Odisha News: ତିର୍ତ୍ତୋଲ ବ୍ଳକର ତିନି ଗାଁ ଜଳବନ୍ଦୀ, ପ୍ରଭାବିତ ଜନଜୀବନ
Odisha News: ରାଜ୍ୟର ଜାରି ରହିଛି ବର୍ଷା । ଫଳରେ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ମହାନଦୀରେ ଜଳ ବଢିବା ଯୋଗୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର ୩ ଗାଁ ଜଳବନ୍ଦୀ ହୋଇଛି। ତିର୍ତ୍ତୋଲ ବ୍ଲକ କୋଟକଣା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୨୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ହୋଇପଡିଛନ୍ତି ।
Odisha News: ରାଜ୍ୟର ଜାରି ରହିଛି ବର୍ଷା । ଫଳରେ ମହାନଦୀରେ ବନ୍ୟା ଜଳ ବୃଦ୍ଧି ପାଇବାରେ ଲାଗିଛି । ମହାନଦୀରେ ଜଳ ବଢିବା ଯୋଗୁ ଜଗତସିଂହପୁର ଜିଲ୍ଲା ତିର୍ତ୍ତୋଲ ବ୍ଳକର ୩ ଗାଁ ଜଳବନ୍ଦୀ ହୋଇଛି। ତିର୍ତ୍ତୋଲ ବ୍ଲକ କୋଟକଣା ଗାଁ ବାହ୍ୟ ଜଗତରୁ ବିଛିନ୍ନ ହୋଇଛି । ଗାଁକୁ ସଂଯୋଗ ହୋଇଥିବା ରାସ୍ତା ଉପର ବନ୍ୟା ଜଳ ପ୍ରବାହିତ ହେଉଥିବା ବେଳେ ୨୦ରୁ ଉର୍ଦ୍ଧ ପରିବାର ଜଳବନ୍ଦୀ ହୋଇପଡିଛନ୍ତି । ଏମାନଙ୍କୁ ସ୍ଥାନନ୍ତର ପାଇଁ ପ୍ରଶାସନ ପକ୍ଷରୁ ବ୍ୟବସ୍ଥା କରାଯାଉଛି ବୋଲି ସୂଚନ ମିଳିଛି । ସେହିପରି ତିର୍ତ୍ତୋଲ ଆଦିବାସୀ ସାହି ଓ ମଣିଜଙ୍ଗା ଗାଁରେ ବନ୍ୟା ଜଳ ପଶିଛି । ଏ-ହି ଗାଁ ର ପ୍ରାୟ ୨୦ ରୁ ଉର୍ଦ୍ଧ ପରିବାର ଘର ଛାଡ଼ି ନଦୀ ବନ୍ଧ ଉପରେ ଆଶ୍ରୟ ନେଇଛନ୍ତି । ବନ୍ୟା ଜଳ ବୃଦ୍ଧି ପାଇବା ଯୋଗୁ ଅନେକଙ୍କ ଘର ଭିତରେ ମଧ୍ୟ ପାଣି ପଶିଛି । ବନ୍ୟା ଯୋଗୁଁ ବ୍ୟାପକ ଫସଲ ମଧ୍ୟ ବୁଡିଯାଇ ନଷ୍ଟ ହୋଇଛି । ଲୋକମାନେ ନିଜ ଚେଷ୍ଟାରେ ନଦୀ ବନ୍ଧରେ ପଲିଥିନ ଟାଣି ଆଶ୍ରୟ ନେଇଥିବା ବେଳେ ପ୍ରଶାସନ ଏଥିପ୍ରତି ସଜାଗ ଥିବା ବେଳେ ଜଳସଂପଦ ବିଭାଗ ସ୍ଥିତି ଅନୁଧ୍ୟାନ କରୁଥିବା ଦେଖିବାକୁ ମିଳିଛି।
ALSO READ: Career Horoscope Today: ଏହି ୫ ରାଶିର ଲୋକେ ରହନ୍ତୁ ସତର୍କ, କର୍ମକ୍ଷେତ୍ରରେ ଦେଖାଦେଇପାର ବିବାଦ!
ALSO READ: Road Accident: ଟ୍ରକ୍ କୁ ପିଟିଲା କାର୍, ଭୟଙ୍କର ସଡ଼କ ଦୁର୍ଘଟଣାରେ ଚାଲିଗଲା ୪ ଜୀବନ