Advertisement
Photo Details/zeeodisha/odisha2404853
photoDetails0hindi

Guru Gochar 2024: ଆଜିଠୁ ଚମକିବ ଏହିସବୁ ରାଶିଙ୍କ ଭାଗ୍ୟ, ୨୦୨୫ ପର୍ଯ୍ୟନ୍ତ ରହିବନି ଧନର ଅଭାବ!


Guru Gochar 2024: ବୈଦିକ ଜ୍ୟୋତିଷ ଶାସ୍ତ୍ରରେ ନବଗ୍ରହଙ୍କ ମଧ୍ୟରୁ ଦେବଗୁରୁ ବୃହସ୍ପତିଙ୍କୁ ସ୍ଥାନ ବେଶ୍ ଗୁରୁତ୍ବପୂର୍ଣ୍ଣ। ଦେବଗୁରୁଙ୍କୁ  ଜ୍ଞାନ, ସନ୍ତାନ, ଧନ, ଦାନ ଓ ପୁଣ୍ୟର କାରକ ବୋଲି ବିବେଚନା କରାଯାଏ।  ଯଦି ଜାତକ ବା ରାଶିରେ ବୃହସ୍ପତି ଦୁର୍ବଳ ଥାଆନ୍ତି। ତେବେ, ବ୍ୟକ୍ତି ଜଣକ ଜୀବନରେ ଆର୍ଥିକ ସଙ୍କଟ ଦେଇ ଗତି କରନ୍ତି। ଏହି-କ୍ରମରେ ଆଜି ଦେବଗୁରୁ ନିଜ ସକାଳ ୧୦ଟା ୪୦ ମିନିଟ୍ ସମୟରେ ରୋହିଣୀ ନକ୍ଷେତ୍ରରୁ ବାହାରି ମୃଗଶୀରା ନକ୍ଷେତ୍ରକୁ ଚଳନ କରିବେ। ୨୦୨୫, ମାର୍ଚ୍ଚ ୨୦ ପର୍ଯ୍ୟନ୍ତ ,ଦେବଗୁରୁ ଏହି ନକ୍ଷେତ୍ରରେ ରହିବେ। ବୃହସ୍ପତିଙ୍କ ଏହି ନକ୍ଷେତ୍ର ପରିବର୍ତ୍ତନ କିଛି ରାଶିଙ୍କୁ ଶୁଭଫଳ ପ୍ରଦାନ କରିବ। ତେବେ, ଆସନ୍ତୁ ଜାଣିବା ସେହି ରାଶି ଗୁଡିକ ବିଷୟରେ...

1/3

ମେଷ: ଦେବଗୁରୁ ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏହି ରାଶି ପାଇଁ ବେଶ୍ ଲାଭଦାୟୀ ରହିବ।  ବିଶେଷକରି, କ୍ୟାରିୟରକୁ ନେଇ କୌଣସି ଖୁସି ଖବର ମିଳିପାରେ। କର୍ମକ୍ଷେତ୍ରରେ ପଦୋନ୍ନତି ହେବା ସହ ଦରମା ବଢିବ। ଆୟ ବୃଦ୍ଧି ପାଇବ। ନିଜ ପରିବାର ଲୋକଙ୍କ ସହ ଧାର୍ମିକ ସ୍ଥାନକୁ ଯାତ୍ରା କରିପାରନ୍ତି। ଘରେ କୌଣସି ମାଙ୍ଗଳିକ କାର୍ଯ୍ୟ ହୋଇପାରେ। ପୁରୁଣା ରୋଗରୁ ମୁକ୍ତି ମିଳିବ। କିନ୍ତୁ ପିତା-ମାତାଙ୍କ ସ୍ବାସ୍ଥ୍ୟ ଜନିତ ସମସ୍ୟାକୁ ନେଇ ଚିନ୍ତାରେ ରହିବ। ଦାମ୍ପତ୍ୟ ଜୀବନ ସୁଖମୟ ହେବା। ନିଜ ସନ୍ତାନମାନଙ୍କ ଠାରୁ କୌଣସି ଖୁସି ଖବର ମିଳିପାରେ। 

ALSO READ: Today Horoscope: ଆଜି ବଦଳିବ ଏହିସବୁ ରାଶିଙ୍କ ଭାଗ୍ୟ, ଜାଣନ୍ତୁ ଆପଣଙ୍କ ପାଇଁ କେମିତି ରହିବ ଗୁରୁବାର?

ALSO READ: Shani Budh Yuti 2024: ଏହିସବୁ ରାଶିଙ୍କ ଉପରେ ରହିବ ଶନି-ବୁଧଙ୍କ କୃପା, କ୍ୟାରିୟରରେ ମିଳିବ ସଫଳତା ସାଙ୍ଗକୁ...

