Parineeti Chopra: ଶାଶୂଘରେ ପାଦ ରଖିଲେ ପରିଣୀତି, ଗ୍ରାଣ୍ତ ଓ୍ବେଲକମ୍ ପୂର୍ବରୁ ହେଲା ଏମିତି କିଛି...
Advertisement
Article Detail0/zeeodisha/odisha1904146

Parineeti Chopra: ଶାଶୂଘରେ ପାଦ ରଖିଲେ ପରିଣୀତି, ଗ୍ରାଣ୍ତ ଓ୍ବେଲକମ୍ ପୂର୍ବରୁ ହେଲା ଏମିତି କିଛି...

Parineeti Chopra: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ( Parineeti Chopra) ଓ ଆପ୍ ସାଂସଦ ରାଘବ ଚଡ୍ଡା (Raghav Chadha,Member of Rajya Sabha)। ବେଶ୍ ଧୁମଧାମରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପରେ ପ୍ରଥମ ଥର ରାଘବଙ୍କ ଦିଲ୍ଲୀ ସ୍ଥିତି ବାସଭବନରେ ପହଞ୍ଚିଥିଲେ ରାଘବ ଓ ପରିଣୀତି। 

ସୌଜନ୍ୟ- ସୋସିଆଲ ମିଡି଼ଆ

Parineeti Chopra: ନିକଟରେ ବିବାହ ବନ୍ଧନରେ ବାନ୍ଧି ହୋଇଛନ୍ତି ବଲିଉଡ୍ ଅଭିନେତ୍ରୀ ପରିଣୀତି ଚୋପ୍ରା ( Parineeti Chopra) ଓ ଆପ୍ ସାଂସଦ ରାଘବ ଚଡ୍ଡା (Raghav Chadha,Member of Rajya Sabha)। ବେଶ୍ ଧୁମଧାମରେ ଉଭୟଙ୍କ ବିବାହ ହୋଇଥିଲା। ବିବାହ ପରେ ପ୍ରଥମ ଥର ରାଘବଙ୍କ ଦିଲ୍ଲୀ ସ୍ଥିତି ବାସଭବନରେ ପହଞ୍ଚିଥିଲେ ରାଘବ ଓ ପରିଣୀତି। ତେବେ, ଏହି ନବ ଦମ୍ପତ୍ତିଙ୍କୁ ଗ୍ରାଣ୍ତ ଓ୍ବେଲକମ୍ କରିବା ପାଇଁ ରାଘବଙ୍କ ପରିବାର ଲୋକେ ଘରକୁ ସୁନ୍ଦର ଆଲୋକ ମାଳା ଓ ଫୁଲରେ ସଜେଇ ଥିଲେ। ଆତାସବାଜି ରେ ଫାଟି ପଡି଼ଥିଲା ପୁରା ଅଂଚଳ।  ପରୀଣୀତି ମଧ୍ୟ ଶାଶୁଘରେ ଏହି ସବୁ ଆୟୋଜନ ଦେଖି ଖୁସିରେ ନାଚି ଉଠିଥିଲେ। ଗୃହ ପ୍ରବେଶ ପୂର୍ବରୁ ପରିଣୀତି ଓ ରାଘବଙ୍କୁ ବନ୍ଦେଇ ଘର ଘରକୁ ନେଇଥିଲେ ପୂରା ପରିବାର। ଏବଂ ଗୃହ ପ୍ରବେଶ ପୂର୍ବରୁ ଏକ ଅଳତା ଥାଳିରେ ପାଦ ରଖି ଘରକୁ ପ୍ରବେଶ କରିଥିଲେ ପରୀ। ଏବଂ ଘରେ ପହଞ୍ଚିବା ପରେ ଆରମ୍ଭ ହୋଇ ଯାଇଥିଲା ବିବାହ ପରର ରଶମ। ଏହି ରଶମ ଗୁଡିକରେ ଦେଖିବାକୁ ମିଳି ଥିଲା ଯେ, ଉଭୟ କ୍ଷୀରର ଏକ କୁଣ୍ତ ମଧ୍ୟରୁ ମୁଦି ଖୋଜା, ଏବଂ ଆଉ କେତେ କଣ ରଶମ । ତେବେ, ଏସବୁ ଦେଖି ପରିଣୀତି ବେଶ ଖୁସି ହୋଇ ଯାଇଥିଲେ।  

 

ତେବେ,  ଆମେ ଏଠାରେ ଆପଣଙ୍କୁ ସୂଚନା ଦେବାକୁ ଚାହୁଁଛୁ ଯେ, ଗତ ମାସ ୨୪ ତାରିଖରେ ଅଭିନେତ୍ରୀ ପରିଣୀତି ଚୋପ୍ରା( Parineeti Chopra) ଏବଂ ଆପ ସାଂସଦ ରାଘବ ଚଡ୍ଡାଙ୍କ ବିବାହ ରାଜସ୍ଥାନ(Rajasthan) ଉଦୟପୁରର ଲୀଲା ପ୍ୟାଲେସରେ ହୋଇଥିଲା। ଏହି ବିବାହରେ  ବଲିଉଡ ଜଗତର ଅନେକ ଷ୍ଟାର ଏବଂ ରାଜନୀତି ଦୁନିଆର(Political World) ବଡ଼ ବଡ଼ ରାଜନେତା ଏଥିରେ ସାମିଲ ହୋଇଥିଲେ। ଦିଲ୍ଲୀର ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ, ପଞ୍ଜାବର ମୁଖ୍ୟମନ୍ତ୍ରୀ ଭଗବନ୍ତ ମାନ ଏବଂ ଆପ ସାଂସଦ ସଞ୍ଜୟ ସିଂହ ବି ଯୋଗ ଦେଇଥିଲେ। 

ଚଳିତ ବର୍ଷ ମେଁ  ୧୩ ତାରିଖରେ  ଦିଲ୍ଲୀ କପୁରଥାଲା ହାଉସରେ ରାଘବ ଓ ପରିଣିତିଙ୍କ ନିର୍ବନ୍ଧ ହୋଇଥିଲା । ରାଘବଙ୍କ ଏହି ନିର୍ବନ୍ଧରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲଙ୍କ ସହିତ ତାଙ୍କ ପତ୍ନୀ ସୁନୀତା କେଜ୍ରିୱାଲ, ପଞ୍ଜାବ ମୁଖ୍ୟମନ୍ତ୍ରୀ ଭଗୱନ୍ତ ମାନ୍ ଏବଂ ତାଙ୍କ ପତ୍ନୀ ଗୁରପ୍ରୀତ କୌର ସାମିଲ ହୋଇଥିଲେ । ପରିଣିତି ଚୋପ୍ରାଙ୍କ ଭଉଣୀ ପ୍ରିୟଙ୍କା ଚୋପ୍ରା ମଧ୍ୟ ଏହି ଉତ୍ସବରେ ସାମିଲ ହୋଇଥିଲେ । ଏହାବ୍ୟତୀତ ପି ଚିଦାମ୍ବରମ, ଆଦିତ୍ୟ ଠାକରେ, ରାଜୀବ ଶୁକ୍ଲା, କପିଲ ସିବଲଙ୍କ ଭଳି ନେତା ମଧ୍ୟ ଏହି ନିର୍ବନ୍ଧରେ ସାମିଲ ହୋଇଥିଲେ ।