Nandankanan Ropeway Facility Will Restart From 18 November 2023: ଆସନ୍ତାକାଲି ଉଦଘାଟିତ ହେବ ବହୁ ପ୍ରତୀକ୍ଷିତ ନନ୍ଦନକାନନ ରୋପୱେ। ରାଜଧାନୀ ଭୁବନେଶ୍ୱର ଉପକଣ୍ଠସ୍ଥ ଥିବା ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ନୂତନ ଭାବରେ ନିର୍ମିତ ହୋଇଥିବା ଏରିୟାଲ୍ ରୋପୱେ ରାଇଡ୍ ସୁବିଧା ନଭେମ୍ବର ୧୮ ତାରିଖ ଶୁକ୍ରବାର ଉଦଘାଟିତ ହେବ। ଆସନ୍ତାକାଲି ଉଦଘାଟିତ ହେବା ପରେ ରୋପୱେ ରାଇଡ୍ ସୁବିଧା ନନ୍ଦନକାନନ ପରିଦର୍ଶନରେ ଆସୁଥିବା ପର୍ଯ୍ୟଟକଙ୍କୁ ମିଳିବ। ଆସନ୍ତାକାଲି ଉଦଘାଟିତ ହେବା ପରେ ରୋପୱେ ବ୍ୟବହାର କରିପାରିବେ ନନ୍ଦନକାନନ ଆସୁଥିବା ପର୍ଯ୍ୟଟକ।  


COMMERCIAL BREAK
SCROLL TO CONTINUE READING

ରୋପୱେ ରାଇଡ୍ ସୁବିଧା କାର୍ଯ୍ୟକାରୀ କରିବାକୁ ନେଇ କୋଲକାତା ସ୍ଥିତ ଦାମୋଦର ରୋପୱେ ଆଣ୍ଡ ଇନଫ୍ରା ଲିମିଟେଡ୍ ଏବଂ ନନ୍ଦନକାନନ ମଧ୍ୟରେ ଏକ ଚୁକ୍ତିନାମା ସ୍ୱାକ୍ଷରିତ ହୋଇଥିଲା।  ରୋପୱେ ନିର୍ମାଣ, ରକ୍ଷଣାବେକ୍ଷଣ ତଥା ପରିଚାଳନା ଦାୟିତ୍ୱରେ ରହିବ ଏହି ସଂସ୍ଥା। ଏନେଇ ଗତ ୨୦୨୧ ବର୍ଷରେ ହୋଇଥିବା ଚୁକ୍ତିନାମା ଅନୁସାରେ ସମସ୍ତ କାର୍ଯ୍ୟ ଶେଷ ହୋଇଛି ଏବଂ ରୋପୱେ ଚଳାଇବାକୁ ସ୍ୱୀକୃତି ମିସାରିଳିଛି। ନନ୍ଦନକାନନ ଠାରେ ରୋପୱେ ଚାଲୁ କରିବା ପୂର୍ବରୁ ଏନଡିଆରଏଫ ସ୍ଥାନୀୟ କାଞ୍ଜିଆ ହ୍ରଦରେ ଏକ ମକଡ୍ରିଲ କରିଥିଲା। 


