Odisha News: ଆଜିଠୁ ଚାରିଦିନିଆ ସିଙ୍ଗାପୁର ଗସ୍ତରେ ଯାଇଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ। ମିଶନ ଉତ୍ସର୍ଷ ଓଡି଼ଶା। ଓଡି଼ଶାକୁ ଅଧିକ ନିବେଷକ ଭିଡିବାକୁ ଫୁଲଦମ୍ ରେ କସରତ କରୁଛନ୍ତି ରାଜ୍ୟ ସରକାର।  ଦେଶ ପରେ ଏବେ ବିଦେଶରୁ ପୁଞ୍ଜିପତିଙ୍କୁ ଆକୃଷ୍ଟ କରିବାକୁ ହେବ ରୋଡ୍ ମ୍ୟାପ୍ ।  ଏଥିପାଇଁ ଆଜି ସିଙ୍ଗାପୁର୍ ଯାଇଛନ୍ତି ମୁଖ୍ୟମନ୍ତ୍ରୀ। ସିଙ୍ଗାପୁରରେ ଶିଳ୍ପ ବିଭାଗ ରୋଡ୍ ସୋ ଆୟୋଜିତ କରୁଛି। ମୁଖ୍ୟମନ୍ତ୍ରୀ ନିବେଶକଙ୍କ ସହ ଆଲୋଚନା କରିବେ।  ଓଡି଼ଶାରେ ଶିଳ୍ପାୟନ  ପାଇଁ ଥିବା ସବୁ  ସମ୍ଭାବନା  ଓ ସରକାରଙ୍କ ସହଯୋଗର ପ୍ରତିଶ୍ରୃତି ଦେବେ। 


COMMERCIAL BREAK
SCROLL TO CONTINUE READING

ALSO READ: Horoscope 2025: ଶନିଙ୍କ କୃପାରୁ ଆଜିଠୁ ବଦଳିବ ୯ ରାଶିଙ୍କ ଭାଗ୍ୟ, କିଣିବେ ନୂଆ ଘର ସହ ଚାକିରିରେ ମିଳିବ ପଦୋନ୍ନତି !


ସିଙ୍ଗାପୁରରୁ ମୋଟା ଅଙ୍କର  ନିବେଶ ଆସିବ ବୋଲି ଶିଳ୍ପ ବିଭାଗ ଆଶାବାଦି ଅଛି।  ୧୭ ରୁ ୨୦ ଯାଏଁ ମୁଖ୍ୟମନ୍ତ୍ରୀ ସିଙ୍ଗାପୁରର ଶୁଳ୍ପପତି ଓ ବାଣିଜ୍ୟକ ପ୍ରତିନିଧିଙ୍କ ସହ ବ୍ୟକ୍ତିଗତ ଭାବେ ଆଲୋଚନା କରି ଓଡିଶା ଆସିବାକୁ ନିମନ୍ତ୍ରଣ କରିବେ ବୋଲି ସୂଚନା ମିଳିଛି। ଜାନୁଆରୀ ୨୮ ଓ ୨୯ ରେ ଉତ୍କର୍ଷ ଓଡି଼ଶା : ମେକ୍ ଇନ୍ ଇଣ୍ତିଆ କନକ୍ଲେଭ୍ ୨୦୨୫ ହେବ।  ନୂଆଦିଲ୍ଲୀ ଓ ମୁମ୍ବାଇ ରୋଡ଼ ସୋ ସଫଳତା ପରେ ରାଜ୍ୟ ଶିଳ୍ପ ବିଭାଗ ବିଦେଶ ଉପରେ ଆଖି ପକାଇଛି।