Advertisement
Article Detail0/zeeodisha/odisha2306398
Zee OdishaOdisha AstrologyMercury Transit 2024: ନକ୍ଷତ୍ର ପରବର୍ତ୍ତନ କରିବାକୁ ଯାଉଛନ୍ତି ବୁଧ, ଏହି ରାଶି ମାନଙ୍କର ଉଜ୍ଜ୍ୱଳ ହେବ ଭାଗ୍ୟ

Mercury Transit 2024: ନକ୍ଷତ୍ର ପରବର୍ତ୍ତନ କରିବାକୁ ଯାଉଛନ୍ତି ବୁଧ, ଏହି ରାଶି ମାନଙ୍କର ଉଜ୍ଜ୍ୱଳ ହେବ ଭାଗ୍ୟ

Budh Gochar Rashifal: ୨୯ ଜୁନରେ ପ୍ରଭୁ ବୁଧ ଗ୍ରହ ମିଥୁନରୁ ଗୋଚର କରି କର୍କଟ ରାଶିରେ ପ୍ରବେଶ କରିବେ। ବୁଧ ଗ୍ରହ କର୍କଟ ରାଶିରେ ପ୍ରବେଶ କରିବା କାରଣରୁ କେତେକ ରାଶିର ଲୋକ ଭାଗ୍ୟବାନ ହେବା ନିଶ୍ଚିତ। ତେବେ ଜାଣନ୍ତୁ ବୁଧ ଗ୍ରହ କର୍କଟ ରାଶିରେ ପ୍ରବେଶ କଲେ କେଉଁ ସବୁ ରାଶି ଭଲ ଦିନ ଦେଖିବେ।

 

Mercury Transit 2024
Mercury Transit 2024

Mercury Transit In Cancer: ଜ୍ୟୋତିଷ ଶାସ୍ତ୍ରରେ ବୁଧ ଗ୍ରହର ଏକ ବିଶେଷ ସ୍ଥାନ ଅଛି। ବୁଦ୍ଧି, ତର୍କ, ଯୋଗାଯୋଗ, ଗଣିତ, ଚତୁରତା ଓ ବନ୍ଧୁତା ପାଇଁ ବୁଧ ଗ୍ରହକୁ କାରକ ବୋଲି କୁହାଯାଏ। ବୁଧଙ୍କୁ ମଧ୍ୟ ଗ୍ରହ ମାନଙ୍କର ରାଜକୁମାର କୁହାଯାଏ। ଯେତେବେଳେ ବୁଧ ଶୁଭ ଅଙ୍କରେ ଗତି କରନ୍ତି ସେତେବେଳେ ଜଣେ ବ୍ୟକ୍ତି ଶୁଭ ଫଳାଫଳ ପାଇଥାଏ ଓ ତାଙ୍କର ଶୋଇଥିବା ଭାଗ୍ୟ ମଧ୍ୟ ଜାଗ୍ରତ ହୁଏ। ୨୯ ଜୁନରେ ପ୍ରଭୁ ବୁଧ ଗ୍ରହ ମିଥୁନରୁ ଗୋଚର କରି କର୍କଟ ରାଶିରେ ପ୍ରବେଶ କରିବେ। ବୁଧ ଗ୍ରହ କର୍କଟ ରାଶିରେ ପ୍ରବେଶ କରିବା କାରଣରୁ କେତେକ ରାଶିର ଲୋକ ଭାଗ୍ୟବାନ ହେବା ନିଶ୍ଚିତ। ଏହି ରାଶିର ଲୋକମାନେ ନିଜ ଭାଗ୍ୟର ପୂର୍ଣ୍ଣ ସମର୍ଥନ ପାଇବେ । ତେବେ ଆସନ୍ତୁ ଜାଣିବା ବୁଧ ଗ୍ରହ କର୍କଟ ରାଶିରେ ପ୍ରବେଶ କଲେ କେଉଁ ସବୁ ରାଶି ଭଲ ଦିନ ଦେଖିବେ ।

