Odisha News: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର। ଯଦି ଆପଣ ଏହି ପର୍ଯ୍ୟଟନ ଋତୁରେ ନନ୍ଦନକାନନ (Nandankanan Zoological Park) ବୁଲିବାକୁ ଯାଉଛନ୍ତି। ତେବେ, ଆପଣ ନନ୍ଦନକାନନରେ (Nandankanan Zoological Park) ନୂଆ ଅତିଥିଙ୍କୁ ଦେଖିବାକୁ ପାଇବେ।  ପର୍ଯ୍ୟଟନ ଋତୁ ଆରମ୍ଭ ହେବା ପୂର୍ବରୁ ନନ୍ଦନକାନନକୁ ଆସିଛନ୍ତି ନୂଆ ପ୍ରଜାତିର ଜନ୍ତୁ। ଦିର୍ଘ ବର୍ଷ ପରେ ନନ୍ଦନକାନନକୁ ଆସିଛନ୍ତି ୪ ନୂଆ ଅତିଥି।  ବିଶେଷ କରି,  ୩୫ ବର୍ଷ ପରେ ଆସିଛନ୍ତି ଦୁଇଟି ୱାଲାବି। ସେମାନଙ୍କ ମଧ୍ୟରୁ ଗୋଟିଏ ଗୋଟିଏ ମାଈ ଓ ଓ ଅଣ୍ଡିରା  । ଏହା ସହିତ ପ୍ରଥମ ଥର ପାଇଁ ଦୁଇଟି ଲିଭିଂଷ୍ଟୋନ ଟୁରାକୋ  ଆସିଛନ୍ତି। ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ,  ଏହି ୨ଟି ପ୍ରଜାତିରୁ ୪ଟି ଜୀବଜନ୍ତୁଙ୍କୁ ହାଇଦ୍ରାବାଦର ଏକ ଘରୋଇ ଫାର୍ମରୁ ଅଣାଯାଇଥିବା ସୂଚନା ମିଳିଛି । ସେମାନଙ୍କୁ ଏବେ କ୍ୱାରେଣ୍ଟିନ ସେଣ୍ଟରରେ ନୂଆ ଖୁଆଡ଼ ନିର୍ମାଣ କରାଯାଇ ୨୮ ତାରିଖରେ ସେମାନଙ୍କୁ ନୂଆ ଖୁଆଡ଼ରେ ରଖାଯିବ ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି। 


COMMERCIAL BREAK
SCROLL TO CONTINUE READING

ALSO READ: MS Dhoni: ନିଜର ପୋଷ୍ଟ ରିଟାରମେଣ୍ଟ ପ୍ଲାନ୍ କୁ ନେଇ ଏପରି ବୟାନ୍ ଦେଲେ ମାହି, କହିଲେ...


ନନ୍ଦନକାନନର ପ୍ରତିଷ୍ଠା ଦିବସ ଡିସେମ୍ବର ୨୯ ତାରିଖରେ ହେଉଥିବା ବେଳେ ଏହା ପୂର୍ବରୁ ପର୍ଯ୍ୟଟକଙ୍କୁ ଭେଟି ଦେବାକୁ ଯୋଜନା କରିଛନ୍ତି ନନ୍ଦନକାନନ କର୍ତ୍ତୃପକ୍ଷ। ସେହିପରି ପୂର୍ବରୁ ସେପ୍ଟେମ୍ବର ମାସରେ ଅଦଳବଦଳ ପ୍ରକ୍ରିୟାରେ ଆଇଜଲ୍ ଜୁଲୋଜିକାଲ୍ ଚିଡିଆଖାନାରୁ ୩ ପ୍ରଜାତିର ୫ ଜନ୍ତୁ ଏଠାକୁ ଆସିଥିଲେ। ଅଦଳବଦଳ ପ୍ରକ୍ରିୟାରେ  ଆଇଜଲ୍  ଚିଡିଆଖାନାରୁ ଗୋଟିଏ ହଳ ହୁଲୁକ୍ ଗିବନ୍ (୪ବର୍ଷିୟ  ଅଣ୍ତିରା କୁକୁଟିଆ ଓ ୧୩ ବର୍ଷିୟ ମାଇ ସଲବିନି), ଗୋଟିଏ ହଳ(ଅଣ୍ତିରା, ମାଈ), ୭ ବର୍ଷିୟ ଘୁଷୁରୀ ଲାଞ୍ଜି ମାଙ୍କଡ଼, ୧୧ ବର୍ଷିୟ କଳା ହିମାଳୟ ଭାଲୁ ( ମାଈ) ନନ୍ଦନକାନନକୁ ଆସିଥିଲା।