Flight Service: ବିକାଶ ପଥରେ ଆଗଉଛି ଓଡି଼ଶା। ଜୟପୁରବାସୀଙ୍କ ପାଇଁ ଖୁସି ଖବର। ଜୟପୁରବାସୀଙ୍କ ଦିର୍ଘ ଦିନର ଆଶା ଆଜି ପୂରଣ ହେବାକୁ ଯାଉଛି।  ଏଣିକି ଯାତ୍ରୀଙ୍କ ଯାତ୍ରା ଆହୁରୀ ହେବ ସହଜ। କାହିଁକିନା ଆଜିଠୁ ଭୁବନେଶ୍ବରକୁ ଉଡି଼ବ ଦ୍ବିତୀୟ ବିମାନ (Jeypore to Bhubaneswar 2nd flight start from today)। ଜୟପୁରରୁ ଭୁବନେଶ୍ୱର ଓ ଭୁନେଶ୍ୱରରୁ ଜୟପୁର ମଧ୍ୟରେ ଦ୍ବିତୀୟ ବିମାନ ଚଳାଚଳ ଆରମ୍ଭ ହେବାକୁ ଯାଉଛି (Flight Service) । ୯ ସିଟ୍ ବିଶିଷ୍ଟ ଏହି ବିମାନ ଆଜିଠୁ ଯାତ୍ରୀଙ୍କୁ ଧରି ଉଡାଣ ଭରିବ। ସକାଳ ୬ଟାରେ ଭୁବନେଶ୍ବରରୁ ବାହାରି ଜୟପୁରରେ ପହଞ୍ଚିବ। ସେହିପରି, ସକାଳ ୮ଟାରେ  ଜୟପୁର ବିମାନ ବନ୍ଦରରୁ ବାହାରି ଭୁବନେଶ୍ବର ଅଭିମୁଖେ ଯାତ୍ରା କରିବ ବୋଲି ଜଣାପଡି଼ଛି। 


COMMERCIAL BREAK
SCROLL TO CONTINUE READING

Also Read: HBD Prabhas: ଅଭିନେତା ହେବାକୁ ଚାହୁଁ ନଥିଲେ ପ୍ରଭାସ, କିନ୍ତୁ ଏହି କାରଣ ପାଇଁ ବନିଗଲେ ଷ୍ଟାର୍


ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହିଁବୁ ଯେ, ଜୟପୁର ବିମାନବନ୍ଦରରୁ ଭୁବନେଶ୍ବରକୁ ଦ୍ବିତୀୟ ବିମାନ ଉଡ଼ାଣ ପାଇଁ ଜୟପୁରର ବିଧାୟକ ତାରାପ୍ରସାଦ ବାହିନୀପତି ଦାବି କରିଆସୁଥିଲେ। ଜୟପୁର ବିମନବନ୍ଦରକୁ ୨୦୨୧ ମସିହା ଅକ୍ଟୋବର ୩୧ ତାରିଖ ଦିନ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦ୍‌ଘାଟନ କରିଥିଲେ। ଉଦଘାଟନର ଏକ ସପ୍ତାହ ପରେ ଭୁବନେଶ୍ବରରୁ ଜୟପୁର ଦେଇ ବିଶାଖାପାଟଣା ବିମାନ ଚଳାଚଳ ଆରମ୍ଭ କରିଥିଲା ଏହି ବିମାନ ଏବେ ରବିବାର ବ୍ୟତୀତ ପ୍ରତିଦିନ ଚାଲିଛି। ଭୁବନେଶ୍ବରରୁ ପୂର୍ବାହ୍‌ ୧୧ଟା ୩୫ରୁ ବାହାରି ଜୟପୁରରେ ଦିନ ୧୨ଟା ୪୦ରେ ପହଞ୍ଚୁଛି। ଏହା ପରେ ୧୫ ମିନିଟ ରହଣି ପରେ ପୁଣି ବିମାନଟି ବିଶାଖାପାଟନମ୍ ଅଭିମୁଖେ ବାହାରୁଛି। ସେଠାରୁ ପୁଣି ଜୟପୁର ବିମାନବନ୍ଦରକୁ ଫେରୁଛି। ସେହିପରି, ଅପରାହ୍‌ଣ ୩ଟା ୪୦ରେ ପୁଣି ଜୟପୁରରୁ ଭୁବନେଶ୍ବର ଅଭିମୁଖେ ବାହାରୁଛି।


ସେହିପରି,  ଝାରସୁଗୁଡ଼ା ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Jharsuguda Veer Surendra Sai Airport) ଆଉ ଦୁଇଟି ବିମାନ କୋଲକାତା (Kolkata) ଓ ବେଙ୍ଗାଲୁରୁକୁ (Bengaluru)ଉଡିବ (2 more flights will fly from jharsuguda) ଖୁବଶିଘ୍ର ଉଡିବ।  ଝାରସୁଗୁଡାରୁ ବିମାନ ବନ୍ଦରରୁ  କୋଲକାତାକୁ ନଭେମ୍ବର ୫ ତାରିଖରେ ବିମାନ ସେବା ଆରମ୍ଭ ହେବାକୁ ଯାଉଛି । ସେହିପରି,  ବୀର ସୁରେନ୍ଦ୍ର ସାଏ ବିମାନ ବନ୍ଦରରୁ (Veer Surendra Sai Airport, Jharsuguda) ବେଙ୍ଗାଲୁରୁକୁ (Bengaluru) ମଧ୍ୟ ଚଳିତ ବର୍ଷ ୧୫ ନଭେମ୍ବରରୁ ବିମାନ ଚଳାଚଳ କରିବ ବୋଲି ସୂଚନା ମିଳିଛି। ଖୁବଶିଘ୍ର ଝାରସୁଗୁଡ଼ା ସହର ସହ ବେଙ୍ଗାଲୁରୁ ଓ କୋଲକାତା ଭଳି ଦୁଇ ପ୍ରମୁଖ ସହର ସିଧାସଳଖ ଯୋଡ଼ି ହେବ।