Odisha News: ରାଜ୍ୟର ଅନ୍ୟତମ ପ୍ରମୁଖ ଶକ୍ତି ପୀଠ ତଥା ଗଞ୍ଜାମ ଜିଲ୍ଲାର ଏକ ପର୍ଯ୍ୟଟନ କ୍ଷେତ୍ରଭାବେ ପରିଚିତ ତାରାତାରିଣୀ ମନ୍ଦିରରେ ବଡ଼ ଧରରଣର ଚୋରି ହୋଇଛି। ଦୁର୍ବୃତ୍ତ ତାଲା ଭାଙ୍ଗି ମା’ଙ୍କ ଗହଣା, ଛତ୍ରୀ, ମୁକୁଟ ସହ ହୁଣ୍ଡିରୁ ନଗଦ ଟଙ୍କା ଚୋରି କରି ନେଇଥିବା ଅଭିଯୋଗ ହୋଇଛି। ଏ ସମ୍ପର୍କରେ ସୂଚନା ପାଇଁ ପୁଲିସ ତଦନ୍ତ ଆରମ୍ଭ କରିଛି। 


COMMERCIAL BREAK
SCROLL TO CONTINUE READING

ମଧ୍ୟ ରାତ୍ରରେ ଏହି ଚୋରି ହୋଇଥିବା ଅନୁମାନ କରାଯାଉଛି। ନୀତି ଶେଷ କରି  ଦାୟିତ୍ୱରେ ଥିବା ସେବକ ଗଲା ପରେ  ଦୁର୍ବୃତ୍ତମାନେ ମନ୍ଦିରର ଗ୍ରିଲ ଭାଙ୍ଗି ଭିତରେ ପଶିଥାଇପାରନ୍ତି ବୋଲି ଚର୍ଚ୍ଚା ହେଉଛି।  ସୁରକ୍ଷା ପ୍ରତି ଟ୍ରଷ୍ଟର ଅବହେଳା ଏହାର କାରଣ ବୋଲି ଅଭିଯୋଗ ହୋଇଛି।
 
ମୁଖ୍ୟ ପୂଜକ କହିଛନ୍ତି, ଗତରାତିରେ କିଛି ଦୁର୍ବୃତ୍ତ ମୁଖ୍ୟଦ୍ୱାର ତାଲା ଭାଙ୍ଗି ଗର୍ଭଗୃହର ତାଲା ଭାଙ୍ଗି ଭିତରେ ପଶିଥିଲେ। ଏହାପରେ ସେମାନେ ରୂପାମୁଖା, ଛତ୍ର ସମେତ ବହୁ ଅଳଙ୍କାର ଚୋରି ହୋଇ ଯାଇଛି। ମନ୍ଦିରରେ ସିସିଟିଭି ବ୍ୟବସ୍ଥା ନାହିଁ। ମନ୍ଦିରର ସୁରକ୍ଷା ବ୍ୟବସ୍ଥା ପ୍ରତି ଟ୍ରଷ୍ଟ ଧ୍ୟାନ ଦେଉ ନ ଥିବାରୁ ଏପରି ଏକ ଘଟଣା ଘଟିଲା ବୋଲି ସେ କହିଛନ୍ତି।