Odisha News: ସିକ୍କିମ୍ ପ୍ରଳୟଙ୍କାରୀ ବନ୍ୟାରେ (Sikkim flash flood) ସହିଦ୍ ହୋଇଛନ୍ତି ଓଡି଼ଆ ଯବାନ୍ ସରୋଜ ଦାସ (odia jawan saroj kumar das martyred) । ଆଜି ତାଙ୍କ ପାର୍ଥିବ ଶରୀର ଭିଟାମାଟି ଢେଙ୍କାନାଳ କେନ୍ଦୁଢିପ ଗାଁରେ ପହଞ୍ଚିବ।  ଆଜି ଅପରାହ୍ନରେ  ସହିଦ୍ ସରୋଜଙ୍କ ପାର୍ଥିବ ଶରୀରର ଭୁବନେଶ୍ବର ବିମାନ ବନ୍ଦରରେ ପହଞ୍ଚିବ ବୋଲି ଜଣାପଡି଼ଛି। ସେଠାରେ ସହିଦଙ୍କୁ ଗାର୍ଡ଼ ଅଫ୍ ଅନର ପ୍ରଦାନ କରାଯିବା ପରେ ସେଠାରୁ ସିଧା ସଳଖ ଜନ୍ମମାଟି ଦିଘି ପଞ୍ଚାୟତର କେନ୍ଦୁଢିପକୁ ନିଆଯିବ। ପରେ ସେଠାରେ ରାଷ୍ଟ୍ରୀୟ ମର୍ଯ୍ୟଦା ସହିତ ତାଙ୍କର ଅନ୍ତିମ ସଂସ୍କାର କରାଯିବା କାର୍ୟ୍ୟକ୍ରମ ରହିଛି।


COMMERCIAL BREAK
SCROLL TO CONTINUE READING

Also Read: Parineeti Chopra: ଶାଶୂଘରେ ପାଦ ରଖିଲେ ପରିଣୀତି, ଗ୍ରାଣ୍ତ ଓ୍ବେଲକମ୍ ପୂର୍ବରୁ ହେଲା ଏମିତି କିଛି...


Also Read: ସିକ୍କିମରେ ପ୍ରକୃତିର ପ୍ରଳୟଙ୍କରୀ ଚେହେରା: ୪୧ ମୃତ, ଏବେବି ନିଖୋଜ ୧୫ ଯବାନ


ସୂଚନା ଅନୁସାରେ, ସିକ୍କିମ ପ୍ରଳଙ୍କକାରୀ ବନ୍ୟାରେ ଲୋକଙ୍କୁ ଉଦ୍ଧାର କରିବା ପାଇଁ ଯାଇଥିବା ବେଳେ ପ୍ରାୟ ୨୩ ଜଣ ଯବାନ ବନ୍ୟା ଜଳରେ ଭାସିଯାଇଥିଲେ। ସେମାନଙ୍କ ମଧ୍ୟରେ ରହିଥିଲେ ଓଡିଆ ଯବାନ୍ ସରୋଜ ଦାସ। ଗତ ଦୁଇ ଦିନ ନିଖୋଜ ପରେ ତାଙ୍କ ମୃତଦେହ ଉଦ୍ଧାର କରାଯାଇଥିଲା। ଏବେବି ୧୫ ଜଣ ଯବାନଙ୍କ ପତ୍ତା ମିଳି ନ ଥିବା ସୂଚନା ମିଳିଛି । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଢେଙ୍କାନାଳ ଜିଲ୍ଲା କାମାକ୍ଷାନଗରର ଦିଘି ପଞ୍ଚାୟତ କେନ୍ଦୁଢିପ ଗାଁରେ ସହିଦ୍ ସରୋଜ କୁମାର ଦାସଙ୍କ ଘର । ୨୦୧୨ ମସିହାରେ ସେ ସେନାରେ ଇଏମଇ ଭାବରେ ନିଯୁକ୍ତି ପାଇଥିଲେ। ସେନାରେ ଚାକିରି କରିଥିବାରୁ ଖୁସ୍ ଖୁସିଥିଲେ ସରୋଜ୍। ଏ-ପରିକି ଗତ ୭ ମାସ ତଳେ ସରୋଜଙ୍କ ବିବାହ ହୋଇଥିଲା।


ଆଉ ଶେଷ ଥର ପାଇଁ ସେ ଅଗଷ୍ଟ ମାସରେ ଘରକୁ ବୁଲିବାକୁ ଆସି ସେପ୍ଟେମ୍ବର ୬ ତାରିଖରେ ସିକ୍କିମ୍ କୁ ଡ୍ୟୁଟି ପାଇଁ ଯାଇଥିଲେ। ଆଉ ମଙ୍ଗଳବାର ରାତି ୧୦ଟାରେ ହାବିଲଦାର୍ ସରୋଜଙ୍କ ସହ ଶେଷଥର ପାଇଁ କଥା ହୋଇଥିଲେ ପରିବାର ଲୋକେ।  ଏଠି ପ୍ରବଳ ବର୍ଷା ହେଉଛି ଓ ଅନ୍ୟ ଯବାନଙ୍କ ସହ ସେ ଟ୍ରେନିଂ ସାରି ୟୁନିଟକୁ ଫେରୁଛନ୍ତି ବୋଲି ନିଜ ପରିବାର ଲୋକଙ୍କୁ କହିଥିଲେ। ପରଦିନ ସକାଳେ ଟିଭିରେ ସିକ୍କିମ ବନ୍ୟାରେ ଯବାନ ଭାସିଯାଇଥିବା ଖବର ଦେଖିଥିଲେ ପରିବାର ଲୋକେ।ପରେ ସେ ସରୋଜଙ୍କୁ ଯୋଗାଯୋଗ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ତାଙ୍କ ଫୋନ୍ ବନ୍ଦ ଆସିଥିଲା । ଏ-ନେଇ ପରିବାର ଲୋକେ ତାଙ୍କ ୟୁନିଟକୁ ଯୋଗାଯୋଗ କରିଥିଲେ। ପରେ ସେ ଜାଣିବାକୁ ପାଇଲେ ଯେ, ସରୋଜ୍ ସିକିମ୍ ବନ୍ୟାରେ ନିଖୋଜ ହୋଇଯାଇଛନ୍ତି। ଦୁଇ ଦିନ ପରେ ତାଙ୍କର ମୃତଦେହ ଉଦ୍ଧାର ହୋଇଥିଲା।