Esma Rule: ରାଜ୍ୟ ସରକାର ସ୍ୱାସ୍ଥ୍ୟସେବା କ୍ଷେତ୍ରରେ ଆଗାମୀ ୬ ମାସ ପାଇଁ ଏସମା ଲାଗୁ କରିଛନ୍ତି। ଜନସାଧାରଣଙ୍କ ଜରୁରୀ ଆବଶ୍ୟକତାକୁ ଦୃଷ୍ଟିରେ ରଖି ଏସମା ଲାଗୁ କରାଯାଇଥିବା ବୁଧବାର ଗୃହ ବିଭାଗ ପକ୍ଷରୁ ନିର୍ଦ୍ଦେଶନାମା ଜାରି କରାଯାଇଛି। ଏସମା ଲାଗୁ ହୋଇଯିବା ପରେ ସରକାରୀ ସ୍ୱାସ୍ଥ୍ୟସେବାରେ ନିୟୋଜିତ କୌଣସି ସରକାରୀ କର୍ମଚାରୀ ଆନ୍ଦୋଳନ କିମ୍ବା ଧର୍ମଘଟ କରିପାରିବେ ନାହିଁ। ନର୍ସ, ପାରାମେଡିକ୍ ଓ ଟେକ୍ନିସିଆନ୍ ଙ୍କ ପାଇଁ ଏହି ଆଇନ କଡାକଡ଼ି ପାଳନ କରାଯିବ। 


COMMERCIAL BREAK
SCROLL TO CONTINUE READING

ସେହିପରି ରାଜ୍ୟ ସରକାରଙ୍କ (Odisha Government) ତୃତୀୟ ଓ ଚତୁର୍ଥ ଶ୍ରେଣୀ କର୍ମଚାରୀଙ୍କ ସହ ଚୁକ୍ତିଭିତ୍ତିକଙ୍କ ପାଇଁ ମଧ୍ୟ ଏସମା ଲାଗୁ ହୋଇଛି। ରାଜ୍ୟ ସରକାର ଏହି ଆଇନ ଆଜିଠାରୁ ଆଗାମୀ ୬ ମାସ ପାଇଁ ଲାଗୁକରିଛନ୍ତି। ଫଳରେ ସରକାରୀ ଅନୁଦାନପ୍ରାପ୍ତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ ପାଇଁ ମଧ୍ୟ ଏହା ଲାଗୁ ହୋଇଛି। ତେବେ ସରକାରଙ୍କ ପଦକ୍ଷେପ ଅନୁଯାୟୀ, ଆଗକୁ ଆସୁଛି ରାଜ୍ୟର ନିର୍ବାଚନ(State Election) । ଅନେକ ସମୟରେ ନିର୍ବାଚନ ସମୟରେ ବିଭିନ୍ନ କ୍ଷେତ୍ରର କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଥାନ୍ତି । ତେବେ ଏହାକୁ ନଜରରେ ରଖି ସ୍ୱାସ୍ଥ୍ୟ କ୍ଷେତ୍ରରେ ଥିବା କାର୍ଯ୍ୟକୁ ନଜରରେ ରଖି ଆନ୍ଦୋଳନକୁ ଓହ୍ଲାଇପାରନ୍ତି କର୍ମଚାରୀ ମାନେ। 


 ଯଦି ସ୍ୱାସ୍ଥ୍ୟ କର୍ମଚାରୀ ମାନେ ଆନ୍ଦୋଳନକୁ ଓହ୍ଲାଇଲେ ରାଜ୍ୟରେ ସ୍ୱାସ୍ଥ୍ୟସେବା(Health Service) ପ୍ରଭାବିତ ହୋଇପାରେ। ଏଭଳି ଆଶଙ୍କା କରିଛନ୍ତି ରାଜ୍ୟ ସରକାର। ଏଥିପାଇଁ ଆଗୁଆ ପଦକ୍ଷେପ ନେଇଛନ୍ତି ରାଜ୍ୟ ସରକାର। ସେଥିପାଇଁ ସ୍ୱାସ୍ଥ୍ୟ ସେବା କ୍ଷେତ୍ରରେ ଲାଗୁ କରିଛନ୍ତି ଏସମା ବା ଓଡ଼ିଶା ଜରୁରୀ ସେବା ମେଣ୍ଟନାନ୍ସ ଆକ୍ଟ । ଆଗାମୀ ୬ ମାସ ଯାଏ ସ୍ୱାସ୍ଥ୍ୟସେବା ସମ୍ବନ୍ଧୀୟ କୌଣସି କର୍ମଚାରୀ ଆନ୍ଦୋଳନ କରିପାରିବେନି ବୋଲି ରାଜ୍ୟ ସରକାର ନିର୍ଦ୍ଦେଶ ଦେଇଛନ୍ତି। 


କେଉଁ ମାନଙ୍କ ଉପରେ ଲାଗୁ ହେବ ଏସମା-:
ସରକାରୀ ହସ୍ପିଟାଲ, ଡିସପେନସାରୀ, ଜିଲ୍ଲା ମୁଖ୍ୟାଳୟ ହସ୍ପିଟାଲ, ଉପଖଣ୍ଡ ହସ୍ପିଟାଲ, ସିଏଚସି, ପିଏଚସି, ପୌର ହସ୍ପିଟାଲ, ଇଏସଆଇ ହସ୍ପିଟାଲ, ମେଡିକାଲ କଲେଜ ଓ ହସ୍ପିଟାଲ(Medical College Hospital), ସରକାରୀ ପରିଚାଳିତ ସ୍ୱୟଂଶାସିତ ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ସରକାରଙ୍କ ଠାରୁ ଅନୁଦାନ ପାଉଥିବା ସ୍ୱାସ୍ଥ୍ୟ ପ୍ରତିଷ୍ଠାନ, ଏଏଚଆରସିସି, ଜେଲ ହସ୍ପିଟାଲ ସହ ପୋଲିସ ହସ୍ପିଟାଲରେ କାମ କରୁଥିବା ସମସ୍ତ ନର୍ସ, ପାରା ମେଡିକ୍ସ. ଟେକ୍ନିସିଆନଙ୍କ ଉପରେ ଏସମା ଲାଗୁ ହେବ। 


Also Read: Top 10 News Headlines: ସକାଳର 10 ବଡ଼ ଖବର


Also Read: IT Raid: ମଦବ୍ୟବସାୟୀଙ୍କ ଆଲମାରି ଦେଖି ବେହୋସ ଅଧିକାରୀ, ମିଳିଲା ନଗଦ ୨୦୦ କୋଟି