେପଟେ ମାଆକୁ ଗୁରୁତର ଅବସ୍ଥାରେ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରାଯାଇଛି। ତେବେ ଏପରି ଘଟଣା ଘଟିଛି ବାଲେଶ୍ବର ଜିଲ୍ଲା ଜଳେଶ୍ବର ଥାନା ଅନ୍ତର୍ଗତ ପଶ୍ଚିମବାର୍ଡ ଗ୍ରାମରେ।


COMMERCIAL BREAK
SCROLL TO CONTINUE READING

 ସୂଚନା ଅନୁଯାୟୀ ପଶ୍ଟିମବାର୍ଡ ଗ୍ରାମର ଶେଖ ସମିରୁଦ୍ଦିନ, ତାଙ୍କ ସ୍ତ୍ରୀ ଅସିମା ବିବି ଏବଂ ତାଙ୍କ ପୂଅ ଶେଖ ଆରିଫ ଘର ପାଖ ରାସ୍ତା କଡ଼ରେ ବସିଥିବା ବେଳେ ତାଙ୍କ ପଡୋଶୀ ଘରର ଏକ ମାଟି କାନ୍ଥ ହଠାତ ସେମାନକଂ ଉପରେ ଓଲଟି ପଡିଥିଲା, ଯାହା ଫଳରେ ତିନି ଜଣ ଯାକ ମାଟି ଭିତରେ ଚାପି ହୋଇ ରହି ଯାଇଥିଲେ, ଚିତ୍କାର ଶୁଣି ସ୍ଥାନୀୟ ଲୋକେ ଦୌଡି ଆସି ସମସ୍ତୁଙ୍କୁ ମାଟି ଭିତରୁ ଉଦ୍ଧାର କରିଥିଲେ, ଘଟଣା ସ୍ଥଳରେ ପୁଅ ଶେଖ ଆରିଫଙ୍କ ମୃତ୍ଯୁ ହୋଇଥିବା ବେଳେ ବାପା ଏବଂ ମାଆଙ୍କ ଅବସ୍ଥା ଗୁରୁତର ହୋଇପଡ଼ିଥିଲା।



 ଏହି ଅଘଟଣ ପରେ ସଙ୍ଗେ ସଙ୍ଗେ ସ୍ଥାନୀୟ ଲୋକେ ଦୁଇ ଜଣଙ୍କୁ ଜଳେଶ୍ବର ହସପିଟାଲରେ ଭର୍ତ୍ତି କରାଇଥିଲେ, ମାତ୍ର ସେଠାରେ ବାପାଙ୍କ ମୃତ୍ୟୁ ହୋଇଥିବା ବେଳେ ମାଙ୍କ ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ ବାଲେଶ୍ବର ଓ ପରେ କଟକ ବଡ଼ ହସ୍ପିଟାଲକୁ ସ୍ଥାନାନ୍ତର କରା ଯାଇଛି, ଖବର ପାଇ ଜଳେଶ୍ବର ପୋଲିସ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ କରିଛି।