Odisha News: ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ରେଙ୍ଗାଲି ବିଧାୟକ
Odisha News: ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାୟକ। ରେଙ୍ଗାଲି ପି.ଏଚ.ସି କୁ ସି.ଏଚ.ସି ରେ ଉନ୍ନୀତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବି କରିଛନ୍ତି ନାଉରି।
Odisha News: ସ୍ଵାସ୍ଥ୍ୟ ମନ୍ତ୍ରୀଙ୍କୁ ଭେଟିଲେ ପୂର୍ବତନ ରେଙ୍ଗାଲି ବିଧାୟକ ନାଉରି ନାୟକ। ରେଙ୍ଗାଲି ପି.ଏଚ.ସି କୁ ସି.ଏଚ.ସି ରେ ଉନ୍ନୀତ କରିବା ପାଇଁ ସ୍ୱାସ୍ଥ୍ୟ ମନ୍ତ୍ରୀ ଙ୍କୁ ଦାବି କରିଛନ୍ତି ନାଉରି। ସମ୍ବଲପୁର ଜିଲ୍ଲାରେ ରେଙ୍ଗାଲି ବ୍ଲକ ହେଉଛି ଏକ ଶିଳ୍ପ ସମୃଦ୍ଧ ଓ ଖଣି ଖାଦାନ ର ଅଞ୍ଚଳ । ବିଗତ ଦୁଇ ଦଶନ୍ଧି ମଧ୍ୟରେ ଅଞ୍ଚଳ ରେ ଗଢି ଉଠିଛି ଅନେକ ବୃହତ୍ ଓ ମଧ୍ୟମ ଶିଳ୍ପ ପ୍ରତିଷ୍ଠାନ । ଏହା ସହିତ କୋଇଲା ଖଣି ମଧ୍ଯ ରହିଛି ଏହି ଅଞ୍ଚଳ ରେ । ଏଥି ପାଇଁ ଦୃତ ଗତିରେ ବୃଦ୍ଧି ପାଇଛି ଏ ଅଞ୍ଚଳ ର ଜନସଂଖ୍ୟା ।
ରେଙ୍ଗାଲି ଅଞ୍ଚଳରୁ ରାଜ୍ୟ ରାଜ କୋଷକୁ ଯାଉଛି ବିପୁଳ ପରିମାଣର ରାଜସ୍ବ । ହେଲେ ତାର ଅନୁପାତ ରେ ହୋଇପାରି ନାହିଁ ଅଞ୍ଚଳ ର ବିକାଶ । ଜନସଂଖ୍ୟା ବୃଦ୍ଧି ହିସାବ ରେ ତୁଳନାତ୍ମକ ଭବେ ବଢ଼ିଛି ସଧାରଣ ରୋଗୀ ଙ୍କ ସଂଖ୍ୟା । ଜନସଂଖ୍ୟା ସଙ୍ଗେ ସଙ୍ଗେ ଅଞ୍ଚଳ ରେ ବଢ଼ିଛି ଯାନବାହାନ ସଂଖ୍ୟା ଓ ଭାରୀ ଯାନ ର ଯାତାୟାତ । ଏଥି ପାଇଁ ଘଟୁଛି ଅନେକ ଛୋଟ ବଡ଼ ଦୁର୍ଘଟଣା ମାନ । ଏହାକୁ ଦୃଷ୍ଟି ରେ ରଖି ରେଙ୍ଗାଲି ରେ ଥିବା ପୁରୁଣା ପି.ଏଚ.ସି କୁ ଉନ୍ନୀତ କରି ସି.ଏଚ୍.ସି ରେ ପରିବର୍ତ୍ତନ କରିବା ପାଇଁ ବହୁ ଦିନ ରୁ ଦାବୀ ହୋଇ ଆସୁଛି ।
ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରି ନାୟକ ବିଧାୟକ ହେବା ପୂର୍ବରୁ ଓ ବିଧାୟକ ହେଲା ପରେ ମଧ୍ଯ ବାରମ୍ବାର ଦାବି କରି ଆସୁଥିଲେ । ରାଜନୈତିକ ବିଦ୍ୱେଷ କାରଣରୁ ପୂର୍ବ ସରକାର ଏହା ଗୁରୁତ୍ୱପୂର୍ଣ୍ଣ ଓ ଜରୁରୀ ଦାବୀ ପ୍ରତି କର୍ଣ୍ଣପାତ କରିନଥିଲେ । ବର୍ତ୍ତମାନ ରାଜ୍ୟ ରେ ବିଜେପି ସରକାର ସଙ୍ଗେ ଡବଲ ଇଞ୍ଜିନ ସରକାର । ଏହାକୁ ଦୃଷ୍ଟି ରେ ରଖି ରେଙ୍ଗାଲିର ପୂର୍ବତନ ବିଧାୟକ ନାଉରୀ ନାୟକ ଭୁବନେଶ୍ୱର ଠାରେ ରାଜ୍ୟର ସ୍ଵାସ୍ଥ୍ୟ ଓ ପରିବାର କଲ୍ୟାଣ ମନ୍ତ୍ରୀ ଡ.ମୁକେଶ ମହାଲିଙ୍ଗଙ୍କୁ ଭେଟି ରେଙ୍ଗାଲି ପି.ଏଚ.ସି କୁ ସି.ଏଚ.ସି ରେ ଉନ୍ନୀତ କରିବା ପାଇଁ ଦାବି କରିଛନ୍ତି । ଖୁବ ଶିଘ୍ର ଏହା ଉପରେ ପଦକ୍ଷେପ ଗ୍ରହଣ କରିବେ ବୋଲି ସ୍ଵାସ୍ଥ୍ୟ ମନ୍ତ୍ରୀ ଡ. ମହାଲିଙ୍ଗ ପ୍ରତିଶ୍ରୁତି ଦେଇଛନ୍ତି ବୋଲି ବିଜେପି କ୍ଷେତ୍ରୀୟ ଗଣମାଧ୍ୟମ ସଂଯୋଜକ ମାନସ ରଞ୍ଜନ ବକ୍ସି ସୂଚନା ଦେଇଛନ୍ତି ।