Odisha News: ଖୁସି ଖବର, ସାତକୋଶିଆକୁ ଆସିବେ ମହାବଳ
Odisha News: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣି ଫେରିବ ମହାବଳ। ବାଘଙ୍କ ଗର୍ଜନରେ ପ୍ରକମ୍ପିତ ହେବ ଅନୁଗୁଳ, ନୟାଗଡ ,କଟକ ଓ ବୌଦ୍ଧ ଜିଲ୍ଲାକୁ ଲାଗି ରହିଥିବା ଜଙ୍ଗଲ।
Odisha News: ରାଜ୍ୟବାସୀଙ୍କ ପାଇଁ ଖୁସି ଖବର। ସାତକୋଶିଆ ବ୍ୟାଘ୍ର ଅଭୟାରଣ୍ୟକୁ ପୁଣି ଫେରିବ ମହାବଳ। ବାଘଙ୍କ ଗର୍ଜନରେ ପ୍ରକମ୍ପିତ ହେବ ଅନୁଗୁଳ, ନୟାଗଡ ,କଟକ ଓ ବୌଦ୍ଧ ଜିଲ୍ଲାକୁ ଲାଗି ରହିଥିବା ଜଙ୍ଗଲ। କେନ୍ଦ୍ରୀୟ ଭାରତ ଲ୍ୟାଣ୍ତସ୍କେପ୍ ଅର୍ଥାତ୍ ମଧ୍ୟପ୍ରଦେଶ ଓ ମହାରାଷ୍ଟ୍ର ଜଙ୍ଗଲରୁ ବାଘ, ବାଘୁଣୀ ଆଣି ସାତକୋଶିଆରେ ଛାଡିବାକୁ ବନ ବିଭାଗ ଯୋଜନା ପ୍ରସ୍ତୁତ କରିଛି। ଏନେଇ ବନ ବିଭାଗ ପକ୍ଷରୁ ଦିଆଯାଇଥିବା ପ୍ରସ୍ତାବକୁ ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ (NTCA) ଅନୁମୋଦନ କରିଛନ୍ତି।
ALSO READ: Weather Update: ଘୂର୍ଣ୍ଣିବଳୟ ପ୍ରଭାବରେ ଆଜି ପ୍ରବଳରୁ ଅତି ପ୍ରବଳ ବର୍ଷା ସମ୍ଭାବନା, ୪ ଜିଲ୍ଲାକୁ ଅରେଞ୍ଜ ଆଲର୍ଟ
ବନ ବିଭାଗ ପକ୍ଷରୁ ମିଳିଥିବା ତାଜା ସୂଚନା ଅନୁସାରେ, ପୁଣି ଥରେ ବ୍ୟାଘ୍ର ପ୍ରକଳ୍ପ ଆରମ୍ଭ କରିବାକୁ NTCA ଅନୁମୋଦନ ଦେଇଥିବା ପିସିସିଏଫ୍ ସୁଶାନ୍ତ ନନ୍ଦ ସୂଚନା ଦେଇଛନ୍ତି । ତେବେ ୫ ବର୍ଷରେ ପର୍ଯ୍ୟାୟ କ୍ରମେ ପ୍ରାୟ ୧୪ଟି ବାଘ ଓଡିଶା ଆସିବେ।ସ୍ଥାନୀୟ ବାସିନ୍ଦା ଓ ଜନ ପ୍ରତିନିଧିଙ୍କ ସହ ବିସ୍ତୃତ ଭାବେ ଆଲୋଚନା କରାଯିବ । କୋର- ଏରିଆରୁ ସମସ୍ତ ଜନ ବସତି ଖାଲି କରାଯାଇଛି ବୋଲି ସେ ପ୍ରକାଶ କରିଛନ୍ତି।