Odisha News: ଭଦ୍ରକ: ଭଦ୍ରକର ପୂର୍ବତନ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଜୟନ୍ତୀ ବେହେରାଙ୍କୁ ଗିରଫ କରାଯାଇଛି। ଆୟ ବହିର୍ଭୂତ ସଂପତ୍ତି ଠୁଳ ମାମଲାରେ ଜୟନ୍ତୀଙ୍କୁ ଗିରଫ କରିଛି ଭିଜିଲାନ୍ସ। ଭିଜିଲାନ୍ସ ଚଢ଼ାଉ ପରେ ଜୟନ୍ତୀଙ୍କ ୧୪୫ ପ୍ରତିଶତରୁ ଅଧିକ ଆୟ ବହିର୍ଭୂତ ସଂପତ୍ତି ଥିବା ଜଣାପଡିଥିଲା । ଗତକାଲି ଭୁବନେଶ୍ବର, ବାଲେଶ୍ଵର ଓ ଭଦ୍ରକର ୧୧ଟି ସ୍ଥାନରେ ଚଢାଉ କରି ଜୟନ୍ତୀ ବେହେରାଙ୍କ ଅମାପ ସଂପତ୍ତି ଠାବ କରିଥିଲା ଭିଜିଲାନ୍ସ । ୧ କୋଟି ୬୧ ଲକ୍ଷ ଟଙ୍କାରୁ ଅଧିକ ଜମା ଜବତ ହୋଇଥିଲା । ଏହା ସହ ନଗଦ ୨ ଲକ୍ଷ ୭୯ ହଜାର ଟଙ୍କା ବି ଜବତ କରିଥିଲା ଭିଜିଲାନ୍ସ ।


COMMERCIAL BREAK
SCROLL TO CONTINUE READING

ସରକାରୀ ଅଧିକାରୀଙ୍କ ଘରେ କୋଟି କୋଟି ଟଙ୍କାର ସମ୍ପତି ଦେଖି ତାଜୁବ ହୋଇଯାଇଛି ଭିଜିଲାନ୍ସ ଟିମ। ଜବତ ହୋଇଥିବା ସମ୍ପତ୍ତି ମଧ୍ୟରେ ରହିଛି ୩ଟି ବହୁତଳ କୋଠା, ୨ଟି ଫ୍ଲାଟ୍, ୮ଟି ପ୍ଲଟ୍ । ୨ କେଜିର ରୁପା ଅଳଙ୍କାର ମଧ୍ୟ ଠାବ ହୋଇଥିଲା । ସର୍ଚ୍ଚ ବେଳେ ଗୋଟିଏ ଚାରିଚକିଆ ଓ ଗୋଟିଏ ବାଇକ ଠାବ ହୋଇଥିଲା । ଜୟନ୍ତୀ ଭୁବନେଶ୍ବରରେ ମହିଳା ଓ ଶିଶୁ ବିକାଶ ବିଭାଗରେ କାର୍ଯ୍ୟରତ ଥିଲେ । ସେ ଭଦ୍ରକରେ ଜିଲ୍ଲା ସମାଜ ମଙ୍ଗଳ ଅଧିକାରୀ ଥିବା ଅଣ୍ଡା ଓ ଛତୁଆରୁ ଟଙ୍କା ଆତ୍ମସାତ କରିଥିବା ଭିଜିଲାନ୍ସ ପାଖରେ ଅଭିଯୋଗ ଥିଲା ।