ମେଷ ରାଶି:
ଆର୍ଥିକ ସ୍ଥିତି ଦୃଢ଼ ହେବ। ନିବେଶରୁ ଲାଭ ମିଳିବ। ପାରିବାରିକ ଜୀବନରେ ଖୁସି ହେବ । ମା' ଲକ୍ଷ୍ମୀଙ୍କ ଆଶୀର୍ବାଦରୁ ଜୀବନ ସୁଖୀ ରହିବ। ଖର୍ଚ୍ଚରେ ହ୍ରାସ ଘଟିବ। ଏହି ସମୟ କାରବାର ପାଇଁ ବହୁତ ଶୁଭ ହେବ। ଆର୍ଥିକ ପରିସ୍ଥିତି ବହୁତ ଭଲ ରହିବ।

ମିଥୁନ ରାଶି:
ଆପଣ ଏହି ସମୟରେ ଏକ ନୂତନ ଘର କିମ୍ବା ଗାଡି କିଣି ପାରନ୍ତି। ମା' ଲକ୍ଷ୍ମୀଙ୍କ ବିଶେଷ ଆଶୀର୍ବାଦ ମିଳିବ। ବିବାହିତ ଜୀବନ ସୁଖୀ ହେବ। ନୂତନ କାର୍ଯ୍ୟ ଆରମ୍ଭ କରିବା ପାଇଁ ଏହି ସମୟ ଶୁଭ ଅଟେ। କିନ୍ତୁ କୌଣସି କାରବାର କରିବା ପୂର୍ବରୁ ଭଲ ଭାବରେ ଚିନ୍ତା କରନ୍ତୁ। ଆର୍ଥିକ ପରିସ୍ଥିତି ବହୁତ ଭଲ ରହିବ।

Add Zee News as a Preferred Source

ସିଂହ ରାଶି:
ମା' ଲକ୍ଷ୍ମୀଙ୍କ କୃପା ସହିତ ଆପଣ ନିଜର କାର୍ଯ୍ୟରେ ସଫଳତା ପାଇବେ। ଏକ ନୂତନ ଘର କିମ୍ବା ଗାଡି କିଣି ପାରନ୍ତି। ବ୍ୟବସାୟ ପାଇଁ ଏହି ସମୟ ଅତ୍ୟନ୍ତ ଶୁଭ ଅଟେ। ଆର୍ଥିକ ଲାଭ ହେବ, କିନ୍ତୁ ଆପଣଙ୍କୁ ଚଳିତ ବର୍ଷ ଆପଣଙ୍କର ଖର୍ଚ୍ଚ ନିୟନ୍ତ୍ରଣ କରିବାକୁ ପଡିବ। କାରବାର ପାଇଁ ସମୟ ଶୁଭ ହେବ।

କନ୍ୟା ରାଶି:
ଆର୍ଥିକ ସ୍ଥିତିରେ ସୁଧାର ଆସିବ। ନିବେଶ ପାଇଁ ସମୟ ଭଲ ରହିବ। ଏକ ନୂତନ ଯାନ କିଣି ପାରିନ୍ତି। କାରବାର ପାଇଁ ସମୟ ମଧ୍ୟ ଭଲ ଅଟେ। ମା' ଲକ୍ଷ୍ମୀଙ୍କ ଆଶୀର୍ବାଦ ମିଳିବ। ଆୟର ଉତ୍ସ ବୃଦ୍ଧି ପାଇବ।

(Disclaimer: ଏଠାରେ ଦିଆଯାଇଥିବା ତଥ୍ୟ ଜ୍ୟୋତିଷ ଶାସ୍ତ୍ର ଉପରେ ଆଧାରିତ ଓ କେବଳ ଆପଣଙ୍କ ସୂଚନା ପାଇଁ ଦିଆଯାଉଛି। Zee Odisha News ଏହାକୁ ନିଶ୍ଚିତ କରେ ନାହିଁ। ଏହାକୁ କୌଣସି ସମାଧାନ ଭାବେ ନେବା ପୂର୍ବରୁ, ନିଶ୍ଚିତ ଭାବରେ ସମ୍ପୃକ୍ତ ବିଷୟର ଜ୍ଞାନଥିବା ଜଣେ ବିଶେଷଜ୍ଞଙ୍କ ସହିତ ପରାମର୍ଶ କରନ୍ତୁ।)

About the Author