Ama bus stand: ଗ୍ରାମାଞ୍ଚଳରେ ପରିବହନ ସେବାର ବିକାଶ ନେଇ ଅଣ୍ଟା ଭିଡ଼ିଛନ୍ତି ରାଜ୍ୟ ସରକାର (Odisha government) । ଏନେଇ ରାଜ୍ୟର ବିଭିନ୍ନ ବ୍ଲକରେ ନିର୍ମାଣ ହେଉଛି ଅତ୍ୟାଧୁନିକ ବସଷ୍ଟାଣ୍ତ (Bus stand) । ଏନେଇ ବୁଧବାର ଦିନ ରାଜ୍ୟର ୧୩ଟି ଜିଲ୍ଲାର ପ୍ରାୟ ୨୧ଟି ବ୍ଲକରେ ‘ଆମ ବସଷ୍ଟାଣ୍ତ’କୁ (Ama bus stand) ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Naveen Patnaik) ଭର୍ଚୁଆଲ ମୋଡ଼ରେ ଉଦଘାଟନ କରିବା ସହ ୨୬ଟି ଜିଲ୍ଲାରେ ନିର୍ମାଣ ହେବାକୁ ଥିବା ୧୨୪ଟି ବସଷ୍ଟାଣ୍ତର ଶିଳାନ୍ୟାସ କରିବେ ।


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ଓଏସଆରଟିସିର (Odisha State Road Transport Corporation) ସୂଚନା ଅନୁଯାୟୀ, ପରିବହନର ବିକାଶ ନେଇ ରାଜ୍ୟର ପ୍ରାୟ ପ୍ରତ୍ୟେକ ବ୍ଲକରେ ‘ଆମ ବସଷ୍ଟାଣ୍ତ’ ((Ama bus stand ) ନିର୍ମାଣ କରାଯାଉଛି । ନିକଟରେ ଧର୍ମଗଡ଼ ଓ ଜୁନାଗଡ଼ ବସଷ୍ଟାଣ୍ତ ଉଦ୍ଦଘାଟନ ହୋଇଥିବା ବେଳେ ବର୍ତ୍ତମାନ ବଲାଙ୍ଗୀର ଜିଲ୍ଲାର ତେଲକୋଇ, ବଙ୍ଗମୁଣ୍ଡା, ଲୋଇସିଂହା, ବୌଦ୍ଧର କଣ୍ଟାମାଳ, ଗଜପତିର ଆର୍‌.ଉଦୟଗିରି ଓ ଗୁମ୍ମା, ମୟୂରଭଞ୍ଜର ବେତନଟୀ, ଝାରସୁଗୁଡ଼ାର କୋଲାବିରା, କନ୍ଧମାଳର ଟିକାବାଲି, କେନ୍ଦ୍ରାପଡ଼ାର ମାର୍ଶାଘାଇ, ଆଳି ଓ ଗରଦପୁର, କେନ୍ଦୁଝରରେ ଘଷିପୁରା, ଘଟଗାଁ ସେହିପରି କୋରାପୁଟ ଜିଲ୍ଲାରେ କୋଟପାଡ଼, ନବରଙ୍ଗପୁରରେ କୋସାଗୁମୁଡ଼ା,ଡାବୁଗାଁ, ନୟାଗଡ଼ରେ ଗଣିଆଁ, ପୁରୀରେ କାକଟପୁର, ସୁବର୍ଣ୍ଣପୁରରେ ବିନିକା ଓ ଉଲୁଣ୍ଡା ବ୍ଲକରେ ନିର୍ମାଣ ହୋଇଥିବା ବସଷ୍ଟାଣ୍ଡକୁ ଉଦ୍‌ଘାଟନ କରାଯିବ।


ଦ୍ବିତୀୟ ପର୍ଯ୍ୟାୟରେ ବଲାଙ୍ଗୀରରେ ୬ଟି, ଭଦ୍ରକରେ ୬ଟି, କଟକରେ ୩ଟି, ଅନୁଗୁଳରେ ୨ଟି, ବଲାଙ୍ଗୀରରେ ୬ଟି, ଦେବଗଡ଼ରେ ୪ଟି, ଗଞ୍ଜାମରେ ୯ଟି, ଜଗତସିଂହପୁରରେ ୩ଟି, କନ୍ଧମାଳରେ ୧୦ଟି, କେନ୍ଦ୍ରାପଡ଼ା‌ରେ ଗୋଟିଏ, ଖୋର୍ଦ୍ଧାରେ ୩ଟି, କୋରାପୁଟରେ ୧୦ଟି, ମାଲକାନଗିରିରେ ୫ଟି, ମୟୂରଭଞ୍ଜରେ ୧୧ଟି, ଯାଜପୁରରେ ୩ଟି, କଳାହାଣ୍ଡିରେ ୯ଟି, ଖୋର୍ଦ୍ଧାରେ ୩ଟି, କୋରାପୁଟରେ ୧୦ଟି, ମୟୁରଭଞ୍ଜରେ ୧୧ଟି, ମାଲକାନଗିରିରେ ୫ଟି, ନବରଙ୍ଗପୁରରେ ୬ଟି, ରାୟଗଡ଼ାରେ ୪ଟି, ନୂଆପଡ଼ରେ ୪ଟି, ସୁନ୍ଦରଗଡ଼ର ୧୦ଟି, ଢେଙ୍କାନାଳ, ଗଜପତି, ସମ୍ବଲପୁର, ପୁରୀ, ନୟାଗଡ଼, ନୟାଗଡ଼ ଓ ସୁବର୍ଣ୍ଣପୁରରେ ଗୋଟେ ଲେଖାଏଁ ‘ଆମ ବସଷ୍ଟାଣ୍ତ’ର ନିର୍ମାଣ ନେଇ ଶିଳାନ୍ୟାସ କରିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ (Chief Minister Naveen Patnaik) ।


ପ୍ରକାଶ ଥାଉ କି, ଏହିସବୁ ବସଷ୍ଟାଣ୍ତର ନିର୍ମାଣ କାର୍ଯ୍ୟ ଆସନ୍ତା ୨ ବର୍ଷ ମଧ୍ୟରେ ଶେଷ କରିବା ନେଇ ଲକ୍ଷ୍ୟ ରଖାଯାଇଛି । ଏହାପରେ ତୃତୀୟ ପର୍ଯ୍ୟାରେ ରାଜ୍ୟରେ ବାକି ଅନ୍ୟ ବ୍ଲକରେ ଏହି ଯୋଜନା କାର୍ଯ୍ୟକାରୀ କରାଯିବ ବୋଲି ନିଷ୍ପତି ନିଆଯାଇଥିବା କହିଛି ଓଏସଆରଟିସି (OSRTC )।


ଏହା ବି ପଢନ୍ତୁ-Horoscope Today: ଆୟ ବୃଦ୍ଧି ସହ ଏହି ୪ ରାଶିଙ୍କୁ ମିଳିବ ଶୁଭଫଳ! ଜାଣନ୍ତୁ ଆଜି କେମିତି କଟିବ ଆପଣଙ୍କ ଦିନ