2/3

ବୃଷ: ବୃହସ୍ପତିଙ୍କ କୃପାରୁ ଏହି ରାଶିଙ୍କ ଭାଗ୍ୟ ଆଜି ଚମକିବାକୁ ଯାଉଛି। ଦିର୍ଘ ଦିନ ଧରି ଲାଗି ରହିଥିବା ସମସ୍ୟାର ଅନ୍ତ ଘଟିବ। ଆର୍ଥିକ ସ୍ଥିତିରେ ସୁଧାର ଆସିବ।  ବ୍ୟବସାୟରେ ଅଗ୍ରଗତି କରିବେ। ନୂତନ ବ୍ୟବସାୟ ଆରମ୍ଭ କରିବା ପାଇଁ ସମୟ ଶୁଭ ରହିବ। ଦିର୍ଘ ଦିନ ଧରି ଲାଗି ରହିଥିବା କୋର୍ଟ କଚେରୀ ମାମଲାର ରାୟ ଆପଣଙ୍କ ସପକ୍ଷରେ ଯିବ। ଏ-ହି ସମୟ ମଧ୍ୟରେ ନୂତନ ଘର କିମ୍ବା ଜମି କ୍ରୟ କରିପାରନ୍ତି।  କିନ୍ତୁ ସ୍ବାସ୍ଥ୍ୟ ଜନିତ ସମସ୍ୟା ଦେଖାଦେବ। ବିଶେଷକରି, ସଂକ୍ରମଣ ରୋଗରେ ପୀଡିତ ହୋଇପାରନ୍ତି। ପ୍ରେମୀ ମାନଙ୍କ ପାଇଁ ବି ସମୟ ଅତିବ ଭଲ ରହିବ। ନିଜ ସାଥୀଙ୍କ ସହ ଦୂରସ୍ଥାନକୁ ଯାତ୍ରା କରିପାରନ୍ତି। ଘରେ ଖୁସିର ମାହୋଲ୍ ଦେଖିବାକୁ ମିଳିବ। 

3/3

ବିଛା: ଦେବଗୁରୁ ବୃହସ୍ପତିଙ୍କ ନକ୍ଷେତ୍ର ପରିବର୍ତ୍ତନ ଏ-ହି ରାଶି ପାଇଁ ଲାଭଦାୟୀ ରହିବ। ଆଶାୟୀଙ୍କୁ ଭଲ ଚାକିରି ମିଳିବ। ଏହି ଅବଧି ମଧ୍ୟରେ ଆର୍ଥିକ ସ୍ଥିତିରେ ସୁଧାର ଆସିବ। ଆକସ୍ମିକ ଧନଲାଭର ଯୋଗ ରହିଛି। ବାକି ପଡିଥିବା ଟଙ୍କା ଫେରସ୍ତ ପାଇବେ। ସେୟାର ବଜାରରେ ଟଙ୍କା ବିନିଯୋହ କରିବା ପାଇଁ ସମୟ ଅନୁକୂଳ ରହିଛି । ଜଣେ ବିଶେଷଜ୍ଞଙ୍କ ପରାମର୍ଶ କ୍ରମେ ପୁଞ୍ଜି ବିନିଯୋଗ କଲେ , ଅଧିକ ଲାଭ ପାଇବେ। ନିଜ ବନ୍ଧୁଙ୍କ ଠାରୁ ସାହାର୍ଯ୍ୟ ପାଇବେ। ଶିକ୍ଷା ଓ ରିସର୍ଚ୍ଚ କ୍ଷେତ୍ରରେ ଥିବା ଲୋକେ କୌଣସି ସ୍ଥାନରେ ସମ୍ମାନୀତ ହୋଇପାରନ୍ତି।  ଅବିବାହିତଙ୍କ ପାଇଁ ଭଲ ବିବାହ ପ୍ରସ୍ତାବ ଆସିପାରେ। ସ୍ବାସ୍ଥ୍ୟରେ ଉନ୍ନତି ଆସିବ।  ଗାଡି଼ ଚାଳନା ସମୟରେ ସତର୍କତା ଅବଲମ୍ବନ କରନ୍ତୁ। 

(Disclamer: ଉପରେ ଦିଆଯାଇଥିବା ସୂଚନା ZEE ODISHA NEWSର ନିଜସ୍ୱ ମତ ନୁହେଁ। ଜ୍ୟୋତିଷ ଶାସ୍ତ୍ର, ପଞ୍ଚାଙ୍ଗ, ପୁରାଣ ତଥ୍ୟରୁ ମିଳିଥିବା ସୂଚନା ଅନୁଯାୟୀ ଏହି ତଥ୍ୟ ପ୍ରଦାନ କରାଯାଇଛି। ଏଥିପାଇଁ ZEE ODISHA NEWS ଦାୟୀ ରହିବ ନାହିଁ।)