Odisha Election 2024: ଗଣତନ୍ତ୍ରର ମହାନ ପର୍ବରେ ସାମିଲ ହୋଇଛନ୍ତି ପାରାଦୀପବାସୀ । ଚଳିତ ନିର୍ବାଚନର ଶେଷ ପର୍ଯ୍ୟାୟ ମତଦାନ ଶେଷ ହୋଇ ଥିବା ବେଳେ ପାରାଦୀପ ନିର୍ବାଚନ ମଣ୍ଡଳୀର ୨୩୧ ବୁଥ ରେ ଭୋଟ ଦେଇଛନ୍ତି ୨ ଲକ୍ଷ ୨୦ ହଜାର ୩ ଶହ ୯୩ ଭୋଟର । ସକାଳ ସାତଟା ଠାରୁ ମତଦାନ ପ୍ରକ୍ରିୟା ଆରମ୍ଭ ହୋଇଥିଲା। ପ୍ରତ୍ୟେକ ବୁଥ ସମ୍ମୁଖରେ ଭୋଟରଙ୍କ ଲମ୍ବାଧାଡି ଦେଖିବାକୁ ମିଳିଥିଲା। ଆଗାମୀ ପାଞ୍ଚବର୍ଷ ପାଇଁ ପାରାଦୀପ ନିର୍ବାଚନ ମଣ୍ଡଳୀବାସୀ ଗଣତନ୍ତ୍ରର ମହାନ ପରମ୍ପରାରେ ସାମିଲ ହୋଇ ନିଜର ପ୍ରିୟ ପ୍ରାର୍ଥୀଙ୍କୁ ବାଛିଛନ୍ତି।


COMMERCIAL BREAK
SCROLL TO CONTINUE READING

 


ପ୍ରବଳ ରୌଦ୍ରତାପ କୁ ଦୃଷ୍ଟିରେ ରଖି ପ୍ରଶାସନ ତରଫରୁ ପୋଲିଙ୍ଗ ବୁଥ ମାନଙ୍କରେ ପ୍ରଶାସନ ତରଫରୁ ସମସ୍ତ ପ୍ରକାର ସୁବନ୍ଦୋବସ୍ତ କରାଯାଇଥିଲା। କାଁ ଭାଁ କିଛି ବୁଥରେ ଇଭିଏମ ମେସିନରେ ତ୍ରୁଟି ରହିଥିବା ଖବର ହସ୍ତଗତ ହୋଇଥିଲା । ଏହାକୁ ସୁଚାରୁରୂପେ ପରିଚାଳନା କରାଯିଵା ସହିତ ମତଦାନ କିଛି ସମୟ ପାଇଁ ବିଳମ୍ବ ହୋଇଥିବା ଦେଖିବାକୁ ମିଳିଛି । ତେବେ ପାରାଦୀପର ରଙ୍ଗିଆଗଡ଼ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ରେ ବିଜେପି ବିଧାୟକ ପ୍ରାର୍ଥୀ ସମ୍ପଦ ସ୍ୱାଇଁ ନିଜର ମତଦାନ କରିଥିବା ବେଳେ ମଙ୍ଗରାଜପୁରରେ ନିଜର ମତଦାନ କରିଛନ୍ତି ବିଜେପି ର ସାଂସଦ ପ୍ରାର୍ଥୀ ବିଭୁ ପ୍ରସାଦ ତରାଇ । 


ଆଜି ଶେଷ ପର୍ଯ୍ୟାୟ ନିର୍ବାଚନ । ୧୯୫୧-୫୨ ଅର୍ଥାତ୍‍ ପ୍ରଥମ ନିର୍ବାଚନ ପରେ ଏହା ସବୁଠାରୁ ଲମ୍ବା ସମୟଧରି ଚାଲିଥିବା ନିର୍ବାଚନ। ଆଜିର ଦିନରେ ଦେଶର ୫୭ଟି ଲୋକସଭା ନିର୍ବାଚନ ମଣ୍ଡଳୀ ଲାଗି ଭୋଟ୍ ଗ୍ରହଣ ଅନୁଷ୍ଠିତ ହୋଇଛି। ୮ଟି ରାଜ୍ୟ ଓ କେନ୍ଦ୍ର ଶାସିତ ଅଞ୍ଚଳରେ ଭୋଟ୍ ଗ୍ରହଣ ହୋଇଛି।  ଏହି ନିର୍ବାଚନରେ ସମୁଦାୟ ୯୦୪ ଜଣ ପ୍ରାର୍ଥୀଙ୍କ ଭାଗ୍ୟ ପରୀକ୍ଷା ହୋଇଛି। ସର୍ବାଧିକ ପ୍ରାର୍ଥୀ ବିଏସ୍‍ପିର ୫୬ଜଣ ରହିଥିବାବେଳେ ବିଜେପିର ୫୧, ଏବଂ କଂଗ୍ରେସ ପକ୍ଷରୁ ୩୧ ଜଣ ପ୍ରାର୍ଥୀ ରଣାଙ୍ଗନରେ ରହିଛନ୍ତି।