କୌଣସି ପ୍ରକାର ଦୁର୍ଘଟଣା ଘଟିଲେ ତାହାର କିପରି ମୁକାବିଲା କରାଯିବ ଏବଂ ଦୁର୍ଘଟଣା ସମୟରେ ପର୍ଯ୍ୟଟକଙ୍କୁ କିପରି ଉଦ୍ଧାର କରାଯାଇ ପାରିବ ସେ ନେଇ ମକଡ୍ରିଲ ହୋଇଥିଲା। ନିକଟରେ ନନ୍ଦନକାନନ ରୋପୱେ ବ୍ୟବସ୍ଥାରେ ଆଧୁନିକୀକରଣ ମଧ୍ୟ କରାଯାଇଛି। ବିପଦମୁକ୍ତ ଏବଂ ସ୍ୱୟଂଚାଳିତ ପୁଲିରୁ ରୋପୱେ ଖସିଲେ ଆପେ ଆପେ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ ହୋଇଯିବ। ରୋପୱେ ଯୋଗ ଯାତ୍ରା କରିବା ସ୍ୱତନ୍ତ୍ର କାଉଣ୍ଟର ଖୋଲାଯାଇଛି। ଯେଉଁ ପର୍ଯ୍ୟଟକ ନନ୍ଦନକାନନରୁ ରାଜ୍ୟ ଉଦ୍ଭିଦ ଉଦ୍ୟାନ କିମ୍ବା ରାଜ୍ୟ ଉଦ୍ଭିଦ ଉଦ୍ୟାନରୁ ନନ୍ଦନକାନନ ଯାଇ ପରିଭ୍ରମଣ କରିବାକୁ ଚାହିଁବେ, ସେମାନେ  କାଉଣ୍ଟରରୁ ଟିକେଟ କ୍ରୟ କରିପାରିବେ। ପୂର୍ବରୁ ଦୁର୍ଘଟଣା ଘଟିବା କାରଣରୁ ନନ୍ଦନକାନନ ଠାରେ ରୋପୱେ ସେବା ବନ୍ଦ ହୋଇଯାଇଥିଲା।


ଗୋଟିଏ ଦିନରେ ଅତି କମରେ ୩ ହଜାର ପର୍ଯ୍ୟଟକଙ୍କ ପାଇଁ ରୋପୱେ ଯୋଗେ (Nandankanan Ropeway Facility) ଯାତ୍ରା କରିବାର ବ୍ୟବସ୍ଥା କରାଯାଇଛି। ଏହି ରୋପୱେ ପର୍ଯ୍ୟଟକଙ୍କୁ ନନ୍ଦନକାନନ୍ ପ୍ରାଣୀ ଉଦ୍ୟାନ (Nandankanan Zoological Park) ସହ ଉଦ୍ଭିଦ ଉଦ୍ୟାନ (Nandankanan Botanical Garden) ପରିଦର୍ଶନ କରିବାରେ ସହାୟକ ହେବ। ପ୍ରାୟ ୧୩ କୋଟି ଟଙ୍କା ବ୍ୟୟରେ ରୋପୱେ ନିର୍ମାଣ ପାଇଁ ରାଜ୍ୟ ସରକାର କୋଲକାତା ଭିତ୍ତିକ ଏହି ସଂସ୍ଥାକୁ ଅନୁମତି ପ୍ରଦାନ କରିଥିଲେ। ଏହି ପ୍ରକଳ୍ପ ସରକାରୀ-ଘରୋଇ ସହଭାଗିତାରେ ରୋପୱ ପ୍ରକଳ୍ପ କାର୍ଯ୍ୟକାରୀ  ହୋଇଥିଲା।


ରାଜଧାନୀ ଭୁବନେଶ୍ୱର ଉପକଣ୍ଠରେ ଅବସ୍ଥିତ ନନ୍ଦନକାନନ ପ୍ରାଣୀ ଉଦ୍ୟାନ ୧୯୬୦ ମସିହାରେ ପ୍ରତିଷ୍ଠା ହୋଇଥିଲା। ଯାହାକୁ ୧୯୭୯ ମସିହାରେ ସର୍ବସାଧାରଣଙ୍କ ପାଇଁ ଖୋଲାଯାଇଥିଲା। ପ୍ରାୟ ୪୩୭ ହେକ୍ଟର ଅର୍ଥାତ ୧୦୮୦  ଏକର ଜମିରେ ପରିବ୍ୟାପ୍ତ ରହିଛି ନନ୍ଦନକାନନ ପ୍ରାଣୀ ଏବଂ ଉଦ୍ଭିଦ ଉଦ୍ୟାନ। ନନ୍ଦନକାନନ ଦେଶର ପ୍ରଥମ ପ୍ରାଣୀ ଉଦ୍ୟାନ ଯିଏ ଗତ ୨୦୦୯ ବର୍ଷରେ ୱାର୍ଲ୍ଡ ଆସୋସିଏସନ୍ ଅଫ୍ ଜୁ ଏବଂ ଆକ୍ୱାରିୟମ୍ (World Association of Zoos and Aquariums) ସହ ଯୋଡ଼ି ହୋଇଥିଲା।