Mo Bus: ଦୁର୍ଘଟଣା ଗସ୍ତ ହେଲା ମୋ ବସ୍  (Mo Bus accident) । କାରକୁ ପିଟିଲା ମୋ ବସ୍ (Mo Bus car accident in Konark) । କାର ଓ ମୋ ବସ୍ ମୁହାଁମୁହଁ ଧକ୍କା ହେବାରୁ ଘଟିଛି ଭୟଙ୍କର ଦୁର୍ଘଟଣା। ଏଥିରେ ୧୩ ଜଣ ଆହତ ହୋଇଥିବା ଜଣାପଡିଛି । ଏବଂ ଘଟଣାସ୍ଥଳରେ କାର ଚାଳକଙ୍କ ମୃତ୍ୟୁ  ( 1 dead) ଘଟିଛି। ସମସ୍ତ ଆହତଙ୍କୁ ଉଦ୍ଧାର କରାଯାଇ ମେଡି଼କାଲରେ ଭର୍ତ୍ତି କରାଯାଇଛି। ପୁରୀ ବାଲିଘଇ ଛକ ରେଞ୍ଜ ଅଫିସ୍ ନିକଟରେ ଏହି ଦୁର୍ଘଟଣା ଘଟିଛି (Mo Bus car accident in Konark ) ।  ଏବଂ ଘଟଣାସ୍ଥଳରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କିଭଳି ସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଆରମ୍ଭ କରିଛି। ଏବଂ ମୋବସ୍ ଡ୍ରାଇଭରଙ୍କ ଅବସ୍ଥା ଗୁରୁତର ଥିବା ଜଣାପଡିଛି। 


COMMERCIAL BREAK
SCROLL TO CONTINUE READING

ସୂଚନା ଅନୁଯାୟୀ, ସୋମବାର ସକାଳ ସମୟରେ ପୁରୀ ଅଭିମୁଖେ ଏକ କାର ଦ୍ରୃତଗତିରେ ଯାଉଥିଲା। ଏହି ସମୟରେ ସାମ୍ନାପଟୁ ଆସୁଥିବା ଏକ 'ମୋ ବସ' କାରଟିକୁ ଧକ୍କା ଦେଇଥିଲା।  ଫଳରେ ଭୟଙ୍କର ଦୁର୍ଘଟଣା ଘଟିଥିଲା। ଏଥିରେ ବସରେ ଥିବା ଏକାଧିକ ଯାତ୍ରୀଙ୍କ ମଧ୍ୟରୁ ୧୦ ଜଣ ଆହତ ହୋଇଥିଲେ। ସେହିପରି କାର ଭିତରେ ଥିବା ୪ ଜଣଙ୍କ ମଧ୍ୟରୁ ତିନି ଜଣ ଗୁରୁତର ହୋଇଥିବା ବେଳେ କାର ଚାଳକଙ୍କ ଘଟଣାସ୍ଥଳରେ ମୃତ୍ୟୁ ଘଟିଛି । ଦୁର୍ଘଟଣା ଦେଖି ସ୍ଥାନୀୟ ଲୋକେ ପୋଲିସକୁ ଫୋନ କରିଥିଲେ। ପୁରୀ ମେରାଇନ୍ ଥାନା  ପୋଲିସ୍ ଘଟଣାସ୍ଥଳରେ ପହଞ୍ଚି ସ୍ଥାନୀୟ ଲୋକଙ୍କ ସହାୟତାରେ ଆହତଙ୍କୁ ଉଦ୍ଧାର କରି ମେଡିକାଲରେ ଭର୍ତ୍ତି କରିଥିଲା।  ତେବେ, ଏହି ଦୁର୍ଘଟଣାରେ ମୋ ବସ ଡ୍ରାଇଭର ଷ୍ଟେରିଂ ସହ ଚାପି ହୋଇ ଯାଇଥିବା ସୂଚନା ମିଳିଛି। ତାଙ୍କୁ ଉଦ୍ଧାର ପାଇଁ କୋଣାର୍କ ଚମ୍ପାହର ଅଗ୍ନିଶମ ବିଭାଗ କାର୍ଯ୍ୟ ଜାରି ରଖିଛି। ତେବେ, କେଉଁ ପରିସ୍ଥିତିରେ ଏହି ଦୁର୍ଘଟଣା ଘଟିଲା ସେନେଇ ପୋଲିସ୍ ଛାନଭିନ୍ ଜାରି ରଖିଛି ।


ନିକଟରେ ଭୁବନେଶ୍ବରରେ ମୋବସ୍ ଧକ୍କାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଥିଲା। ରାଜଧାନୀର ଏୟାରଫିଲ୍ଡ ଥାନା ପ୍ରଧାନସାହି ଛକରେ ଏହି ଦୁର୍ଘଟଣା ଘଟିଥିଲା। ମୋବସ୍ ଓ ବାଇକ୍ ମୁହାଁମୁହିଁ ଧକ୍କା ହେବାରୁ ଯୁବକଙ୍କ ମୃତ୍ୟୁ ହୋଇଥିଲା। ତେବେ, ଦୁର୍ଘଟଣାରେ ଯୁବକଙ୍କ ମୃତ୍ୟୁକୁ ନେଇ ଘଟଣାସ୍ଥଳରେ ଉତ୍ତେଜନା ପ୍ରକାଶ ପାଇଥିଲା । ଘଟଣାସ୍ଥଳରେ ଏୟାରଫିଲ୍ଡ ଥାନା ପୋଲିସ ପହଞ୍ଚି ଲୋକଙ୍କୁ ବୁଝାସୁଝା କରିଥିଲା । ତେବେ, ମୃତ ବାଇକ ଚାଳକଙ୍କ ଘର ଅନ୍ଧାରୁଆ ବୋଲି ପୋଲିସ ପକ୍ଷରୁ ସୂଚନା ମିଳିଛି।  ସେହିପରି, ଗତ ଜୁଲାଇ ୨୫ରେ  ମଧ୍ୟ ମୋବସ୍ ଏକ ଭୟଙ୍କର ଦୁର୍ଘଟଣା ଖଣ୍ଡଗିରି ଓଭର ବ୍ରିଜ୍ ତଳେ ଘଟାଇଥିଲା। ଯେଉଁଥିରେ ଏକାଧିକ ଲୋକେ ଆହତ ହୋଇଥିଲେ।