Odisha News: ଭୁବନେଶ୍ୱର: ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷାକୁ ନେଇ ଆସିଲା ବଡ଼ ଅପଡେଟ। ଆସନ୍ତା ଜୁଲାଇ ୨୧ରୁ ଆରମ୍ଭ ହେବାକୁ ଯାଉଛି ମାଟ୍ରିକ ସପ୍ଲିମେଣ୍ଟାରୀ ପରୀକ୍ଷା। ଏନେଇ ବୋର୍ଡ ପକ୍ଷରୁ ମଧ୍ୟ ସୂଚନା ପ୍ରଦାନ କରାଯାଇଛି। ଏପରିକି ସପ୍ଲିମେଣ୍ଟାରୀ ପରୀକ୍ଷା ପାଇଁ ଆଡମିଟ କାର୍ଡ ବୋର୍ଡ ୱେବସାଇଟ www.bseodisha.ac.inରେ ଉପଲବ୍ଧ ରହିଛି। ଏଠାରେ ଷ୍ଟେଟ ଓପନ ସ୍କୁଲ ସାର୍ଟିଫିକେଟ ଛାତ୍ରଛାତ୍ରୀମାନେ ସେମାନଙ୍କର ଆଡମିଟ କାର୍ଡ ଡାଉନଲୋଡ କରିପାରିବେ। 


COMMERCIAL BREAK
SCROLL TO CONTINUE READING

ପରୀକ୍ଷା ଆସନ୍ତା ୨୧ ତାରିଖରୁ ଆରମ୍ଭ ହୋଇ ୩୧ ତାରିଖ ପର୍ଯ୍ୟନ୍ତ ଚାଲିବ। ଏଥିପାଇଁ ମୋଟ ୯୭୨ ଜଣ ଛାତ୍ରଛାତ୍ରୀ ସପ୍ଲିମେଣ୍ଟାରୀ ପରୀକ୍ଷା ଦେବେ। ସେମାନଙ୍କ ପାଇଁ ରାଜ୍ୟର ବିଭିନ୍ନ ସ୍ଥାନରେ ମୋଟ ୮୩ଟି ପରୀକ୍ଷା କେନ୍ଦ୍ର କରାଯାଇଛି। ସେହିଭଳି ଏସଓଏସସି ପରୀକ୍ଷା ପାଇଁ ୧୨୧ଟି କେନ୍ଦ୍ର କରାଯାଇଛି। ଏହି କେନ୍ଦ୍ରରେ ମୋଟ ୨୪ ହଜାର ୫୨୦ ଜଣ ଛାତ୍ରଛାତ୍ରୀ ପରୀକ୍ଷା ଦେବେ। 


ତେବେ ପରୀକ୍ଷା ନେଇ କିଛି ଦ୍ୱନ୍ଦ୍ୱ ରହିଥିଲେ ପରୀକ୍ଷାର୍ଥୀମାନେ ୦୭୬୧୨୪୧୫୩୦୫କୁ ଫୋନ କରିପାରିବେ ବୋଲି ମାଧ୍ୟମିକ ଶିକ୍ଷା ପକ୍ଷରୁ କୁହାଯାଇଛି। ସୂଚନାଯୋଗ୍ୟ, ଚଳିତ ବର୍ଷ ମୋଟ ୫ ଲକ୍ଷ ୪୧ ହଜାର ୬୧ ଜଣ ଛାତ୍ରଛାତ୍ରୀ ମାଟ୍ରିକ୍ ପରୀକ୍ଷା ଦେଇଥିଲେ। ସେମାନଙ୍କ ମଧ୍ୟରୁ ପାସ୍‌ କରିଥିଲେ ୫ ଲକ୍ଷ ୩୦ ହଜାର ୧୫୩ ଜଣ। ପୁଅଙ୍କ ଅପେକ୍ଷା ଝିଅଙ୍କ ପାସ୍‌ ହାର ଅଧିକ ରହିଥିଲା। ଝିଅଙ୍କ ପାସ୍ ହାର ୯୬.୭୩% ରହିଥିବା ବେଳେ ପୁଅଙ୍କ ପାସ୍‌ ହାର ୯୫.୩୯% ରହିଥିଲା।