Similipal: ପର୍ଯ୍ୟଟକଙ୍କ ପାଇଁ ଖୁସି ଖବର।  ଆସନ୍ତା ୧୦ ତାରିଖରୁ ପର୍ଯ୍ୟଟକଙ୍କ ପାଇଁ ଖୋଲିବ ଶିମିଳିପାଳ ଅଭୟାରଣ୍ୟ । ଏନେଇ ସୂଚନା ଦେଇଛନ୍ତି କ୍ଷେତ୍ର ନିର୍ଦ୍ଦେଶକ ଡ.ପ୍ରକାଶଚାନ୍ଦ ଗୋଗିନାନୀ। ପ୍ରଥମ ଥର ପାଇଁ  ଜଙ୍ଗଲ ସଫାରୀର ମଜା ନେବେ ପର୍ଯ୍ୟଟକ। ଖୋଲା ଜିପ୍ ର ବସି କୋର୍ -ଅଞ୍ଚଳ ବୁଲିବା ସହ  ବନ୍ୟଜନ୍ତୁଙ୍କୁ ଦେଖିବାର ସୁଯୋଗ ପାଇବେ ପର୍ଯ୍ୟଟକ। 


COMMERCIAL BREAK
SCROLL TO CONTINUE READING

ପ୍ରତିବର୍ଷ  ନଭେମ୍ବର ୧ ତାରିଖରୁ ଅଭୟାରଣ୍ୟ ଖୋଲୁଥିବା ବେଳେ ଚଳିତ ବର୍ଷ ୧୦ ଅକ୍ଟୋବରରୁ ଶିମିଳିପାଳ ଅଭୟାରଣ୍ୟ ଖୋଲୁଛି। ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଅଧିକ ପର୍ଯ୍ୟଟକଙ୍କୁ  ଆରର୍ଷିକ କରିବା ଉଦ୍ଦେଶ୍ୟରେ ଦୁର୍ଗା ପୂଜା ପୂର୍ବରୁ ଶିମିଳିପାଳ ଖୋଲୁଥିବା କହିଛନ୍ତି ଆଞ୍ଚଳିକ ମୁଖ୍ୟ ବନ ସଂରକ୍ଷକ।ପ୍ରବେଶ ନିମନ୍ତେ  ଅନୁମତି ପତ୍ର କେବଳ  ବାରିପଦା ପିଠାବଟା ଓ ଯଶିପୁର କାଣିଆଣି ବୁକିଂ କାଉଣ୍ଟରରପ ସକାଳ ୬ଟାରୁ ସକାଳ ୯ଟା ପର୍ଯ୍ୟନ୍ତ ମିଳିପାରିବ। ପର୍ଯ୍ୟଟକମାନେ  କେବଳ ପିଠାବଟା ଓ ଯଶିପୁରର କାଳିଆଣି ଦେଇ ଅଭୟାରଣ୍ୟ ମଧ୍ୟକୁ ପ୍ରବେଶ କରିପାରିବେ। 


ALSO READ: Petrol Diesel Price Today: ନୂଆ ତୈଳ ଦର ଜାରି, ଜାଣନ୍ତୁ ଆଜି ରାଜ୍ୟରେ କେତେ କମିଲା ପେଟ୍ରୋଲ-ଡିଜେଲ ରେଟ୍ ?


ALSO READ: Budh Nakshatra Parivartan 2024: ବୁଧଙ୍କ ନକ୍ଷତ୍ର ପରିବର୍ତ୍ତନ ଏହି ୫ରାଶିଙ୍କୁ ଦେବ ଶୁଭଫଳ, କିଣିବେ ନୂଆ ଗାଡି, ବ୍ୟବସାୟରେ ହେବ ଉନ୍ନତି!


ଶିମିଳିପାଳରେ ଥିବା ଯାତ୍ରୀ ନିବାସ ଗୁଡିକରେ ରାତ୍ରୀ ଯାପନ ପାଇଁ ପର୍ଯ୍ୟଟକ ମାନେ (www.ecotourism.com) ୱେବସାଇଟରେ ଅଗ୍ରୀମ ବୁକିଂ କରି ପାରିବେ। ଶିମିଳିପାଳ ବୁଲିବାକୁ ପର୍ଯ୍ୟଟକଙ୍କ ପାଇଁ ମିନିବସ୍‌ର ମଧ୍ୟ ବିଭାଗ ପକ୍ଷରୁ ବ୍ୟବସ୍ଥା କରାଯାଇଛି। ଏହା ସହିତ ଅଭୟାରଣ୍ୟ ମଧ୍ୟରେ ସ୍ଵତନ୍ତ୍ର ଖାଦ୍ୟର ବ୍ୟବସ୍ଥା ଥିଲା। ଯାହା ଅଧିକ ପର୍ଯ୍ୟଟକଙ୍କୁ ଆକର୍ଷିତ କରିବ।  ବର୍ଷା ଋତୁରେ ଅଭୟାରଣ୍ୟର ରାସ୍ତାଘାଟ ଖରାପ ଥିବାରୁ ଜୁନ୍ ୧୨ରୁ ଶିମିଳିପାଳ ଅଭୟାରଣ୍ୟ ପର୍ଯ୍ୟଟକଙ୍କ ପାଇଁ ବନ୍ଦ ରହିଥିଲା । ତେବେ, ଆମେ ଏଠାରେ ଆପଣଙ୍କୁ ସୂଚନା ଦେବା ପାଇଁ ଚାହିଁବୁ ଯେ, ଗତବର୍ଷ ତୁଳନାରେ ଚଳିତବର୍ଷ ଶିମିଳିପାଳକୁ କମ୍ ସଂଖ୍ୟାରେ ପର୍ଯ୍ୟଟକ ଆସିଥିଲେ ।